ମଣିପୁରରେ ଆର୍ମି କ୍ୟାମ୍ପ ନିକଟରେ ଭୂସ୍ଖଳନ: ୭ ଯବାନଙ୍କ ମୃତଦେହ ଉଦ୍ଧାର, ଅନେକ ନିଖୋଜ
ମଣିପୁର ନୋନୀ ଜିଲ୍ଲାରେ ହୋଇଥିବା ଭୂ-ସ୍ଖଳନରେ ୭ ଯବାନଙ୍କ ସହିତ ୧୪ ଲୋକଙ୍କ ମୃତ୍ୟୁ ହୋଇଛି। ତା୩ ସହିତ ୧୨ରୁ ଉର୍ଦ୍ଧ୍ୱ ଲୋକ ନିଖୋଜ ରହିଛନ୍ତି। ମଣିପୁର ନୋନୀ ଜିଲ୍ଲା ତୁପୁଲ ରେଳ ଷ୍ଟେସନ ନିକଟରେ ମୁତୟନ ହୋଇଥିବା ୧୦୭ ଟେରିଟୋରିଆଲ ଆର୍ମି ଭୂସ୍ଖଳନର ଶିକାର ହୋଇଥିଲେ।
ବୁଧବାର ରାତିରେ ତୁପୁଲ ୟାର୍ଡ ରେଳବାଇ କନଷ୍ଟ୍ରକସନ କ୍ୟାମ୍ପ ନିକଟରେ ଭୂସ୍ଖଳନ ହୋଇଥିଲା। ଏପର୍ଯ୍ୟନ୍ତ ଏହି ଘଟଣାରେ ଟେରିଟୋରିଆଲ୍ ଆର୍ମିର ୧୩ ଯବାନଙ୍କ ସହ ୫ ଜଣ ସାଧାରଣ ନାଗରିକଙ୍କୁ ଉଦ୍ଧାର କରାଯାଇଛି।
ଭୂସ୍ଖଳନ ହେବା ଫଳରେ ଇଜେଇ ନଦୀରେ ବହୁମାତ୍ରାରେ ମାଟି ଅତଡା ପଡି ଏକ ପ୍ରାକୃତିକ ବନ୍ଧ ସୃଷ୍ଟି ହୋଇଛି। ଏହି ବନ୍ଧ ନଦୀର ପାଣିକୁ ଅଟକାଇ ରଖିଛି। ଯଦି ଏହି ବନ୍ଧ ଭାଙ୍ଗିଯାଏ ତେବେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ।
#UPDATE Noney, Manipur | 23 people were brought out from debris of which 14 dead. More are being searched. Not confirmed how many are buried but as of now 60 people including villagers, army & railway personnel, labourers (buried): DGP P Doungel (30.06) https://t.co/xTIYrRVP4I pic.twitter.com/4d8jbVZGHy
— ANI (@ANI) June 30, 2022
ଏଥିପାଇଁ ଜିଲ୍ଲାର ତଳିଆ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ସତର୍କ କରାଯାଇଛି। ତେବେ ଲଗାଣ ବର୍ଷା ଯୋଗୁ ସ୍ଥିତି ଆହୁରି ବିଗିଡିପାରେ ବୋଲି ଲୋକମାନଙ୍କୁ ସତର୍କ କରାଯାଇଛି। ଏଭଳି ସ୍ଥିତି ଦେଖି ମଣିପୁରର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ଏକ ଜରୁରୀକାଳୀନ ବୈଠକ ଡକାଇଛନ୍ତି।
Visited Tupul to take stock of the unfortunate landslide situation.
I’m thankful to Hon’ble HM Shri @AmitShah Ji for calling me to assess the situation and assured all possible assistance. A team of NDRF has already reached the site for rescue operation. pic.twitter.com/rJU1d9UgNQ
— N.Biren Singh (@NBirenSingh) June 30, 2022
ଏନେଇ ମୁଖ୍ୟମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ‘’ତୁପୁଲରେ ଭୂସ୍ଖଳନ ସ୍ଥିତି ଆକଳନ କରିବାପାଇଁ ଏକ ଜରୁରୀକାଳୀନ ବୈଠକ ଡକାଯାଇଛି। ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ସହ ସର୍ଚ୍ଚ ଅପରେସନ ଜାରି ରହିଛି। ଏଥିରେ ସହଯୋଗ କରିବା ପାଇଁ ସେଠାକୁ ଆମ୍ବୁଲାନ୍ସ ଓ ଡାକ୍ତରୀ ଟିମ ପଠାଯାଇଛି।’’ ତା ସହ ଲୋକମାନଙ୍କୁ ଜାତୀୟ ରାଜପଥ ୩୭ରେ ନ ଯିବାକ ପରାମର୍ଶ ଦିଆଯାଇଛି।