Below header

ରାଜଧାନୀରେ ପୁଣି ମାତିଲେ କଳା ପଲସର ଡକାୟତ, ବନ୍ଧୁକ ଦେଖାଇ ଦମ୍ପତିଙ୍କଠାରୁ ଲୁଟିଲେ ସୁନାଚେନ୍‌

ଭୁବନେଶ୍ବର(କେନ୍ୟୁଜ୍):  ବନ୍ଧୁକ ଦେଖାଇ ଦମ୍ପତିଙ୍କଠୁ ସୁନାଚେନ୍‌ ଲୁଟ୍‌ । ୪ ଜଣ ଲୁଟେରା କଳା ପଲସରରେ ଆସି ବନ୍ଧୁକ ଦେଖାଇ ଲୁଟ୍‌ କରିଛନ୍ତି। ଭୁବନେଶ୍ୱର ନୟାପଲ୍ଲୀ ଥାନା ବିଜୁ ପଟ୍ଟନାୟକଙ୍କ କଲେଜ ଛକରେ ଏହି ଘଟଣା ଘଟିଛି।

ନବରଙ୍ଗପୁର ଅଞ୍ଚଳର ଦମ୍ପତି ଝିଅର ଚିକିତ୍ସା ପାଇଁ ଭୁବନେଶ୍ୱର ଆସିଥିଲେ । ରାତିରେ ଚାଲି ଚାଲି ହୋଟେଲକୁ ଯାଉଥିବା ସମୟରେ ଲୁଟ୍‌ର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ଘଟଣାର ତଦନ୍ତ କରୁଛି ନୟାପଲ୍ଲୀ ଥାନା ପୋଲିସ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.