ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ା ଡେରାବିଶ ଏବିଇଓ, ୫ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ

କଟକ(କେନ୍ୟୁଜ):ଭିଜିଲାନ୍ସ ଜାଲରେ ଅତିରିକ୍ତ ବ୍ଲକ୍‌ ଶିକ୍ଷାଧିକାରୀ। ୫ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଏବିଇଓ ବିପିନ ବିହାରୀ ସିଂ। ପଡି ରହିଥିବା ଦରମା ଟଙ୍କା କରାଇଦେବାକୁ ନେଉଥିଲେ ଲାଞ୍ଚ।

ଏବିଇଓ ବିପିନ୍‌ ବିହାରୀ ସିଂଙ୍କଠାରୁ ୫ ହଜାର ଟଙ୍କା ଜବତ କଲା ଭିଜିଲାନ୍ସ। ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ। କଟକ ଭିଜିଲାନ୍ସ ଡିଭିଜନରେ ଏନେଇ ମାମଲା ରୁଜୁ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.