ସରିଲା ତୁ ତୁ ମେ ମେ : ଶେଷରେ କୋର୍ଟ ମ୍ୟାରେଜ ପାଇଁ ରାଜି ହେଲେ ତିର୍ତ୍ତୋଲ ବିଧାୟକ, ପ୍ରେମିକା ସୋମାଲିକାଙ୍କୁ କରିବେ ବିବାହ

ତିର୍ତ୍ତୋଲ(କେନ୍ୟୁଜ୍‌): ଶେଷରେ କୋର୍ଟ ମ୍ୟାରେଜ ପାଇଁ ରାଜି ହେଲେ ତିର୍ତ୍ତୋଲ ବିଧାୟକ। ପ୍ରାୟ ୭ ମାସ ଧରି ତୁ ତୁ ମେ ମେ ପରେ ନିଜ ପ୍ରେମିକା ସୋମାଲିକା ଦାଶଙ୍କୁ ବିବାହ ପାଇଁ ରାଜି ହୋଇଛନ୍ତି। ଉଭୟ ପରିବାର ବର୍ଗଙ୍କ ଉପସ୍ଥିତିରେ ବିବାହ ପାଇଁ ସବ୍‌ରେଜିଷ୍ଟ୍ରାର ଅଫିସରେ ଆବେଦନ କରିଛନ୍ତି ବିଜୟ ଶଙ୍କର ଦାସ ଓ ଦେଉଳୀ ଗ୍ରାମେଶ୍ୱରର ସୋମାଲିକା ଦାଶ । ନିଜ ପରିବାର ଓ ଓକିଲଙ୍କ ସହ ଉଭୟ ବିଧିବଦ୍ଧ ଆବେଦନ କରିଥିବାବେଳେ ୩୦ ଦିନ ପରେ ବିବାହର ପଞ୍ଜିକରଣ ହେବ।

ବିବାହକୁ ନେଇ ବିଧାୟକ ବିଜୟ ଶଙ୍କର ଦାସ କହିଛନ୍ତି, ମାଆ ସୁସ୍ଥ ହେବା ପରେ ଏ ନେଇ ସ୍ପଷ୍ଟ କରିବେ । ଅନ୍ୟପଟେ ପୁଅ ବାହାଘରରେ ମାଆ ରାଜି ନଥିବା ଚର୍ଚ୍ଚା ହେଉଛି। ପୂର୍ବତନ ଶିକ୍ଷାମନ୍ତ୍ରୀ ବିଷ୍ଣୁ ଦାସଙ୍କ ପୁତ୍ର ତଥା ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ସହ ଜଗତସିଂହପୁର ପୌରାଞ୍ଚଳ ଦେଉଳି ଗ୍ରାମେଶ୍ୱରର ସଂଗ୍ରାମ ଦାଶଙ୍କ ଝିଅ ସୋମାଲିକା ଦାଶଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ମାତ୍ର ଗତ କିଛି ଦିନ ହେବ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। କିନ୍ତୁ ବିବାହ ପାଇଁ ସୋମାଲିକା ଚାପ ପକାଇବା ପରେ ଗତବର୍ଷ ନଭେମ୍ବର ପରଠୁ ତାଙ୍କ ସହ ସମସ୍ତ ସମ୍ପର୍କ ଛିନ୍ନ କରିଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.