UAE President: ଶେଖ୍ ମହମ୍ମଦ ବିନ୍ ଜାୟଦ ଅଲ୍ ନାହୟାନ୍ ହେବେ UAE ର ପରବର୍ତ୍ତୀ ରାଷ୍ଟ୍ରପତି

ସଂଯୁକ୍ତ ଆରବ ଅମିରାତର ରାଷ୍ଟ୍ରପତି ଶେଖ୍ ଖଲିଫା ବିନ୍ ଜାୟଦ ଅଲ ନାହୟାନ୍ଙ୍କର ମେ ୧୩ ଶୁକ୍ରବାର ଦେହାନ୍ତ ଘଟିଛି। ରାଷ୍ଟ୍ରପତିଙ୍କ ମୃତ୍ୟୁ ପରେ ଦେଶରେ ଏହି ପଦ ଖାଲି ପଡ଼ିଛି। କିଏ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବେ ଏବେ ସେ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଇତି ମଧ୍ୟରେ ୟୁଏଇର ନୂତନ ରାଷ୍ଟ୍ରପତି କିଏ ହେବେ ତାହା ସ୍ପଷ୍ଟ ହୋଇଛି। ଏବେ ଶେଖ୍ ମହମ୍ମଦ ବିନ୍ ଜାୟଦ ଅଲ୍ ନାହୟାନ୍ ( Sheikh Mohamed Bin Zayed Al Nahyan) ହେବେ ୟୁଏଇର ପରବର୍ତ୍ତୀ ନୂତନ ରାଷ୍ଟ୍ରପତି।
Sheikh Mohamed bin Zayed Al Nahyan will be the next president of the UAE. The 61-year-old leader will be the country’s third president, reports Khaleej Times
— ANI (@ANI) May 14, 2022
ସଂଯୁକ୍ତ ଆରବ ଅମିରାତର ରାଷ୍ଟ୍ରପତି ଭବନ ପକ୍ଷରୁ ରାଷ୍ଟ୍ରପତି ତଥା ଆବୁ ଧାବିର ଶାସକ ଶେଖ୍ ଖଲିଫା ବିନ୍ ଜାୟଦ ଅଲ୍ ନାହୟାନ୍ଙ୍କ ନିଧନରେ ଦୁଃଖ ବ୍ୟକ୍ତ କରି ୪୦ ଦିନ ଶୋକ ପ୍ରକାଶ କରିବାକୁ ଘୋଷଣା କରାଯାଇଛି। ଏଥିସହ ସମସ୍ତ ମନ୍ତ୍ରଣାଳୟ ଓ ପ୍ରାଇଭେଟ୍ ସେକ୍ଟରରେ ୩ ଦିନ ଯାଏଁ କାମ ବନ୍ଦ ରଖିବାକୁ କୁହାଯାଇଛି।
My best wishes to the Ruler of Abu Dhabi H.H. Sheikh Mohamed bin Zayed Al Nahyan on being elected as the new President of the UAE. I am confident that under his dynamic and visionary leadership, our Comprehensive Strategic Partnership will continue to deepen. @MohamedBinZayed
— Narendra Modi (@narendramodi) May 14, 2022
ଅନ୍ୟପଟେ ଆଜି ଦିବଂଗତ ରାଷ୍ଟ୍ରପତିଙ୍କ ସମ୍ମାନରେ ଭାରତରେ ଏକ ଦିବସୀୟ ରାଜକୀୟ ଶୋକ ଘୋଷଣା କରାଯାଇଛି। ରିପୋର୍ଟ ମୁତାବକ, ଏକ ଦିବସୀୟ ଶୋକ ପାଳନ ବେଳେ ସରକାରୀ ଅଫିସରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବ ଓ କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ନାହିଁ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂଯୁକ୍ତ ଅରବ ଅମିରାତର ରାଷ୍ଟ୍ରପତି ତଥା ଆବୁ ଧାବିର ଶାସକ ଶେଖ୍ ଖଲିଫା ବିନ୍ ଜାୟଦ ଅଲ୍ ନାହୟାନ୍ଙ୍କ ନିଧନରେ ଶୁକ୍ରବାର ଶୋକ ବ୍ୟକ୍ତ କରି କହିଥିଲେ – ତାଙ୍କ ନେତୃତ୍ୱରେ ଭାରତ ଓ ୟୁଏଇର ସମ୍ପର୍କ ଆହୁରି ସୁଦୃଢ଼ ହୋଇଥିଲା। ଶୁକ୍ରବାର ତାଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା। ଶେଖ୍ ଖଲିଫା ୩ ନଭେମ୍ବର ୨୦୦୪ରେ ୟୁଏଇର ରାଷ୍ଟ୍ରପତି ତଥା ଆବୁଧାବିର ଶାସକ ଭାବେ ପଦ ସମ୍ଭାଳିଥିଲେ।
Also Read: ଖରାଦିନେ କାକୁଡ଼ି ଖାଇବା ପରେ ଭୁଲ୍ରେ ଖାଆନ୍ତୁନି ଏସବୁ ଜିନିଷ, ଦେଖାଦେଇପାରେ ଏସବୁ ଗମ୍ଭୀର ସମସ୍ୟା