ନୟାଗଡ଼ ଜିଲ୍ଲାର ପ୍ରଖ୍ୟାତ ଠାକୁରାଣୀ ମା’ ପେଟେଇଚଣ୍ଡି, ଆଶୀର୍ବାଦ ପାଇଁ ବାଟରେ ଅଟକି ଯାଆନ୍ତି ଭକ୍ତ

ଆମ ଓଡ଼ିଶାରେ ଅନେକ ଶକ୍ତି ପୀଠ ରହିଛି। ଯାହାକୁ ନେଇ ଭକ୍ତଙ୍କ ମନରେ ମଧ୍ୟ ସେତିକି ବିଶ୍ଵାସ । ତେବେ ସେହି ସବୁ ଶକ୍ତି ପୀଠ ମଧ୍ୟରୁ ଆଉ ଏକ ଶକ୍ତି ପୀଠ ହେଉଛି ନୟାଗଡ଼ ନୂଆଗାଁ ବ୍ଲକ ସିଙ୍ଗାରପଲ୍ଲୀ ପଂଚାୟତରେ । ଏଠାକାର ବନ୍ତଳା ଗ୍ରାମର ମା’ ପେଟେଇଚଣ୍ଡି ଠାକୁରାଣୀଙ୍କ ମନ୍ଦିର। ରାଜାରାଜୁଡା ଅମଳରୁ ପୂଜା ପାଇ ଆସୁଛନ୍ତି ମା’ ପେଟେଇଚଣ୍ଡି । ମାଙ୍କୁ ନେଇ ସ୍ଥାନୀୟ ଲୋକ ଅନେକ କଥା କୁହନ୍ତି। ମହିପୁର ଠାରୁ ବାହାଡଝୋଲା ରାସ୍ତାରେ ଯିବା ବେଳେ ମାଙ୍କ ମନ୍ଦିର ପଡିଥାଏ । ଜଙ୍ଗଲିଆ ରାସ୍ତା ହୋଇଥିବାରୁ ରାସ୍ତା ଭଲ ନଥାଏ । ହାତୀମାନଙ୍କ ସହ ଜଂଗଲୀ ଜନ୍ତୁ ମଧ୍ୟ ଏହି ଅଂଚଳରେ ବୁଲାଚଲା କରନ୍ତି । ତାସହ ଚୋରମାନଙ୍କର ଅବାଧ ରାଜ । ତେବେ ଏମିତି ରାସ୍ତାରେ ଯିଏ ମାଙ୍କୁ ସୁମରଣା କରି ଯିବା ଆସିବା କରିଛି ତାର କେତେବେଳେ କିଛି ବି ଅସୁବିଧା ହୋଇ ନଥିବା କଥା କୁହନ୍ତି ସ୍ଥାନୀୟ ବାସିନ୍ଦା ।

peteichandi
picture credit- knewsodisha

ଭକ୍ତ ଏଠି ମାନସିକ ପୂରଣ ପାଇଁ ନଡ଼ିଆ ବାନ୍ଧନ୍ତି, ଗଞ୍ଜା, ବୋଦା ଆଦି ଉତ୍ସର୍ଗ କରନ୍ତି । ଏକ ଫାଶୀ ଗଛ ମୂଳରେ ମା’ ପୂଜା ପାଉଥିଲେ କିନ୍ତୁ ଏବେ ଗାଁ କମିଟି ତରଫରୁ ମନ୍ଦିର କରାଯାଇଛି । ମା’ଙ୍କ ସାମ୍ନା ଦେଇ ଯେତେ ଗାଡି ମଟର ଅବା ଯେକୌଣସି ଯାନବାହନ ଯାଉ ଅବା କେହି ଚାଲିକି ଯାଉଥାଉ ସମସ୍ତେ ଟିକେ ଅଟକି ଯାଆନ୍ତି ମା’ଙ୍କୁ ପୂଜା କରି ମୁଣ୍ଡିଆ ମାରିବା ପାଇଁ । ପରେ ଯିଏ ଯାହା କାମରେ ଯାଆନ୍ତି । ନହେଲେ ବହୁ ଅସୁବିଧାର ସାମ୍ନା କରିବାକୁ ପଡିଥାଏ ବୋଲି ଲୋକେ କୁହନ୍ତି ।

peteichandi
picture credit – knewsodisha

ନୟାଗଡ଼ ଜିଲା ସହ ଖୋର୍ଦ୍ଧା, ପୁରୀ, ଭୁବନେଶ୍ୱର, କଟକ, ଗଂଜାମ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଶହ ଶହ ଲୋକ ଏହି ଦେବୀପୀଠକୁ ଆସିଥାନ୍ତି । ମା’ଙ୍କ ପାଖରେ ମାନସିକ ରଖି ମା’ ପୂଜା ପାଇଥିବା ଫାଶୀ ଗଛ ଡାଳରେ ଛିଟକନା, ନଡ଼ିଆ, ଶଙ୍ଖା ଆଦି ବାନ୍ଧି ଦିଅନ୍ତି । ମାନସିକ ପୂରଣ ହେଲେ ଗଛରୁ ଛିଟକନା ଖୋଲି ପୂଜା କରନ୍ତି । ଏହି ବିଶ୍ୱାସ ପୁରୁଷ ପୁରୁଷ ଧରି ଚାଲି ଆସିଛି । ତେବେ ଏହି ସ୍ଥାନର ବିକାଶ ହୋଇ ପାରିନାହିଁ । ଯାହା ହେବା ବହୁତ ଜରୁରୀ । କାରଣ ଏହାକ ଆଧ୍ୟାତ୍ମିକ ଓ ପର୍ଯ୍ୟଟନ ସ୍ଥଳୀରେ ପରିଣତ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.