ରବିବାର ଦିନ କରନ୍ତୁ ଏହି ୧୦ଟି କାମ, ମା’ ଲକ୍ଷ୍ମୀ କରିବେ ଧନବର୍ଷା
ହିନ୍ଦୁ ଧର୍ମରେ ପ୍ରତ୍ୟେକ ବାର କୌଣସି ନା କୌଣସି ଭଗବାନଙ୍କୁ ସମର୍ପିତ ରହିଥାଏ। ରବିବାର ଦିନ ଭଗବାନ ସୂର୍ଯ୍ୟଙ୍କୁ ପୂଜା କରାଯାଏ। ଏହାଛଡା ମା’ ଲକ୍ଷ୍ମୀଙ୍କୁ ମଧ୍ୟ ଆରାଧନା କରାଯାଏ। ମାନ୍ୟତା ରହିଛି କି, କିଛି ଉପାୟ ରବିବାର ଦିନ କରିବା ଦ୍ୱାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ଭକ୍ତଙ୍କୁ ଆଶୀର୍ବାଦ ଦିଅନ୍ତି। ଯଦି ଆପଣ ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ ଚାହାନ୍ତି, ତେବେ ରବିବାର ଦିନ ଏହିସବୁ ଉପାୟ ନିଶ୍ଚିତ କରନ୍ତୁ। ରବିବାର ଦିନ ଏହିସବୁ ଉପାୟ କରିବା ଦ୍ୱାରା ଧନଧାନ୍ୟ ପରିପୂର୍ଣ୍ଣ ରହିଥାଏ।
ଆପଣାନ୍ତୁ ଏହି ୧୦ଟି ଉପାୟ :
– ରବିବାର ଦିନ ସୂର୍ଯ୍ୟାସ୍ତ ପରେ ଅସ୍ତତ୍ଥ ଗଛ ତଳେ ଚତୁମୁର୍ଖ ଦୀପ ଜଳାଇବା ଦ୍ୱାରା ଧନ ସଂପତ୍ତି ପରିପୂର୍ଣ୍ଣ ରହେ। ଏମିତି କରିବା ଦ୍ୱାରା ମା’ ଲକ୍ଷ୍ମୀଙ୍କ କୃପା ନିଜ ଭକ୍ତ ଉପରେ ସବୁବେଳେ ରହିଥାଏ।
– ରବିବାର ଦିନ ଘରର ସମସ୍ତ ସଦସ୍ୟଙ୍କୁ ପୂଜା କରିବା ପରେ ମଥାରେ ଚନ୍ଦନ ଓ ତିଳକ ଲଗାନ୍ତୁ। ଏମିତି କରିବା ଦ୍ୱାରା ମା’ ଲକ୍ଷ୍ମୀଙ୍କ କୃପା ମିଳିଥାଏ।
– ମାନ୍ୟତା ରହିଛି କି, ରବିବାର ଦିନ ମାଛକୁ ଅଟା ଗୋଲା କରି ଖାଇବାକୁ ଦେବା ଦ୍ୱାରା ଶୁଭ ଫଳ ମିଳିଥାଏ। ଏହି ଉପାୟ କରିବା ଦ୍ୱାରା ଧନଧାନ୍ୟର ଅଭାବ ହୁଏନାହିଁ।
– ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ ଚାହାନ୍ତି, ତେବେ ରବିବାର ଦିନ ସନ୍ଧ୍ୟାରେ ଗାଈ ଘିଅରେ ଘରର ମୁଖ୍ୟଦ୍ୱାରରେ ଦୁଇପାଖରେ ଦୀପ ଲଗାନ୍ତୁ।
– ରବିବାର ଦିନ ସନ୍ଧ୍ୟାରେ ଶିବ ମନ୍ଦିରରେ ଗୌରୀ ଶଙ୍କରଙ୍କ ପୂଜା କରନ୍ତୁ ଏବଂ ରୁଦ୍ରାକ୍ଷ ଚଢାନ୍ତୁ।
– ମାନ୍ୟତା ଅନୁସାରେ ରବିବାର ଦିନ ସନ୍ଧ୍ୟାରେ ଅଶତ୍ଥ ପତ୍ରରେ ନିଜ ମନୋସ୍କାମନା ଲେଖି ବୋହୁଥିବା ଜଳରେ ପ୍ରବାହିତ କରିଦିଅନ୍ତୁ। ଆପଣଙ୍କ ମନୋକାମନା ପୂର୍ଣ୍ଣ ହେବ।
– ଯଦି କୌଣସି କାମରେ ଅସଫଳତା ମିଳୁଥାଏ, ତେବେ ରବିବାର ଦିନ ସୋଇବା ପୂର୍ବରୁ ଏକ ଗ୍ଲାସ କ୍ଷୀରକୁ ମୁଣ୍ଡ ପାଖରେ ରଖି ଶୁଅନ୍ତୁ। ତା’ ପରେ ସକାଳେ ପୂଜା କରିବା ପରେ ସେହି କ୍ଷୀର ପିଅନ୍ତୁ।
– ରବିବାର ଦିନ ତିନିଟି ନୂଆ ଝାଡୁ କିଣିଆଣନ୍ତୁ ଏବଂ ଏହାକୁ ଦେବୀ ମା’ଙ୍କ ମନ୍ଦିର ପାଖରେ ରଖିଦିଅନ୍ତୁ। ଏହାକୁ କେହି ଯେପରି ନ ଦେଖନ୍ତୁ। ଏମିତି କଲେ ଧନ ଲାଭ ହେବ।
– ସୂର୍ଯ୍ୟଦେବ ଏବଂ ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ରବିବାର ଦିନ ‘ଆଦିତ୍ୟ ହୃଦୟ ସ୍ରୋତ’ ପାଠ କରିବା ଉଚିତ। ଏହାକୁ ପାଠ କରିବା ଦ୍ୱାରା ଘରେ ସବୁବେଳେ ଉନ୍ନତି ହୋଇଥାଏ।
– ରବିବାର ଦିନ ପିମ୍ପୁଡିକୁ ଖାଇବାକୁ ଦେବା ଶୁଭ ହୋଇଥାଏ। ତେଣୁ ରବିବାର ଦିନ ଚିନି ପିମ୍ପୁଡିକୁ ଚିନି ଖାଇବାକୁ ଦିଅନ୍ତୁ।