କାଉନସିଲର ସ୍ୱାମୀଙ୍କ ହତ୍ୟା ଘଟଣା : ପୋଲିସ ହାତରେ ଧରା ପଡିଲା ମୁଖ୍ୟ ଅଭିଯୁକ୍ତ

ସୁବର୍ଣ୍ଣପୁର (କେନ୍ୟୁଜ): ସୁବର୍ଣ୍ଣପୁର ଜିଲ୍ଲା ତରଭା ଏନଏସି କାଉନସିଲରଙ୍କ ସ୍ୱାମୀଙ୍କୁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ । ଗିରଫ ଅଭିଯୁକ୍ତ ହେଲେ ଶ୍ରୀତମ ଭୁଷଣ ଗୁରୁ । ଗତ ୭ ତାରିଖ ରାତିରେ ତରଭା ଏନଏସି ୧୦ ନମ୍ବର ୱାର୍ଡର କାଉନସିଲର ନଳିନୀ ନାଏକଙ୍କ ସ୍ବାମୀ ସଂଜୀବ କୁମାର ଗୁରୁଙ୍କୁ ଶୋଇଥିବା ଅବସ୍ଥାରେ କେହି ଦୁର୍ବୁତ୍ତ ହତ୍ୟାକରି ଫେରାର ମାରିଥିଲା । ଘଟଣା ପରେ ନଳିନୀ ତରଭା ଥାନାରେ ଏକ ମାମଲା ଦାୟର କରିଥିଲେ ।

ଅଭିଯୋଗ ପରେ ପୋଲିସ ତଦନ୍ତ କରିଵା ସହ ଆଜି ଅଭିଯୁକ୍ତ ଶ୍ରୀତମ ଭୁଷଣ ଗୁରୁ ଯିଏକ ମୃତକ ସଂଜୀବ ଗୁରୁଙ୍କ କକା ପୁଅ ଭାଇକୁ ଗିରଫ କରିଛି । ଘଟଣା ଦିନ ରାତିରେ ସଂଜୀବ , ଶ୍ରୀତମ ଏବଂ ଅନ୍ୟ ଦୁଇ ଯୁବକ ଘର ନିକଟରେ ଅନ୍ୟ ଏକ ଘରେ ମଦ୍ୟପାନ କରିଥିଲେ । ତେବେ କୌଣସି କାରଣରୁ ସେହି ସମୟରେ ସଂଜୀବ ଏବଂ ଶ୍ରୀତମ ମଧ୍ୟରେ ଗଣ୍ଡୋଗଳ ହୋଇଥିଲା ।

ଏଣୁ ଅନ୍ୟ ଦୁଇ ଯୁବକ ଘରକୁ ଗଲାପରେ ଶ୍ରୀତମ ଏକ ରଡ ସାହାଯ୍ୟରେ ସଂଜୀବକୁ ହତ୍ୟା କରିଥିଲା । ପୋଲିସ ଶ୍ରୀତମକୁ ଗିରଫ କଲାପରେ ହତ୍ୟା ଘଟଣାକୁ ପୋଲିସ ଆଗରେ ସ୍ବିକାର କରିବା ସହ ତାର ଘରୁ ହତ୍ୟାକାଣ୍ଡରେ ବ୍ୟବହୃତ ରଡକୁ ପୋଲିସ ଜବତ କରିଛି । ପୋଲିସ ଅଭିଯୁକ୍ତ ଶ୍ରୀତମକୁ ଗିରଫ କରି କୋର୍ଟ ଚାଲାଣ କରିଵା ସହ ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.