ୟୁନିଟ-୮ ଯିବା ରାସ୍ତାରେ ଫାଙ୍କା ଗୁଳି ଚାଳନା ଘଟଣା, ଜଣେ ଅଟକ

ଭୁବନେଶ୍ବର(କେନ୍ୟୁଜ୍‌):ୟୁନିଟ-୮ ଯିବା ରାସ୍ତାରେ ଫାଙ୍କା ଗୁଳି ଚାଳନା ଘଟଣାରେ ଜଣେ ଅଟକ। ଫାଙ୍କା ଗୁଳି ଚାଳନା କରିଥିବା ବିନୟ ଆଚାର୍ଯ୍ୟ ନାମକ ଜଣେ ଯୁବକଙ୍କୁ ଅଟକ ରଖି ପଚରା ଉଚରା କରାଯାଉଛି। ତା ପାଖରୁ ବନ୍ଧୁକ ଜବତ କରିଛି ପୋଲିସ।

ପୂର୍ବ ଶତୃତା ଓ ଭାଇଗିରି ପାଇଁ ବ୍ଲାଙ୍କ୍‌ ଫାୟାରିଂ କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଅଟକ ଯୁବକଙ୍କ ନାଁରେ ନୟାପଲ୍ଲୀ ଥାନାରେ ମାମଲା ରହିଛି। ଗତକାଲି ସନ୍ଧ୍ୟାରେ ସିଆରପିରୁ ୟୁନିଟ-୮ ଯିବା ରାସ୍ତାରେ ଫାଙ୍କା ଗୁଳି ଚାଳନା କରି ଚମ୍ପଟ ମାରିଥିଲେ ଦୁର୍ବୃତ୍ତ । ଏହାପରେ ଆଖପାଖରେ ଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରିଥିଲା ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.