ଘରର ଦ୍ୱାରକୁ କେବେ ସଜାନ୍ତୁ ନାହିଁ ଏହି ପେଣ୍ଟିଂରେ, ବିଗିଡି ଯାଏ ଘରର ବାସ୍ତୁ, ଆଣିଥାଏ ଏପରି ବିପଦ

ବାସ୍ତୁ ଆମ ଜୀବନରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ତେଣୁ ଘରର ଦ୍ୱାର ଦେଶରେ ଏମିତି କିଛି ପେଣ୍ଟିଂ ଲଗାନ୍ତୁ ନାହିଁ ଯାହାଦ୍ୱାରା ଘରର ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ । ଘରର ସଜାଇବା ବେଳେ ବାସ୍ତୁ ପ୍ରତି ଧ୍ୟାନ ଦେବା ଜରୁରୀ ହୋଇଥାଏ ।

ଭୁଲ ପେଣ୍ଟିଂ ଘରର ସୁଖ ଶାନ୍ତି ନଷ୍ଟ କରିଥାଏ । ଘରର ସକରାତ୍ମକ ଶକ୍ତି ଆଗମନ ଯେପରି ହୁଏ ଏଥିପାଇଁ ବହୁତ ଜରୁରୀ ଘରେ ଏପରି ପେଣ୍ଟିଂ ଭୁଲରେ ଲଗାନ୍ତୁ ନାହିଁ । ଆସନ୍ତୁ ଜାଣିବା ସେ ସମ୍ପର୍କରେ କିଛି ତଥ୍ୟ ।

ଏହି ସବୁ ଫଟୋ ଚିତ୍ର ଲଗାନ୍ତୁ ନାହିଁ ଘରେ :

ଘରେ ମହାଭାରତ ଯୁଦ୍ଧର ଫଟୋ କେବେ ବି ଲଗାନ୍ତୁ ନାହିଁ । କୁହାଯାଏ ଏମିତି ଫଟୋ ଲଗାଇଲେ ଘରେ ଲଢ଼ାଇ ଝଗଡ଼ା ହୋଇଥାଏ ।

ଘରର ମନ୍ଦିରରେ ଆପଣଙ୍କ ପୂର୍ବ ପୁରୁଷଙ୍କ ଫଟୋ ଚିତ୍ର ଲଗାନ୍ତୁ ନାହିଁ । ଏମିତି କରିବା ଦ୍ୱାରା ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ ।

ଘରେ ଅସ୍ତଗାମୀ ସୂର୍ଯ୍ୟଙ୍କ ଚିତ୍ର ଲଗାନ୍ତୁ ନାହିଁ । ଏମିତି ଚିତ୍ର ଜୀବନରେ ନକରାତ୍ମକତାର ସଂକେତ ଦେଇଥାଏ ।

କାନ୍ଦୁଥିବାଶିଶୁର ଚିତ୍ର ଭୁଲରେ ବି ଘରେ ଲଗାନ୍ତୁ ନାହିଁ । ଏମିତି ଫଟୋରେ ନକରାତ୍ମକତା ସୃଷ୍ଟି ହୋଇଥାଏ ।

ଘରେ ତାଜମହଲ ଫଟୋ ଲଗାନ୍ତୁ ନାହିଁ । ଏହାଦ୍ୱାର ନକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ । ପରିବାର ଲୋକଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥାଏ ।

ହିଂସ୍ର ଜନ୍ତୁଙ୍କ ଫଟୋ ଲଗାଇବା ଦ୍ୱାରା ମନରେ ନକରାତ୍ମକ ଭାବନା ସୃଷ୍ଟି ହୋଇଥାଏ ଓ ଘରେ କଷ୍ଟ ବଢ଼ିଥାଏ ।

ବହୁଥିବା ପାଣିର ଫଟୋ ଲଗାଇବା ଉଚିତ୍‌ ନୁହେଁ । କୁହାଯାଏ ପାଣି ଯେପରି ବହିଯାଏ ସେପରି ଟଙ୍କା ମଧ୍ୟ ଘରୁ ବାହାରି ଯାଇଥାଏ ।

ଘରେ ଏପରି ଗଛ ଲତା ଲଗାନ୍ତୁ ନାହିଁ ଯେଉଁଥିରେ କଣ୍ଟା ରହିଥିବ । କାରଣ ଏପରି ଫଟୋ ଚିତ୍ର ଘରକୁ ନେଗେଟିଭ ଆଣିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.