ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ତିରୋଧାନ ଦିବସ, କଂଗ୍ରେସ ଭବନରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ପ୍ରଦାନ କଲେ ନେତା

ଭୁବନେଶ୍ୱର (କେନ୍ୟୁଜ): ଆଜି ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ତିରୋଧାନ ଦିବସ। ଏହି ଅବସରରର କଂଗ୍ରେସ ଭବନରେ ଥିବା ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ଯାପନା କରି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି କଂଗ୍ରେସନେତା। ଯୁବକ ଓ ଯୁବତୀଙ୍କ ଆତ୍ମର୍ନିଭରସିଲ କରିବାରେ ରାଜୀବ ଗାନ୍ଧୀଙ୍କ ବହୁତ ଅବଦାନ ଥିଲା। ତାସହ ଟେକ୍ନୋଲୋଜି ପ୍ରସାର ବିସ୍ଥାର ପାଇଁ ମଧ୍ୟ୍ଯ ରାଜୀବଙ୍କ ଅବଦାନ ଅତୁଳନୀୟ ବୋଲି କହିଥିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ସେପଟେ ରାଜୀବ ଗାନ୍ଧୀଙ୍କ ନିଷ୍ଠାଧାର କାଯ୍ଯଶୈଳୀକୁ ଆଜିର ଯୁବକ ଓ ଯୁବତୀ ପ୍ରେରଣା ନେବାର ଆବଶ୍ଯକତା ରହିଛି ବୋଲି କଂଗ୍ରେସ ବରିଷ୍ଠ ନେତା ତଥା ଦଳର ସାଧାରଣ ସମ୍ପାଦକ ଶରତ ରାଉତ କହିଛନ୍ତି। ଚିନ୍ତନ ଶିବିର ପରେ ବହୁତ ସଂସ୍କାର ଦଳ ଭିତରେ ଆଣିବାକୁ ନିଷ୍ପତି ହୋଇଛି । ନୀତି ଗୁଡିକ ଗୃହୀତ ହୋଇଛି ତାହା ଆଗକୁ କାଯ୍ଯକ୍ଷମ ହେବ। ସଂଗଠନ ଓ ଦଳରେ ସଂସ୍କାର ଆଣିବା ପାଇଁ କାଯ୍ଯ ହେବ। ଏଥିସହିତ ଯୁବକମାନଙ୍କୁ ଆଗକୁ ଆସିବାରେ ସୁଯୋଗ ଦେବାପାଇଁ ଆଲୋଚନା ହୋଇଛି। କେବଳ ଆଲୋଚନା ନୁହେଁ ଏହାକୁ କାଯ୍ଯକାରି କରିବାକୁ ମଧ୍ୟ୍ଯ ବୈଠକ ବସିଛି। ଜୁନ ୧ ଏବଂ୨ ରେ ସବୁ ରାଜ୍ଯରେ ରାଜ୍ଯସ୍ତରୀୟ ସମିଳନୀ ଅନିଷ୍ଠିତ ହେବ। ଚିନ୍ତନ ଶିବିର ନିଷ୍ପତି ଉପରେ ଆଲୋଚନା ହେବ ବୋଲି ଶରତ ରାଉତ କହିଛନ୍ତି ।

ଅନ୍ୟପଟେ ହାର୍ଦିକ ପଟେଲ କଂଗ୍ରେସ ଛାଡ଼ିବା ପ୍ରସଙ୍ଗରେ କଂଗ୍ରେସ ନେତାଙ୍କ ପ୍ରତିକ୍ରିୟା ରହିଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି କେତେ ନେତା ଆସିବେ କେତେ ନେତା ଜିବେ କିନ୍ତୁ କଂଗ୍ରେସ ଦଳରେ ଏଥିପାଇଁ କେବେ କୌଣସି ପ୍ରଭାବ ପଡିନି କି ପଡିବ ନାହିଁ। ସେପଟେ ଦଳର ସାଧାରଣ ସମ୍ପାଦକ ଶରତ ରାଉତ କହିଛନ୍ତି କଂଗ୍ରେସରେ ବଡ ନେତା କେହି ନାହାନ୍ତି। ସିଏ କଂଗ୍ରେସ ଛାଡିଲେ ବି କଂଗ୍ରେସର କିଛି କ୍ଷତି ହେବନି। କଂଗ୍ରେସ ଅନେକ ବଡ ନେତାଙ୍କୁ ଜନ୍ମ ଦେଇଛି। କଂଗ୍ରେସର ନୀତି ଆଦର୍ଶରେ ଚଳିବ ହାର୍ଦିକଙ୍କ ପାଇଁ କଷ୍ଟକର ତେଣୁ ସେ କଂଗ୍ରେସ ଦଳ ଛାଡ଼ିଥିବେ। କଂଗ୍ରେସ ଦଳରେ କାଯ୍ଯକ୍ରମ ଜରିଆରେ ସୁଯୋଗ ମିଳିଥାଏ।ବିନା କାଯ୍ଯରେ କିଛି ବି ସୁଯୋଗ ମିଳେନା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.