ଖେଲୋ ଇଣ୍ଡିଆ: ଚା’ ବିକାଳିଙ୍କ ଝିଅ ଭାରୋତ୍ତୋଳନରେ ଜିତିଲେ ପ୍ରଥମ ସ୍ବର୍ଣ୍ଣ ପଦକ

ଭାରୋତ୍ତୋଳକ କାଜଲ ସର୍ଗର ଖେଲୋ ଇଣ୍ଡିଆ ୟୁଥ ଗେମ୍ସର ପ୍ରଥମ ସ୍ୱର୍ଣ୍ଣ ପଦକ ବିଜେତା ହୋଇଛନ୍ତି। ମହାରାଷ୍ଟ୍ର ୦୯ ସ୍ୱର୍ଣ୍ଣ ପଦକ ଜିତି ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନରେ ଥିବାବେଳେ ହରିୟାଣା ୬ ସ୍ୱର୍ଣ୍ଣ ପଦକ ସହିତ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

ସାଙ୍ଗଲିର ୧୬ ବର୍ଷୀୟ କାଜଲ ସର୍ଗରଙ୍କ ବାପା ଚା ବିକ୍ରି କରନ୍ତି । ମହିଳା ୪୦ କେଜି ଭାରୋତ୍ତୋଳନ ବର୍ଗରେ ଏହି ମହାରାଷ୍ଟ୍ର ଝିଅ ମୋଟ ୧୧୩ କେଜି ଉତ୍ତୋଳନ କରି ସ୍ବର୍ଣ୍ଣିମ ସଫଳତା ହାତେଇଛନ୍ତି। କାଜଲଙ୍କ ସ୍ବର୍ଣ୍ଣ ପଦକ ପରେ ଚଳିତ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ମହାରାଷ୍ଟ୍ର ପଦକ ତାଲିକାର ଶୀର୍ଷରେ ପହଞ୍ଚିଯାଇଛି। ୪୦ କେଜି ମହିଳା ଭାରୋତ୍ତୋଳନ ବର୍ଗରେ କାଜଲଙ୍କ ପଛକୁ ଅରୁଣାଚଳ ପ୍ରଦେଶର ସାଣ୍ଡିୟା ଗୁଙ୍ଗଲି (୧୧୧ କେଜି) ରୌପ୍ୟ ପାଇଥିଲା ବେଳେ ଅନ୍ୟତମ ମହାରାଷ୍ଟ୍ର ବାଳିକା ରେଖାମୋନି (୧୦୯ କେଜି) କାଂସ୍ୟ ପଦକ ଜିତିଥିଲେ। ଏହା ପୂର୍ବରୁ କାଜଲ ୨୦୨୧ ଅଗଷ୍ଟରେ ପତିଆଲାରେ ଆୟୋଜିତ ଯୁବ ଜାତୀୟ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିଥିଲେ।

ତିନି ବର୍ଷ ପୂର୍ବେ କ୍ରୀଡା ସହିତ କାଜଲ ସର୍ଗର। ଜଡିତ ଥିଲେ । ତାଙ୍କ ବଡ଼ ଭାଇ ସଂକେତ ଜଣେ ଭାରୋତ୍ତୋଳକ। ସେତେବେଳେ ସଂକେତ ସ୍ଥାନୀୟ ଏକ ଜିମ୍ନାସିୟମ୍‌ରେ ପ୍ରଶିକ୍ଷଣ ନେଉଥିଲା ବେଳେ କାଜଲ ସେଠାକୁ ଦୈନିକ ଯାଇ ଭାଇର ପ୍ରଦର୍ଶନକୁ ଦେଖୁଥିଲେ। ସେବେଠାରୁ ତାଙ୍କର ଖେଳ ପ୍ରତି ଆଗ୍ରହହୋଇଥିଲା । ଯଦିଓ ସାଙ୍ଗଲିର ୧୬ ବର୍ଷୀୟ କାଜଲ ସର୍ଗର। ମହାରାଷ୍ଟ୍ର ରେ ପ୍ରାରମ୍ଭରେ ଅଧିକ ପ୍ରେରଣା ପାଇନଥିଲେ, ୨୦୧୯ ରେ ସବୁକିଛି ବଦଳି ଯାଇଥିଲା । କାଜଲଙ୍କ କହିବା ମୁତାବକ ମୋ ଭାଇ ମୋ ଠୁ ପାଞ୍ଚ ବର୍ଷ ବଡ ବୋଲି ସେ କହିଛନ୍ତି। ମୁଁ ତାଙ୍କ ସହିତ କ୍ରୀଡା ବିଷୟରେ କେବେବି ଆଲୋଚନା କରେ ନାହିଁ ।ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସରେ ରୁପା ହଙ୍ଗଡିଙ୍କ ସଫଳତା ବିଷୟରେ ଜାଣିବା ପରେ ହିଁ ଭାରୋତ୍ତୋଳନ ପ୍ରତି ଆକର୍ଷିତ ହେଲି।

କାଜୋଲ କହିଛନ୍ତି ଯେ ମୁଁ ଟ୍ରେନିଂ ସମୟରେ ୭୦ କିଲୋଗ୍ରାମ ଉଠାଇବାକୁ ଚେଷ୍ଟା କରିଥିଲି ଯେଉଁଥିରେ ସେ ଆହତ ହୋଇଥିଲେ । ମୁଁ ଦୁଇ ମାସରୁ ଅଧିକ ସମୟ ଧରି କାର୍ଯ୍ୟରୁ ଦୂରେଇ ଯାଇଥିଲି ଏବଂ ମାର୍ଚ୍ଚରେ ଭୁବନେଶ୍ୱରରେ ହେଉଥିବା ନ୍ୟାସନାଲ୍ ରେ ମଧ୍ୟ ଭାଗ ନେଇପାରିନଥିଲି । ଏହା ମୋର ମୋର ତିନି ବର୍ଷର ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅଟେ ଏବଂ ଏହା ମୋତେ ଅଧିକ ପରିଶ୍ରମ କରିବାକୁ ପ୍ରେରଣା ଦେଇଥିଲା ।

 

/

Leave A Reply

Your email address will not be published.