ଯଦି ଆପଣଣ ସ୍ମାର୍ଟଫୋନ କିଣିବାକୁ ଚାହୁଁଛନ୍ତି ତେବେ ଫ୍ଲିପକାର୍ଟ ଆପଣଙ୍କ ପାଇଁ ନେଇ ଆସିଛି ବଢ଼ିଆ ସୁଯୋଗ। ଏହି ସୁଯୋଗର ଫାଇଦା ଉଠାଇ ଆପଣ ଆଇଫୋନ ୧୩ କୁୁ କିଣିପାରିବେ। ଏହି ମଡେଲ ନିକଟ ସମୟରେ ବଜାରରେ ଲଞ୍ଚ ହୋଇଥିବା ବେଳେ ଏହାର ଭାରିଏଣ୍ଟ ଉପରେ ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ଏହା ଉପରେ ଭାରି ଛାଡ ଦେଇଛି। ଆପଣ ଆଇଫୋନର ଏହି ମଡେଲକୁ ୫୦ ହଜାର ଟଙ୍କାରୁ କମରେ କିଣିପାରିବେ।
ଆମେ ନିଜ ମୋବାଇଲ ଫୋନ କିଛି ଦିନ ବ୍ୟବହାର କରିବା ପରେ ତାକୁ ବଦଳାଇ ଦେଉ। ଏମିତିରେ ଆମେ ଭିନ୍ନ ଫୋନ ମଡେଲରେ ଥିବା ଅଲଗା ପ୍ରକାର ତଥା ଲାଟେଷ୍ଟ ଫିଚର୍ସର ବ୍ୟବହାର କରିପାରିବୁ। ଯଦି ଆପଣଙ୍କ ଫୋନ ପୁରୁଣା ତଥା ବୋରିଂ ହୋଇଗଲାଣି ଏବଂ ନୂଆ ଫୋନ କିଣିବାକୁ ଚାହୁଁଛନ୍ତି ତେବେ ଆପଲ୍ iPhone 13 Mini କିଣିପାରିବେ। ସେ ବି ପୁଣି ଶସ୍ତାରେ । ଆଜି ଆମେ ଆପଣଙ୍କୁ ଏମିତି ଏକ ଅଫର ସମ୍ପର୍କରେ କହିବୁ ଯେଉଁଥିରେ ଆପଣଙ୍କୁ ଏହି ସ୍ମାର୍ଟଫୋନ ୫୦ ହଜାର ଟଙ୍କାରୁ କମ ଦାମରେ ମିଳିଯିବ।
iPhone 13 Mini 128gb ଭାରିଏଣ୍ଟର ଦାମ ୬୯,୯୦୦ ଟଙ୍କା ଥିବା ବେଳେ ଫ୍ଲିପକାର୍ଟରେ ଏହି ସ୍ମାର୍ଟଫୋନକୁ ଆପଣ ୭% ଛାଡରେ କିଣିପାରିବେ। ଏହାପରେ ଦାମ ହୋଇଯିବ ୬୪,୯୯୯ ଟଙ୍କା ହେବ। ଏହି ସମୟରେ ଆପଣ ଯଦି Citi Bankରୁ କ୍ରେଡିଟ କିମ୍ବା ଡେବିଟ କରୁଛନ୍ତି ତେବେ ଆପଣଙ୍କୁ ୧୦% ମାନେ ୧୫୦୦ ଟଙ୍କାର ଇନଷ୍ଟାଣ୍ଟ ଡିସକାଉଣ୍ଟ ମିଳିଯିବ। ଏହାପରେ ଫୋନର ଦାମ ହେବ ୬୩,୪୯୯ ଟଙ୍କା।
ତେବେ ଏଥିରେ ଏକ୍ସଚେଞ୍ଜ ଅଫର ମିଶିବା ପରେ ଏହାର ଦାମ ୫୦ ହଜାର ତଳକୁ ଖସି ଆସିବ। ଭଲ କଣ୍ଡିସନ ଥିବା ପୁରୁଣା ସ୍ମାର୍ଟଫୋନକୁ ଏକ୍ସଚେଞ୍ଜ କଲେ ଆପଣ ୧୬ ହଜାର ଟଙ୍କା ପର୍ଯ୍ୟନ୍ତ ଛାଡ ପାଇବେ। ଏହା ପରେ ଆପଣ ଆଇଫୋନର ଏହି ଦାମକୁ ମାତ୍ର ୪୭,୪୯୯ ଟଙ୍କାରେ କିଣିପାରିବେ। ମାନେ ଡିସକାଉଣ୍ଟ ଅଫର, ବ୍ୟାଙ୍କ ଅଫର ଓ ଏକ୍ସଚେଞ୍ଜ ଅଫର ମିଶିବା ପରେ ଆପଣଙ୍କୁ ଏହି ଫୋନ କେବଳ ୨୨, ୪୦୧ ଟଙ୍କାରେ ମିଳିଯିବ।
ଏହି ଭାରିଏଣ୍ଟର ଫିଚର୍ସ କଥା ଧ୍ୟାନକୁ ଦେଲେ ଏଥିରେ A15 ବାୟୋନିକ ଚିପ ରହିଛି। 5.4 ଇଞ୍ଚର ସୁପର ରେଟିନା ଏକ୍ସଡିଆର ଡିସପ୍ଲେ ଓ କ୍ୱିକ ଚାର୍ଜିଂ ସପୋର୍ଟ ରହିଛି। ଏଥିରେ ଆପଣଙ୍କୁ ଦୁଆଲ ରିୟର କ୍ୟାମେରା ସେଟଅପ୍ ସହିତ ଦୁଇଟି ସେନସର 12mp ରହିଚଇ। ଏହାର ଫ୍ରଣ୍ଟ କ୍ୟାମେରା ମଧ୍ୟ ସମାନ ରହିଛି। ଏହି ଫୋନ ଦୁଆଲ ସିମ ସ୍ମାର୍ଟଫୋନ ପାଣି ଓ ଧୂଳିରେ ଖରାପ ହୋଇନଥାଏ। ଏହି ଫୋନ ଏକ ବର୍ଷ ପାଇଁ ଓ୍ଵାରେଣ୍ଟି ର ସହ ବଜାରକୁ ଆସିଛି।