ଶ୍ରୀଲଙ୍କାକୁୁ ସେନା ପଠାଇ ନାହିଁ ଭାରତ, ଖବରକୁ ହାଇକମିଶନରଙ୍କ ଖଣ୍ଡନ

କେନ୍ୟୁଜ୍(ବ୍ୟୁରୋ):  ଶ୍ରୀଲଙ୍କାଙ୍କୁ ସେନା ପଠାଇବା ଖବରକୁ ଭାରତର ଖଣ୍ଡନ । ଶ୍ରୀଲଙ୍କାରେ ଚାଲିଥିବା ଆର୍ଥିକ ସଙ୍କଟ ମଧ୍ୟରେ ଭାରତ ସେନା ପଠାଇବା ନେଇ ସୋସିଆଲ ମିଡିଆ ଓ ମିଡିଆରେ ଖବର ପ୍ରସାରିତ ହୋଇଥିଲା। ମାତ୍ର ଏହି ଖବରକୁ ଖଣ୍ଡନ କରିଛନ୍ତି ଭାରତୀୟ ହାଇ କମିଶନର । ଭାରତୀୟ ହାଇକମିଶନର ନିଜ ଟ୍ଵିଟରରେ କହିଛନ୍ତି, ସୋସିଆଲ ମିଡିଆ ତଥା ଗଣମାଧ୍ୟମରେ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ରାଜପକ୍ଷେ, କିଛି ରାଜନୈତିକ ବ୍ୟକ୍ତି ଏବଂ ସେମାନଙ୍କ ପରିବାର ଭାରତ ପଳାଉଥିବା ଗୁଜବ ଉଠିଛି । ଏଗୁଡ଼ିକ ଭୁଲ୍‌ ଓ ସଂପୂର୍ଣ୍ଣ ମିଥ୍ୟା ରିପୋର୍ଟ, ଯେଉଁଥିରେ କୌଣସି ସତ୍ୟତା ନାହିଁ ।

ଭାରତ ଶ୍ରୀଲଙ୍କାର ଗଣତନ୍ତ୍ର, ସ୍ଥାୟିତ୍ୱ ଓ ଆର୍ଥିକ ସୁଧାରକୁ ସମର୍ଥନ କରେ । କିଛି ଦିନ ହେବ ସୋସିଆଲ ମିଡ଼ିଆରେ ଶ୍ରୀଲଙ୍କା ପୂର୍ବ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ପରିବାର ଭାରତ ପଳାଇ ଆସିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ସୋମବାର ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ବିରୋଧୀଙ୍କ ଚାପ ଯୋଗୁ ଇସ୍ତଫା ଦେଇଥିଲେ। କିନ୍ତୁ ତାଙ୍କ ବିରୋଧରେ ଉଠିଥିବା ଜନ ଅସନ୍ତୋଷ ଥମିନଥିଲା। ପରିସ୍ଥିତିର ଗୁରୁତ୍ୱକୁ ଦେଖି ଜନ ଆକ୍ରୋଶରୁ ବର୍ତ୍ତିବା ଲାଗି ସେ ଓ ତାଙ୍କ ପରିବାର ସଦସ୍ୟ ପୂର୍ବ ଶ୍ରୀଲଙ୍କାର ତ୍ରିଙ୍କୋମାଲି ନାଭାଲ ବେସ୍‌ରେ ଲୁଚିଛନ୍ତି। ଅନ୍ୟପଟେ ହିଂସା ଭିତରେ ଚଳିତ ସପ୍ତାହରେ ନୂଆ ପ୍ରଧାନମନ୍ତ୍ରୀ ନିଯୁକ୍ତ ଦେବେ ବୋଲି କହିଛନ୍ତି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.