ଦଶମ ପାସ୍ କରି ଭଲ ଚାକିରି ଖୋଜୁଛନ୍ତି କି ? ତେବେ ଆପଣଙ୍କ ପାଇଁ ଖୁସି ଖବର । ଭାରତୀୟ ଡାକ ବିଭାଗରେ ଗ୍ରାମୀଣ ଡାକ ସେବକ(ଜିଡିଏସ) ପଦରେ ନିଯୁକ୍ତି ପାଇଁ ଆବେଦନ ପତ୍ର ଗ୍ରହଣ କରୁଛି। ଦଶମ ପାସ୍ କରିଥିବା ଆଶାୟୀ ମାନଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ । ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଏବଂ ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟର ପଦବୀ ପାଇଁ ମୋଟ୍ ୩୮,୯୨୬ ସିଟ୍ ଖାଲିପଡିଛି। ଅଧିକ ବିବରଣୀ ଜାଣିବା ପାଇଁ ଅଫିସିଆଲ ନୋଟିଫିକେସନ indiapostgdsonline.gov.in କୁ ଯାଇ ଦେଖିପାରିବେ। ଏହାଛଡା ଆବେଦନକାରୀଙ୍କୁ ସାଇକେଲ ଚଲାଇବା ଏବଂ ସ୍ଥାନୀୟ ଭାଷା ଜାଣିଥିବା ନିତାନ୍ତ ଜରୁରୀ।
ପଦବୀ ବିବରଣୀ: ୩୮,୯୨୬
ବ୍ରାଞ୍ଚ ପୋଷ୍ଟମାଷ୍ଟର
ଆସିଷ୍ଟାଣ୍ଟ ବ୍ରାଞ୍ଚ ପୋଷ୍ଟ ମାଷ୍ଟର
ଜରୁରୀ ତାରିଖ: ଆବେଦନ କରିବାର ଶେଷ ତାରିଖ ଜୁନ ୫ ୨୦୨୨ ରହିଛି।
ବୟସ ସୀମା : ଆବେଦନକାରୀଙ୍କ ବୟସ ୪୦ ବର୍ଷରୁ ଅଧିକ ହୋଇନଥିବା ଜରୁରୀ।
ଶିକ୍ଷାଗତ ଯୋଗ୍ୟତା: ଆବେଦନକାରୀ ଦଶମ ପାସ୍ କରିଥିବା ଜରୁରୀ।
ମାସିକ ଦରମା : ବ୍ରାଞ୍ଚ ପୋଷ୍ଟ ମାଷ୍ଟର ପଦ ପାଇଁ ୧୨ ହଜାର ଟଙ୍କା ଦରମା ମିଳିବାକୁ ଥିବା ବେଳେ ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟର ପାଇଁ ୧୦ ହଜାର ଟଙ୍କା ଦରମା ମିଳିବ ।
ଚୟନ ପ୍ରକ୍ରିୟା : ଏଥିରେ ନିଯୁକ୍ତି ପାଇଁ କୌଣସି ପରୀକ୍ଷା ଦେବାକୁ ପଡିବ ନାହିଁ। ଯୋଗ୍ୟ ପ୍ରାର୍ଥୀଙ୍କ ଚୟନ ପାଇଁ କମ୍ପ୍ୟୁଟର ଜେନେରାଲ ମେରିଟ ଲିଷ୍ଟ୍ ମାଧ୍ୟମରେ କରାଯିବ । କୌଣସି ବି ରାଜ୍ୟ ବିଷୟରେ ଅଧିକ ସୂଚନା ସରକାରୀ ନୋଟିଫିକେସନରେ ପାଇ ପାରିବେ ।
ଅଧିକ ଜାଣିକା ପାଇଁ ଏଠାରେ କ୍ଲିକ କରନ୍ତୁ :
https://indiapostgdsonline.gov.in/Notifications/Model_Notification.pdf