କ୍ରିକେଟ୍ ପଡ଼ିଆରେ ଧୂଆଁଦାର ପ୍ରଦର୍ଶନ ପରେ ଏବେ ବଲିଉଡ୍ରେ ଡେବ୍ୟୁ କରିବାକୁ ଯାଉଛନ୍ତି ଜଣାଶୁଣା ବ୍ୟାଟ୍ସମ୍ୟାନ୍ ଶିଖର ଧଓ୍ଵନ୍। ପଡ଼ିଆରେ ଜବରଦସ୍ତ ପ୍ରଦର୍ଶନ ପରେ ଏବେ ରୁପେଲି ପରଦାରେ ଜଲଓ୍ଵା ଦେଖାଇବାକୁ ପ୍ରସ୍ତୁତ ହେଲେଣି ଗବ୍ଦର। ଫିଲ୍ମ ଇଣ୍ଡଷ୍ଟ୍ରୀରେ ପାଦ ଦେବାକୁ ସେ ପ୍ରସ୍ତୁତ ହେଉଥିବା ଜଣାଯାଇଛି। କୁହାଯାଉଛି ଯେ ଶିଖର ଧଓ୍ଵନ୍ଙ୍କୁ ଏକ ଦମ୍ଦାର ଫିଲ୍ମର ଅଫର ମିଳିଛି। ଏହି ଫିଲ୍ମରେ ନିଜ ଅଭିନୟର ଯାଦୁ ଦେଖାଇବେ ଶିଖର ଧଓ୍ଵନ୍।
କ୍ରିକେଟ୍ ସହ ଏବେ ସିନେମାରେ ବି ଅଭିନୟ କରିବେ ଧଓ୍ଵନ୍। ବଲିଉଡ୍ରେ ଡେବ୍ୟୁ ପାଇଁ ସେ ଅଣ୍ଟା ଭିଡ଼ିଛନ୍ତି। ରିପୋର୍ଟ ମୁତାବକ, ଶିଖର ଧଓ୍ଵନ୍ କିଛି ଦିନ ତଳେ ହିଁ ଫିଲ୍ମର ସୁଟିଂ ଶେଷ କରିଛନ୍ତି। କିନ୍ତୁ ଏବେ ଯାଏଁ ଏହି ଫିଲ୍ମର ନାଁ ସାମ୍ନାକୁ ଆସି ନାହିଁ।
.@SDhawan25 set to make his Bollywood debut! Here’s what we know about his upcoming project#ShikharDhawan https://t.co/1xuaHlhPqQ
— Zee News English (@ZeeNewsEnglish) May 17, 2022
ତେବେ ଶିଖର ଧଓ୍ଵନ୍ଙ୍କ ଭିତରେ କଳାକାରଙ୍କ ପ୍ରତି ବେଶ୍ ସମ୍ମାନ ଥିବା ଦେଖାଯାଇଛି। ଏଣୁ ଯେତେବେଳେ ତାଙ୍କୁ ଫିଲ୍ମରେ ଅଭିନୟ କରିବାର ସୁଯୋଗ ମିଳିଲା, ସେ ଏହାକୁ ମନା କରିନଥିଲେ। ଫିଲ୍ମରେ ଅଭିନୟ କରିବାକୁ ନେଇ ସେ ବେଶ୍ ଖୁସି ହୋଇଥିଲେ। ନିର୍ମାତାଙ୍କୁ ଲାଗିଥିଲା ଯେ ଫିଲ୍ମର ଉକ୍ତ ଅଂଶ ପାଇଁ କେବଳ ଶିଖର ଧଓ୍ଵନ୍ ହିଁ ଫିଟ୍। ଏ ନେଇ ତାଙ୍କୁ ପଚରାଯିବାରୁ ସେ ତୁରନ୍ତ ହଁ ଭରିଥିଲେ। ଗତ ମାସରେ ହିଁ ତାଙ୍କୁ ଫିଲ୍ମର ଅଫର ମିଳିଥିଲା। ଫିଲ୍ମରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି। ଶିଖରଙ୍କ ଅଭିନୀତ ଏହି ଫିଲ୍ମ ଚଳିତ ବର୍ଷ ରିଲିଜ୍ ହେବ ବୋଲି କୁହାଯାଉଛି।
ଗତ ବର୍ଷ ଅକ୍ଟୋବରରେ ଶିଖର ଧଓ୍ଵନଙ୍କୁ ଅକ୍ଷୟ କୁମାରଙ୍କ ଫିଲ୍ମ ‘ରାମ ସେତୁ’ର ସେଟ୍ରେ ଦେଖିବାକୁ ମିଳିଥିଲା। ଏହା ପରେ ଗୁଜବ ଉଠିଥିଲା ଯେ କ୍ରିକେଟର ଫିଲ୍ମର ଏକ ଅଂଶ ହୋଇଛନ୍ତି। କିନ୍ତୁ ଶିଖର ରାମସେତୁରୁ ଆକ୍ଟିଂ କ୍ୟାରିୟର ଆରମ୍ଭ କରୁନାହାନ୍ତି। ଅକ୍ଷୟ କୁମାର ତାଙ୍କର ଖାସ୍ ବନ୍ଧୁ ହୋଇଥିବାରୁ ତାଙ୍କୁ ଦେଖା ହେବାକୁ ସେ ସେଟ୍କୁ ଆସିଥିଲେ। କେବଳ ଅକ୍ଷୟ କୁମାର ନୁହେଁ, ରଣବୀର ସିଂହ ମଧ୍ୟ ଶିଖର ଧଓ୍ଵନ୍ଙ୍କର ଜଣେ ନିକଟତମ ବନ୍ଧୁ। ଗତ ବର୍ଷ ଉଭୟେ ଏକାଠି ଫଟୋ ସେୟାର କରିଥିଲେ। ଏହି ଫଟୋ ମାଧ୍ୟମରେ ଶିଖର ରଣବୀରଙ୍କୁ ଫିଲ୍ମ ୮୩ ପାଇଁ ଅଭିନନ୍ଦନ ଜଣାଇଥିଲେ।
Also Read: ୬ ବ୍ୟାଙ୍କର ଲାଇସେନ୍ସକୁ ରଦ୍ଦ କଲା ରିଜର୍ଭ ବ୍ୟାଙ୍କ, ଏଥିରେ ଆପଣଙ୍କ ଖାତା ନାହିଁ ତ !