କରଞ୍ଜିଆ ବନଖଣ୍ଡର ବିଭିନ୍ନ ସ୍ଥାନରେ ୨୩ଟିକିଆ ଝାଡଖଣ୍ଡୀ ହାତୀପଲଙ୍କ ଉତ୍ପାତ, ଘର ଭାଙ୍ଗିବା ସହ ବ୍ୟାପକ ଫସଲ କରୁଛନ୍ତି ନଷ୍ଟ

କରଞ୍ଜିଆ (କେନ୍ୟୁଜ୍): ଥମୁନି ହାତୀ ଉପଦ୍ରବ । କରଞ୍ଜିଆ ବନଖଣ୍ଡର ବିଭିନ୍ନ ସ୍ଥାନରେ ୨୩ଟିକିଆ ଝାଡଖଣ୍ଡୀ ହାତୀପଲଙ୍କ ଉତ୍ପାତ । ଘର ଭାଙ୍ଗିବା ସହ ବ୍ୟାପକ ଫସଲ କ୍ଷୟକ୍ଷତି କରିଛନ୍ତି ହାତୀ । କିଛିଦିନ ହେବ କରଞ୍ଜିଆ ଉପଖଣ୍ଡର ବିଭିନ୍ନ ସ୍ଥାନରେ ଝାଡଖଣ୍ଡୀ ହାତୀପଲଙ୍କ ଉପଦ୍ରବ ବଢିଥିଲା ।

କରଞ୍ଜିଆ ବନ ବିଭାଗ ନଦୀ ପାର କରି ହାତୀପଲଙ୍କୁ କେନ୍ଦୁଝର ଜିଲ୍ଲାକୁ ଘଉଡାଇଦେଇଥିଲା । ଏବେ ଏହି ହାତୀପଲ ଓଡ଼ିଶା-ଝାଡଖଣ୍ଡ ସୀମା ପାଖାପାଖି ରହି ଆତଙ୍କ ସୃଷ୍ଟି କରୁଛନ୍ତି। ଗତକାଲି ବିଳମ୍ବିତ ରାତିରେ କରଞ୍ଜିଆ ରେଞ୍ଜ ପତରପଚା ଗାଁରେ ୧୦ଟିକିଆ ହାତୀପଲ ବ୍ୟାପକ କ୍ଷୟକ୍ଷତି କରିଛନ୍ତି । କ୍ଷୟକ୍ଷତି କରିବା ପରେ ଝାଡଖଣ୍ଡକୁ ପୁଣି ଚାଲିଯାଉଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.