ଶିକ୍ଷକଙ୍କ ଘରେ କଳାକନା ବୁଲାଇଲେ ଚୋର, ଲୁଟି ନେଲେ ୧୫ରୁ ୧୮ ଭରି ସୁନା ସହ ନଗଦ ୫୨ହଜାର ଟଙ୍କା

ଆନନ୍ଦପୁର(କେନ୍ୟୁଜ୍‌): ଶିକ୍ଷକଙ୍କ ଘରେ କଳାକନା ବୁଲାଇଲେ ଚୋର। ୧୫ରୁ ୧୮ ଭରି ସୁନା ସହ ନଗଦ ୫୨ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। କେନ୍ଦୁଝର ଜିଲ୍ଲା ଘଷିପୁରା ଆନନ୍ଦପୁର ମ୍ୟୁନିସିପାଲଟି ୧୩ନଂ ୱାର୍ଡ ଅଞ୍ଚଳରୁ ଚୋରି ହୋଇଛି। ଝାଡେଶ୍ୱର ଉଚ୍ଚ ବିଦ୍ୟାଳୟର ଶିକ୍ଷକ ରଞ୍ଜନ କୁମାର ଘଡ଼େଇଙ୍କ ଘରୁ ଚୋରି ଅଭିଯୋଗ।

ପରିବାର ଲୋକ ଗୋଟିଏ ଘରେ ଶୋଇଥିବା ବେଳେ, ଅନ୍ୟ କୋଠରୀରେ ଥିବା ସୁନା ଅଳଙ୍କାର ସହ ନଗଦ ଟଙ୍କା ଚୋରି ହୋଇଥିବା ଅଭିଯୋଗ। ଘରେ ଥିବା ୧୫ ରୁ ୧୮ଭରି ସୁନା ଅଳଙ୍କାର ସହ ନଗଦ ୫୨ହଜାର ଟଙ୍କା ଚୋରି ହୋଇଥିବା ନେଇ ରଞ୍ଜନ ଘସିପୁରା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.