ହ୍ଵାଟସଆପ୍‌ ୟୁଜର୍ସଙ୍କ କେଉଁ ଡାଟା ଉପରେ ନଜର ରଖେ, ଜାଣନ୍ତୁ

ଇନଷ୍ଟାଣ୍ଟ ମେସେଜିଂ ଆପ୍ Whatsapp କୁ ସମସ୍ତେ ବ୍ୟବହାର କରୁଛନ୍ତି। ସମସ୍ତେ ଏହାର ସମସ୍ତ ଫିଚରର ଲାଭ ଉଠାନ୍ତି। କିନ୍ତୁ ଆପଣ ଜାଣନ୍ତି କି ଅନ୍ୟ ପ୍ଲାଟଫର୍ମ ପରି Whatsapp ମଧ୍ୟ ଆପଣଙ୍କ ସମସ୍ତ ସୂଚନା କୁ ଷ୍ଟୋାର କରେ । ଯଦି ଜାଣି ନାହାଁନ୍ତି ତେବେ ଜାଣନ୍ତୁ।

Whatsapp ହେଉଛି ଏକ ଆପ୍ ଯାହାକୁ ଆପଣ ପ୍ରତ୍ୟେକ ସ୍ମାର୍ଟଫୋନରେ ପାଇବେ । ଲୋକମାନେ ଏହାକୁ ନିଜ ବନ୍ଧୁ ଏବଂ ସମ୍ପର୍କୀୟଙ୍କ ସହ କଥାବାର୍ତ୍ତା ପାଇଁ କିମ୍ବା ଅଫିସ୍ ଏବଂ ବ୍ୟବସାୟ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ବ୍ୟବହାର କରନ୍ତି । ଏହାର ଲୋକପ୍ରିୟତାର ଗୋଟିଏ କାରଣ ହେଉଛି ଏହା ସମ୍ପୂର୍ଣ୍ଣ ସୁରକ୍ଷିତ । ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ୍ ଅର୍ଥ ହେଉଛି ଆପଣ ପଠାଇଥିବା ସନ୍ଦେଶକୁ ଆପଣ ଏବଂ ରିସିଭର୍ ବ୍ୟତୀତ ଅନ୍ୟ କେହି ଦେଖି ପାରିବେ ନାହିଁ ।

Whatsapp ସେଗୁଡିକୁ ସଂରକ୍ଷଣ କରେ ନାହିଁ । ଏହାକୁ ଅଧିକ ସୁରକ୍ଷିତ କହିବାର ଏହା ହେଉଛି ଏକ କାରଣ । କିନ୍ତୁ କମ୍ପାନୀ ଦେଇଥିବା ଦାବି ଏବଂ ବାସ୍ତବତା ମଧ୍ୟରେ ଏକ ବଡ଼ ପାର୍ଥକ୍ୟ ଅଛି । ରିପୋର୍ଟ ଅନୁଯାୟୀ Whatsapp ଅନ୍ୟ ପ୍ଲାଟଫର୍ମ ପରି ଆପଣଙ୍କ ଡାଟା ମଧ୍ୟ ଷ୍ଟୋର୍ କରେ। ଏହି କିପରି ଘଟେ ଆସନ୍ତୁ ଜାଣିବା । ରିପୋର୍ଟ ଅନୁଯାୟୀ, Whatsapp ରେ ଉପସ୍ଥିତ ଥିବା ପ୍ରତ୍ୟେକ ୟୁଜର୍ସ ଙ୍କ । ଯଦି ନିୟମର କେହି ଉଂଲଘନ କରନ୍ତି ତେବେ ସେମାନଙ୍କ ବିରୁଦ୍ଧରେ ଏହା ଯୋଗେ ଅଭିଯୋଗ ସହ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଏ।

ସୂଚନା ଅନୁଯାୟୀ, Whatsapp ଏହାର ବ୍ୟବହାରକାରୀଙ୍କ ସହ ଜଡିତ ପ୍ରତ୍ୟେକ ବ୍ୟକ୍ତିଗତ ସୂଚନା ଷ୍ଟୋାର କରେ । ଉଦାହରଣ ସ୍ୱରୂପ, ଆପଣ କେଉଁ ଗ୍ରୁପ ରେ ଅଛନ୍ତି , ଆପଣଙ୍କର ନାମ ଏବଂ ଆପଣଙ୍କର ଫୋନ୍ ନମ୍ବର, ସମସ୍ତ ଯୋଗାଯୋଗ ନମ୍ବର, ଆପଣଙ୍କର ପ୍ରତ୍ୟେକ କାର୍ଯ୍ୟକଳାପ, ପ୍ରୋଫାଇଲ୍ , ଆପଣ ବ୍ଲକ କରିଥିବା କଣ୍ଟାକ୍ଟ ଏବଂ ଆପଣଙ୍କର ଡିଭାଇସର IP ID ଇତ୍ୟାଦି । ତଥାପି Whatsapp ୟୁଜର୍ସଙ୍କ ପର୍ସନାଲ ଚାଟକୁ ଷ୍ଟୋର କରେ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.