ସଲମାନଙ୍କ ସହିତ ରୋମାନ୍ସ କରିବେ ସାମନ୍ଥା ! ‘ନୋ ଏଣ୍ଟ୍ରି’ ସିକ୍ୱେଲ ପାଇଁ ମେକର୍ସ କଲେ ଆପ୍ରୋଚ

ସଲମାନ ଖାନଙ୍କ ଫ୍ୟାନ୍ସ ତାଙ୍କ ଅପକମିଂ ଫିଲ୍ମକୁ ପ୍ରତୀକ୍ଷା କରି ରହିଛନ୍ତି। ଏବେ ସଲମାନ ନୂଆ ଫିଲ୍ମ ‘କଭି ଇନ୍‌ କମି ଦିଓ୍ଵାଲୀ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଏହାମଧ୍ୟରେ ସୁପରହିଟ୍‌ ଫିଲ୍ମ ‘ନୋ ଏଣ୍ଟ୍ରି’ର ସିକ୍ୱେଲକୁ ବେଶ୍‌ ଚର୍ଚ୍ଚା ରହିଛି। କିଛିଦିନ ପୂର୍ବରୁ ଫିଲ୍ମ ‘ନୋ ଏଣ୍ଟ୍ରି’ର ସିକ୍ୱେଲ ପାଇଁ ଅନେକ ଚର୍ଚ୍ଚା ଚାଲିଥିଲା। ଯାହା ପରେ ସଲମାନ ଖାନ ଏବଂ ବୋନି କପୁରଙ୍କ ମଧ୍ୟରେ ମନମାଳିନ୍ୟ ଚାଲିଥିଲା। ହେଲେ ଏବେ ଫିଲ୍ମର ହିରୋଇନ ଚୟନ ନେଇ ଅନେକ ଚର୍ଚ୍ଚା ଚାଲିଛି।

ସଲମାନ୍ ଖାନଙ୍କ ଫିଲ୍ମ ନୋ ଏଣ୍ଟ୍ରି-୨ରେ ଏଣ୍ଟ୍ରି କରିବେ ସାଉଥ ସୁନ୍ଦରୀ । ଟାଇଗର-୩ର ପରେ ଏବେ ନୋ ଏଣ୍ଟ୍ରି-୨ ସୁଟିଂ ଓ ଷ୍ଟାରକାଷ୍ଟ ନେଇ କାମ ଚାଲିଛି । ୨୦୦୫ର ହିଟ୍ ଫିଲ୍ମ ନୋ ଏଣ୍ଟ୍ରି ସିକ୍ୱେଲ ହେବାକୁ ଯାଉଛି । କମେଡି ଓ ରୋମାନ୍ସ ଭରା ଏହି ଫିଲ୍ମର ସିକ୍ୱେଲ କରିବାକୁ ନିଷ୍ପତ୍ତି ନେଇଛି ପ୍ରଯୋଜନା ସଂସ୍ଥା । ଖୁବଶୀଘ୍ର ଏହାର ଷ୍ଟାରକାଷ୍ଟ ମଧ୍ୟ ଘୋଷଣା ହେବ। ମିଳିଥିବା ତଥ୍ୟ ଅନୁସାରେ ଏହି ସିକ୍ୱେଲ ଫିଲ୍ମରେ ପୂର୍ବ ପରି ସଲମାନ ଖାନ୍, ଅନିଲ୍ କପୁର, ଫରଦିନ ଖାନ୍ ରହିବେ।

samantha
Image Credit: Instagram

ତେବେ ଏହି ଫିଲ୍ମରେ ସାମନ୍ଥା ରୁଥ ପ୍ରଭୁଙ୍କ ନାମ ଯୋଡି ହେବା ନେଇ ଚର୍ଚ୍ଚା ଚାଲିଛି। ଯଦି ସବୁକିଛି ଠିକ୍‌ ଚାଲେ ତେବେ ସଲମାନଙ୍କ ସହିତ ସାମନ୍ଥା ରୋମାନ୍ସ କରିବେ। ସୂଚନାଯୋଗ୍ୟ, ଫିଲ୍ମ ‘ନୋ ଏଣ୍ଟ୍ରି’ର ସିକ୍ୱେଲ ପାଇଁ ଜଣେ କିମ୍ବା ଦୁଇଜଣ ନୁହେଁ ବରଂ ୧୦ ଜଣ ଅଭିନେତ୍ରୀ ନଜର ଆସିବେ। ତେଣୁ ଇଣ୍ଡଷ୍ଟ୍ରୀର ଅନେକ ଅଭିନେତ୍ରୀଙ୍କୁ ଆପ୍ରୋଚ କରାଯାଇଛି। ବଲିଉଡ୍ ଲାଇଫର ତଥ୍ୟ ଅନୁସାରେ, ନୋ ଏଣ୍ଟ୍ରି-୨ ପାଇଁ ଚାରି ଜଣ ସାଉଥ ସୁନ୍ଦରୀଙ୍କ ନାମ ଚର୍ଚ୍ଚା ହେଉଛି । ସେମାନଙ୍କ ମଧ୍ୟରେ ରଶ୍ମିକା ମନ୍ଦାନା, ସାମାନ୍ଥା ରୁଥୁ ପ୍ରଭୁ, ପୁଜା ହେଗ୍ଡେ, ତମନ୍ନା ଭାଟିଆ ରହିଛନ୍ତି । ତେବେ କାହାକୁ ଫାଇନାଲ୍ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.