କଟକ: ଘୁଞ୍ଚିଲା ଦ୍ୱାଦଶ ଶ୍ରେଣୀ ପରୀକ୍ଷା। ବ୍ରଜରାଜନଗର ଉପନିର୍ବାଚନ ପାଇଁ ଏହି ପରୀକ୍ଷା ଘୁଞ୍ଚିଛି। ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା କରାଯାଇଛି।
ମାଧ୍ୟମିକ ଶିକ୍ଷା ପରିଷଦର ନୋଟିସ୍ ମୁତାବକ, ମେ’ ୩୧ ତାରିଖରେ ହେବାକୁ ଥିବା ପରୀକ୍ଷା ଜୁନ୍ ୪କୁ ଘୁଞ୍ଚିଛି। କଳା ବିଭାଗର ଗଣିତ ଓ ଗୃହ ବିଜ୍ଞାନ ଏବଂ ବିଜ୍ଞାନ ବିଭାଗର ଗଣିତ ପରୀକ୍ଷା ଏହି ତାରିଖରେ ଥିଲା। ଏହି ଦୁଇଟି ବିଭାଗର ପରୀକ୍ଷା ଏବେ ମେ’ ୩୧ରେ ନ ହୋଇ ଜୁନ୍ ୪ରେ ହେବ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Also Read: ହୁ ହୁ ହୋଇ ବଢ଼ୁଛି ଖାଦ୍ୟ ସାମଗ୍ରୀ ଦର: ୨୮ ଟଙ୍କା ଛୁଇଁଲାଣି ଆଳୁ କିଲୋ, ଚିନ୍ତାରେ ଖାଉଟି