ନୂଆଦିଲ୍ଲୀ : ୧୫୦ ଫୁଟ ତଳୁ ୫ବର୍ଷର ଶିଶୁ ଉଦ୍ଧାର। ୮ଘଣ୍ଟାର ଅପରେସନ ପରେ ଶିଶୁ ଉଦ୍ଧାର। ମଧ୍ୟପ୍ରଦେଶ ଛତରପୁର ଜିଲ୍ଲାରେ ବୋରେଓ୍ଵଲରେ ଖସିପଡିଥିବା ୫ବର୍ଷର ଶିଶୁକୁ ଉଦ୍ଧାର କରାଯାଇଛି। ଗତକାଲି ରାତି ୧୦ଟାରେ ୫ବର୍ଷୀୟ ଶିଶୁ ଦିପେନ୍ଦ୍ର ଯାଦବକୁ ଉଦ୍ଧାର କରାଯାଇଛି। ଉଦ୍ଧାର ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସେ ସୁସ୍ଥ ଥିବା ଜଣାପଡିଛି। ଖେଳୁ ଖେଳୁ ବୋରେଓ୍ଵଲରେ ଖସି ପଡିଥିଲା ଦିପେନ୍ଦ୍ର। ୩୦ଫୁଟରେ ଫସିରହିଥିଲା ।
ଏନେଇ ସ୍ଥାନୀୟ ପୋଲିସକୁ ସୂଚନା ଦେବା ପରେ ଘଟଣା ସ୍ଥଳରେ ପୋଲିସ, ପ୍ରଶାସନିକ ଅଧିକାରୀ ପହଂଚିଥିଲେ । କୁହାଯାଉଛି କି ଏହି ଗାତର ୩୦ ଫୁଟ ତଳକୁ ଖସିପଡିଥିଲେ ଦିପେନ୍ଦ୍ର । ଏନେଇ ଏସଡିଇଆରଏଫ ଟିମ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲା । ବର୍ଷା କାରଣରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ବୋରେଓ୍ଵଲରେ ପାଣି ନପଶିବା ପାଇଁ ତା’ ମୁହଁକୁ ବନ୍ଦ କରାଯାଇଥିଲା।
ଏଭଳି ଖବର ପାଇବା ପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜସିଂ ଚୌହାନ ସିଧା ସଳଖ ଦୀପଙ୍କ ପରିବାର ଲୋକଙ୍କ ସହ କଥା ହୋଇଥିଲେ । ଦୀପକୁ ସୁରକ୍ଷିତ ଭାବେ ବାହାରକୁ ବାହାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଥିଲେ ।