ଏସପି କାର୍ଯ୍ୟାଳୟ ସାମ୍ନାରେ ଯୁବକଙ୍କ ଆତ୍ମାହୂତି ଉଦ୍ୟମ

ଗଞ୍ଜାମ(କେ ନ୍ୟୁଜ): ଗଞ୍ଜାମ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଯୁବକଙ୍କ ଆତ୍ମାହୂତି ଉଦ୍ୟମ । ଦେହରେ କିରୋସିନ୍‌ ଢାଳି ଆତ୍ମହୂତି ଉଦ୍ୟମ କରିଛନ୍ତି ରମ୍ଭା ଥାନା ବୋରିଗାଁ ଅଞ୍ଚଳର ବାଦଲ ସାହୁ । ଗୁରୁତର ଅବସ୍ଥାରେ ବାଦଲଙ୍କୁ ପ୍ରଥମେ ଛତ୍ରପୁର ପରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ୧୨ ବର୍ଷ ତଳେ ବାଦଲ ଓ ତାଙ୍କ ପରିବାର ଲୋକଙ୍କୁ ଏକଘରକିଆ କରାଯାଇଥିଲା । ଏନେଇ ବାରମ୍ବାର ହୁମା ଫାଣ୍ଡି ସହ ଗଞ୍ଜାମ ଏସପିଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଥିବା ନେଇ କହିଛନ୍ତି ବାଦଲଙ୍କ ଭାଇ । ବାଦଲଙ୍କ ନାଁରେ ପୂର୍ବରୁ ରମ୍ଭା ଥାନାରେ ମାମଲା ରହିଛି । ଆତ୍ମହତ୍ୟା ଉଦ୍ୟମର କାରଣ ସ୍ପଷ୍ଟ ହୋଇନଥିବା ବେଳେ ତଦନ୍ତ ଜାରି ରହିଥିବା କହିଛନ୍ତି ଗଞ୍ଜାମ ଏସ୍‌ପି ।…

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.