ଥରେ ଏହି ମଜାଦାର ଭିଡିଓ ଦେଖନ୍ତୁ, ବାପା-ମା’ ମାନେ ଶିଶୁକୁ ଖାଦ୍ୟ ଖୁଆଇବାର ଟ୍ରିକ ଶିଖନ୍ତୁ

ଶିଶୁକୁ ଖାଦ୍ୟ ଖୁଆଇବା ହେଉଛି ସବୁଠୁ ଜଟିଳ କାମ । ଅତି ଛୋଟ ପିଲାମାନେ ନିଜ ହାତରେ ଖାଇପାରନ୍ତି ନାହିଁ ତେଣୁ କରି ସେମାନଙ୍କୁ ଖୁଆଇବାକୁ ପଡିଥାଏ । ମା’ ବାପା ମାନେ ମଧ୍ୟ ନିଜ ସମୟରେ ବାହାର କରି ଛୁଆଙ୍କୁ ଖାଦ୍ୟ ଖୁଆଇଥାନ୍ତି । ଆଉ କିଛି ଶିଶୁ ଖାଦ୍ୟକୁ ନେଇ ଏମିତି ବ୍ୟସ୍ତ ହୋଇଥାନ୍ତିଯେ ଖାଉ ଖାଉ ଜୋର ଜୋରସେ କାନ୍ଦି ପକାନ୍ତି । ଯଦି ଆପଣ ବି ଏହି ସମାନ ସ୍ଥିତି ଦେଇ ଗତି କରୁଛନ୍ତି ତେବେ ନିଶ୍ଚିତ ରୂପେ ଏହି ଭିଡିଓଟିକୁ ଦେଖିବା ଉଚିତ । ଭାଇରଲ ହେଉଥିବା ଏହି ଭିଡିଓଟିରେ ଆପଣ ଦେଖିପାରିବେ କେମିତି ଏକେମିତି ବାପା ମା’ ଏକ ନୂଆ ଟ୍ରିକରେ ନିଜ ପିଲାଟିକୁ ଖାଦ୍ୟ ଖୁଆଉଛନ୍ତି । ଭିଡିଓଟିରେ ଆପଣ ଦେଖିପାରିବେ କେମିତି ଖୁବ ଆରାମରେ ବାପା ମା’ ଦୁହେଁ ଶିଶୁଟିକୁ ଖାଦ୍ୟ ଖୁଆଉଛନ୍ତି ଆଉ ସେ ବି କାନ୍ଦୁନାହିଁ ।

 

ଜା ନେଇ ନେଇ ନିଜ ଖାଦ୍ୟକୁ ଶେଷ କରିଦେଉଛି । ଖାଲି ସେତିକି ନୁହେଁ ମଜାଳିଆ ଅନ୍ଦାଜରେ ଏକ୍ସପ୍ରେସନ ବି ଦେଉଛି । ୪୬ ସେକେଣ୍ଡର ଏହି ଭିଡିଓଟିକୁ ସମସ୍ତେ ଖୁବ ପସନ୍ଦ ମଧ୍ୟ କରିଛନ୍ତି । ଖୁବ ଜୋରରେ ଭାଇରଲ ମଧ୍ୟ ହେଉଛି ଏହି କ୍ୟୁଟ ଭିଡିଓଟି । ଏଥିରେ ଆପଣ ଦେଖିପାରିବେ ମା ବାପା ଖାଦ୍ୟ ଖୁଆଇବା ପୂର୍ବରୁ ତା ସାମ୍ନାକୁ ବଡ ଲୋକେ ଖାଉଥିବା ଟେଷ୍ଟି ଖାଦ୍ୟ ଯେମିତିକି ଚିକେନ, ପାସ୍ତା ଭଳି ଟେଷ୍ଟି ଖାଦ୍ୟ ତା ସାମ୍ନାକୁ ନେଇ ଆସୁଛନ୍ତି । ଆଉ ଏମିତି ସବୁ ଟେଷ୍ଟି ଖାଦ୍ୟ ଦେଖି ଶିଶୁଟିର ଆଖି ଯେମିତି ଖୋଲା ରହିଯାଉଛି । ବଡ ବଡ ଆଖି କରି ଚାହିଁ ରହୁଛି । ଆଉ ବୋଧ ହୁଏ ମନେ ମନେ ଭାବି ବସୁଛି, “ଯାହା ହେଉ ମୋତେ ଆଜି କିଛି ମଜାଦାର ଟେଷ୍ଟି ଜିନିଷ ଖାଇବାକୁ ମିଳିଗଲା” । କିନ୍ତୁ ପରବର୍ତ୍ତୀ ସମୟରେ ବାଜି ଓଲଟି ଯାଉଛି ।

ସେମାନେ ଧୀରେ ଧୀରେ ଏହି ଟେଷ୍ଟି ଖାଦ୍ୟ ସବୁକୁ ତା ଆଗକୁ ଆଣି ଧୋକାରେ କିନ୍ତୁ ତା ଖାଦ୍ୟକୁ ତା ପାଟିରେ ତାର ହେଲଦି ତଥା ସ୍ଵାଦହୀନ ଖାଦ୍ୟକୁ ପୁରାଇ ଦେଉଛନ୍ତି । ଆମେ ଗ୍ୟାରେଣ୍ଟି ଦେଉଛୁ ଭିଡିଓ ଟିକୁ ଯିଏ ବି ଦେଖିବେ ନିଶ୍ଚିତ ରୂପେ ହସି ହସି ଗଡ଼ିଯିବେ । ଏହା ସହ ନିଜ ଛୁଆକୁ କିପରି ପେଟପୁରା ଖୁଆଇବେ ସେହି ଟ୍ରିକ ଟିକୁ ଶିଖିଯିବେ । ଭିଡିଓଟିକୁ ନ୍ୟୁଜ ଭାବେ ଲେଖାଯିବା ଭିତରେ ଏହାକୁ ୪୩ ଲକ୍ଷରୁ ଅଧିକ ଜଣ ଦେଖିସାରିଲେଣି । ଏହା ସହ ଦର୍ଶକ ମାନେ ପ୍ୟାରେଣ୍ଟସ ମାନେ ଏହି ଅନୋଖା ଟ୍ରିକ ଟିକୁ ବି ଖୁବ ପ୍ରଶଂସା କରିଛନ୍ତି । ଯଦି ଆପଣ ବି ନିଜ ଛୁଆକୁ ଖାଦ୍ୟ ଖୁଆଇବାକୁ ଚାହୁଁଛନ୍ତି ତେବେ ଏହି ଟ୍ରିକ ବ୍ୟବହାର କରିପାରିବେ । ଛୁଆଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ସହ ନିଜ ଦେହ ପ୍ରତି ବି ନଜର ରଖିପରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.