ଚାଣକ୍ୟ ନୀତି : ଚାଣକ୍ୟଙ୍କ ଏହି କଥାରେ ଲୁଚି ରହିଛି ଶତ୍ରୁକୁ ପରାଜିତ କରିବାର ରାମ ବାଣ

ଚାଣକ୍ୟ ନୀତି ଅନୁସାରେ ପ୍ରତ୍ୟେକ ସଫଳ ବ୍ୟକ୍ତିଙ୍କର ଜଣାତ କିମ୍ବା ଅଜଣାତରେ ଶତ୍ରୁ ରହିଥାନ୍ତି । ତେଣୁ ଶତ୍ରୁଙ୍କ ପାଇଁ ସାବଧାନ ରହିବା ଉଚିତ୍‌ । ଶତ୍ରୁଙ୍କ କେବେ ଦୁର୍ବଳ ଭାବିବାର ଭୁଲ କରନ୍ତୁ ନାହିଁ । ଶତ୍ରୁଙ୍କୁ ପରାଜିତ କରିବା ପାଇଁ ଚାହାଁନ୍ତି ତ ଚାଣକ୍ୟଙ୍କ ଏହି ଉପଦେଶ ଆପଣଙ୍କ କାମରେ ଲାଗିପାରେ ।

ଚାଣକ୍ୟଙ୍କ ଅନୁସାରେ ମନୁଷ୍ୟକୁ ବିପଦ କିମ୍ବା ଅସୁବିଧା ସମୟରେ ଘବରାଇବା କଥା ନୁହେଁ । ଯେଉଁ ବ୍ୟକ୍ତି ବିପଦ ସମୟରେ ଧୈର୍ଯ୍ୟ ହାରି ଦିଅନ୍ତି,ତାଙ୍କୁ ଶତ୍ରୁ ସହଜରେ ପରାଜିତ କରି ଦିଅନ୍ତି । ତେଣୁ କୌଣସି ବି ପରିସ୍ଥିତିରେ ଧୈର୍ଯ୍ୟ ହରାନ୍ତୁ ନାହିଁ ।

ଚାଣକ୍ୟଙ୍କ ନୀତି ଅନୁସାରେ ସୁସ୍ଥ ମାନସିକ ହିଁ ସୁସ୍ଥ ଶରୀରର ପରିଚାୟକ । କୌଣସି ବି ସମସ୍ୟାର ହାଲ କାଢ଼ିବା ପାଇଁ ଉତ୍ତମ ସ୍ୱାସ୍ଥ୍ୟ ରହିବା ଜରୁରୀ । ସ୍ୱାସ୍ଥ୍ୟକୁ ଭଲ ରଖିବା ପାଇଁ ନିରନ୍ତର ପ୍ରୟାସ କରିବା ଜରୁରୀ । ସ୍ୱାସ୍ଥ୍ୟ ମାମଲାରେ କେବେ ବି ବିଳମ୍ବ କରିବା ଉଚିତ ନୁହେଁ ।

ଚାଣକ୍ୟଙ୍କ ନୀତି ଅନୁସାରେ ଅହଂକାର ଠାରୁ ମନୁଷ୍ୟ ଦୂରରେ ରହିବା ଦରକାର । ଏହା ଏକ ଏମିତି ଅବଗୁଣ ଯାହାଦ୍ୱାରା ଶତ୍ରୁ ଅଧିକ ଫାଇଦା ଉଠାଇବାକୁ ଚେଷ୍ଟା କରିଥାନ୍ତି । ଅହଂକାର ଯୋଗୁ ବ୍ୟକ୍ତି ସର୍ବଦା ଭୁଲ ନିର୍ଣ୍ଣୟ ନେଇଥାନ୍ତି । ଶତ୍ରୁ ଏହି ସୁଯୋଗର ଫାଇଦା ଉଠାଇଥାନ୍ତି । ଅହଂକାର ବ୍ୟକ୍ତିର ସବୁଠୁ ବଡ଼ ଶତ୍ରୁ ।

ଚାଣକ୍ୟଙ୍କ ନୀତି ଅନୁସାରେ ଯେଉଁ ବ୍ୟକ୍ତି ସତ୍ୟକୁ ପାଳନ କରିଥାନ୍ତି,ନିୟମ ପାଳନ କରିଥାନ୍ତି ଓ ଅନୁଶାସିତ ଜୀବନ ବିତାଇଥାନ୍ତି, ସେମାନଙ୍କୁ ଶତ୍ରୁ ବି ଭୟ କରିଥାନ୍ତି । କାରଣ ସତ୍ୟକୁ କେହି ପରାଜିତ କରି ପାରିନଥାନ୍ତି । କାରଣ ବିଜୟ ସର୍ବଦା ଶେଷରେ ସତ୍ୟର ହିଁ ହୋଇଥାଏ ।

ଚାଣକ୍ୟଙ୍କ ନୀତି ଅନୁସାରେ ଶତ୍ରୁ ଆପଣଙ୍କ ପ୍ରତି ଚାଲ ଓ ଗତିବିଧି ଉପରେ ନଜର ରଖିଥାଏ । ତେଣୁ ଆପଣଙ୍କର ସାମାନ୍ୟ ଅନ୍ୟମନସ୍କତା ଶତ୍ରୁ ପାଇଁ ଫାଇଦା ହୋଇଥାଏ । ଶତ୍ରୁକୁ ପରାଜିତ କରିବାକୁ ହେଲେ ଆପଣଙ୍କ ଆଖପାଖରେ ସର୍ବଦା ଭରଷାଯୋଗ୍ୟ ଲୋକଙ୍କୁ ରଖିବା ଉଚିତ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.