ବିନା ଆପ୍‌ ଖୋଲି ବି Google Payରେ ହୋଇଯିବ ପେମେଣ୍ଟ, ଏମିତି ଚୁଟକିରେ କରନ୍ତୁ ଟଙ୍କା ଟ୍ରାନ୍ସଫର

ଏବେ ଅନଲାଇନ ପେମେଣ୍ଟ କରିବା ଆହୁରି ବହୁତ ସହଜ ହୋଇଯାଇଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏବେ ପେମେଣ୍ଟ କରିବା ପାଇଁ ଆପଣଙ୍କୁ ପେମେଣ୍ଟ ଆପ୍‌ ଖୋଲିବାର ମଧ୍ୟ ଆବଶ୍ୟକତା ନାହିଁ। ବାସ୍‌ ଆପଣଙ୍କୁ ଫୋନରେ ଟଚ୍‌ କରିବାକୁ ହେବ ଏବଂ ଚୁଟକିରେ ପେମେଣ୍ଟ ହୋଇଯିବ। ଏମିତି ସୁବିଧା ଗୁଗଲ ପେ ଦେଇଛି। ଆଜ୍ଞା ହଁ, ଗୁଗଲ ପେ ପାଇନ ଲ୍ୟାବ୍ସର ସହଯୋଗରେ ଏକ ନୂଆ ଫିଚରର ଘୋଷଣା କରିଛି, ଯାହା ଆପଣଙ୍କୁ ୟୁପିଆଇ ପେମେଣ୍ଟ ପାଇଁ ମଧ୍ୟ Tap to Pay ଉପଯୋଗ କରିବା ପାଇଁ ଅନୁମତି ଦେବ। ଏବେ ସୁଦ୍ଧା ଟାପ୍‌ ଟୁ ପେ ଫିଚର କେବଳ କାର୍ଡସ ପାଇଁ ହିଁ ଉପଲବ୍ଧ ଥିଲା। ଏବେ ନୂଆ ଫଙ୍କସନାଲିଟୀ କୌଣସି ବି ୟୁପିଆଇ ୟୁଜରଙ୍କ ପାଇଁ ଉପଲବ୍ଧ ହେବ ଯାହା ସାରା ଦେଶରେ କୌଣସି ବି ପାଇନ୍‌ ଲ୍ୟାବ୍ସ ଆଣ୍ଡ୍ରଏଡ ପିଓଏସ (POS) ଟର୍ମିନାଲର ଉପଯୋଗ କରି ଟ୍ରାନଜାକସନ୍‌ କରିବା ପାଇଁ ନିଜରର ନିୟର ଫିଲ୍ଡ କମ୍ୟୁନିକେସନ (POS) ଏନାବଲ୍‌ ଆଣ୍ଡ୍ରଏଡ ସ୍ମାର୍ଟଫୋନର ଉପଯୋଗ କରିବାକୁ ଚାହୁଁଛନ୍ତି। ଏହି ସୁବିଧା ରିଲାଏନ୍ସ ରିଟେଲ ସହିତ ଆରମ୍ଭ କରାଯାଇଥିଲା ଏବଂ ଏବେ ଫ୍ୟୁଚର ରିଟେଲ, ଷ୍ଟାରବକ୍ସ ଏବଂ ଅନ୍ୟ ବେପାରୀଙ୍କ ପାଖରେ ବି ଉପଲବ୍ଧ ହେବ।

paymentୟୁଜର୍ସଙ୍କୁ ନୂଆ ସୁବିଧାକୁ ବହୁତ ଭଲ ଢ଼ଙ୍ଗରେ ବୁଝାଇବାରେ ସାହାଯ୍ୟ କରିବା ପାଇଁ ଗୁଗଲ ଏକ ସପୋର୍ଟ ପେଜ ମଧ୍ୟ ଲଞ୍ଚ କରିଛି। ଯଦି ଆପଣ ୟୁପିଆଇ ପେମେଣ୍ଟ ପାଇଁ ଟାପ ଟୁ ପେ ଫିଚର ଉପଯୋଗ କରିବାକୁ ଚାହୁଁଛନ୍ତି, ତାହେଲେ ଆପଣଙ୍କୁ ଏହା ନିଶ୍ଚିତ କରିବା ଉଚିତ ଯେ ଆପଣଙ୍କ ଆଣ୍ଡ୍ରଏଡ ସ୍ମାର୍ଟଫୋନରେ ଏନଏଫସି ଟେକନିକ୍‌ ଅଛି ନା ନାହିଁ। ଚେକ କରିବା ପାଇଁ ଆପଣାନ୍ତୁ କିଛି ଷ୍ଟେପ୍ସ।

  • ପ୍ରଥମେ ନିଜର ଆଣ୍ଡ୍ରଏଡ ସ୍ମାର୍ଟଫୋନରେ ସେଟିଙ୍ଗସ୍‌ ଆପ୍‌ ଖୋଲନ୍ତୁ।
  • ଅଧିକାଂଶ ଆଣ୍ଡ୍ରଏଡ୍‌ ସ୍ମାର୍ଟଫୋନରେ କନେକସନ୍‌ ସେଟିଙ୍ଗସରେ NFC ଫିଚର ରହିଥାଏ। ଯଦିଓ ଏହା OEM ଆଧାରରେ କୌଣସି ଅନ୍ୟ ସେକ୍ସନର ଅଂଶ ହୋଇପାରେ। ଏଥିପାଇଁ ସେଟିଙ୍ଗ୍‌ ଆପର ଟପ୍‌ ବାର ମାଧ୍ୟମରେ NFCକୁ ଖୋଜିବାକୁ ସବୁଠାରୁ ଭଲ ତରିକା।
  • ଯଦି ଆପଣଙ୍କ ସ୍ମାର୍ଟଫୋନରେ NFC ରହିଛି, ତାହେଲେ ଆପଣ ଏହି ସର୍ଚ୍ଚ ରେଜଲଟସରେ ଦେଖିପାରିବେ। ଆପଣ ଏଠାରୁ ହିଁ ଫିଚରକୁ ଏନାବଲ କରିପାରିବେ।

nfcଆଉ ଥରେ ଯଦି ଆପଣ ନିଜ ସ୍ମାର୍ଟଫୋନରେ NFC ଏନାବଲ୍‌ କରିଦେଲେ ତାହେଲେ ଗୁଗଲ ପେରେ ନୂଆ ଲଞ୍ଚ୍‌ କରାଯାଇଥିବା ଫିଚରର ଉପଯୋଗ କରିପାରିବେ।

  • ନିଜର ଫୋନ୍‌ ଅନଲକ୍‌ କରନ୍ତୁ।
  • ପେମେଣ୍ଟ ଟର୍ମିନାଲରେ ନିଜର ଫୋନକୁ ଟ୍ୟାପ୍‌ କରନ୍ତୁ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ବର୍ତ୍ତମାନ କେବଳ ପାଇନ ଲ୍ୟାବ ଟର୍ମିନାଲରେ ଏହି ଫିଚର କାମ କରିବ।
    ଗୁଗଲ ପେ ଆପ୍‌ ଆପେ ଆପେ ଖୋଲିଯିବ।
  • ପେମେଣ୍ଟ କରାଯାଇଥିବା ଆମାଉଣ୍ଟ କନଫର୍ମ କରିବା ପାଇଁ, Proceed ଉପରେ ଟ୍ୟାପ୍‌ କରନ୍ତୁ।

ଆପଣଙ୍କ ପେମେଣ୍ଟ ସଫଳ ହେବା ପରେ ଆପଣଙ୍କୁ ସୂଚିତ କରିଦିଆଯିବ। ତେବେ କୁହାଯାଉଛି ଯେ ଏହି ନୂଆ ଫିଚର ଭାରତରେ ୟୁପିଆଇର ସିକ୍ୟୁରିଟୀକୁ ଆହୁରି ମଜବୁତ୍‌ କରିଦେବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.