ବାସ୍ତୁ ଶାସ୍ତ୍ରରେ ଆଜି ଆମେ କହିବୁ ତୁଳସୀ ଗଛର ଦିଗ ବିଷୟରେ । ଅର୍ଥାତ କେଉଁ ଦିଗରେ ତୁଳସୀ ଗଛ ଲଗାଇଲେ ଏହା ଘର ପାଇଁ ଲାଭଦାୟକ ହୋଇଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ତୁଳସୀ ଗଛ ଉତ୍ତର, ଉତ୍ତର-ପୂର୍ବ ବା ପୂର୍ବ ଦିଗରେ ଲଗାଇବା ଉଚିତ୍ । ଏହି ଦିଗରେ ତୁଳସୀ ଗଛ ଲଗାଇଲେ ଘରେ ସକରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ ।
ଏହାଛଡା ଆପଣ ଇଶାନ କୋଣରେ ମଧ୍ୟ ତୁଳସୀ ଗଛ ଲଗାଇ ପାରିବେ । ହେଲେ ଘରର ଦକ୍ଷିଣ ଦିଗରେ ତୁଳସୀ ଗଛ କେବେ ବି ଲଗାଇବା କଥା ନୁହେଁ । ନଚେତ ଏହା ଆପଣଙ୍କୁ ଲାଭ ଦେବା ବଦଳରେ କ୍ଷତି ପହଞ୍ଚାଇଥାଏ ।
ଏହାକୁ ଘରେ ଲଗାଇବା ଦ୍ୱାରା ବାସ୍ତୁ ଦୋଷ ଦୂର ହୋଇଥାଏ । ଶାସ୍ତ୍ରରେ ତୁଳସୀକୁ ଲକ୍ଷ୍ମୀଙ୍କ ସ୍ୱରୁପ ବୋଲି ମନାଯାଇଥାଏ । ଅର୍ଥାତ ଯେଉଁଠାରେ ତୁଳସୀ ଥାନ୍ତି ସେଠାରେ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ।
ତୁଳସୀ ଏକ ଅଦ୍ଭୁତ ଔଷଧୀୟ ବୃକ୍ଷ । ଏହାକୁ ଘରେ ଲଗାଇଲେ ନେଗେଟିଭ ଶକ୍ତି ନଷ୍ଟ ହୋଇ ପଜିଟିଭ ଶକ୍ତି ବଢ଼ିଥାଏ । ତୁଳସୀ ଗଛ ଘରେ ଆସୁଥିବା ବିପତ୍ତିକୁ ରୋକିଥାଏ ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିଥାଏ । ତୁଳସୀ ପରିବାରର ଆର୍ଥିକ ସ୍ଥିତିକୁ ଦୃଢ଼ କରିବାରେ ସହାୟକ ହୋଇଥାଏ । ତୁଳସୀ ବୃକ୍ଷ ଘରେ ଥିଲେ ମନ ପ୍ରସନ୍ନ ହେବା ସହ ଶାନ୍ତି ମିଳିଥାଏ ।