କେବଳ ଚିଠି ନୁହେଁ, ଏଣିକି ଡାକରେ ଡେଲିଭରି ହେବ ଚକୁଳି ପିଠା ଆଣ; ସର୍ଭିସ ଆରମ୍ଭ କଲା ଭାରତୀୟ ଡାକ ବିଭାଗ

କେବଳ ଚିଠି ପତ୍ର ନୁହେଁ, ଏବେ ଡାକରେ ଘରେ ଆସି ପହଞ୍ଚିବ ଚକୁଳି ଆଣ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ। କୌଣସି ବାହାର ଦେଶରେ ନୁହେଁ, ବରଂ ଆମ ଦେଶ ଭାରତରେ ହିଁ ଏହି ନୂଆ ଡେଲିଭରି ଆରମ୍ଭ କରିଛି ଭାରତୀୟ ଡାକ ବିଭାଗ। ଭାରତର ବେଙ୍ଗାଲୁରୁ ସହରରେ ପ୍ରଥମେ ଏହି କାର୍ଯ୍ୟ ଆରମ୍ଭ ହୋଇଛି। ଖାଦ୍ୟ ପ୍ରସ୍ତୁତ କରୁଥିବା ସଂସ୍ଥା ପକ୍ଷରୁ ଡାକ ବିଭାଗ ମାଧ୍ୟମରେ ଗ୍ରାହକଙ୍କ ନିକଟକୁ ଇଡଲି ଓ ଦୋସା ବଟା ପଠାଯାଉଛି। ଏହି ଆଣକୁ ଲୋକମାନେ ତୁରନ୍ତ ପିଠା କରି ଖାଇପାରିବେ। ବେଙ୍ଗାଲୁରୁରେ ସୋମବାର ପ୍ରଥମ ଥର ପାଇଁ ଜଣେ ଗ୍ରାହକଙ୍କ ପାଖକୁ ଏହି ଆଣ ପଠାଯାଇଛି।

ଏହି ଚକୁଳି ଆଣ ଡେଲିଭରି କରି ଡାକ ବିଭାଗ ପ୍ରଚୁର ଲାଭ କରୁଛି। ଆଗକୁ କର୍ଣ୍ଣାଟକ ସମେତ ଅନ୍ୟ ରାଜ୍ୟରେ ମଧ୍ୟ ଏହି ଚକୁଳି ଆଣକୁ ହୋମ୍‌ ଡେଲିଭରି କରିବାକୁ ଯୋଜନା କରୁଛି ଡାକ ବିଭାଗ।


ଏ ନେଇ କର୍ଣ୍ଣାଟକ ସର୍କଲର ମୁଖ୍ୟ ପୋଷ୍ଟମାଷ୍ଟର ଜେନେରାଲ Chief Postmaster General (CPMG) ଏସ୍‌ ରାଜେନ୍ଦ୍ର କୁମାର କହିଛନ୍ତି, ଜଣାଶୁଣା ଗ୍ରୁପ୍‌ ହାଲ୍ଲିମନେ ପକ୍ଷରୁ ଏହି ପ୍ରୋଜେକ୍ଟକୁ ପରୀକ୍ଷାମୂଳକ ଭାବେ ବେଙ୍ଗାଲୁରୁରେ ଆରମ୍ଭ କରାଯାଇଛି। ପ୍ରଥମ ଦିନ ସୋମବାର ହିଁ ଆମ ନିକଟକୁ ୨୨ଟି ଦୋସା ଆଣ ପାଇଁ ଅର୍ଠର ଆସିଥିଲା। ଆମେ ଗ୍ରାହକଙ୍କ ଆବଶ୍ୟକତା ମୁତାବକ ବ୍ୟାଟରକୁ ଘର ପର୍ଯ୍ୟନ୍ତ ପହଞ୍ଚାଉଛୁ। ଗ୍ରାହକମାନେ ମଧ୍ୟ ଏହି ଡେଲିଭରି ପାଇ ବେଶ୍‌ ଖୁସି ଥିବା କହିଛନ୍ତି ପୋଷ୍ଟ ମାଷ୍ଟର।

ଏବେ ପୋଷ୍ଟ ଅଫିସର କର୍ମଚାରୀମାନେ ଏହି ପିଠଉ ଡେଲିଭରି କରୁଛନ୍ତି। କିନ୍ତୁ ଆଗକୁ ଏଥିପାଇଁ ନିର୍ଦ୍ଦିଷ୍ଟ କିଛି ଲୋକଙ୍କୁ ନିୟୋଜିତ କରାଯିବ ବୋଲି ଡାକ ବିଭାଗ ପକ୍ଷରୁ ସୂଚନା ମିଳିଛି।

Also Read: ୭୯ ବର୍ଷରେ ବିଭିନ୍ନ ଦୂରାରୋଗ୍ୟରେ ପୀଡ଼ିତ ଥାଇ ବି ଫିଟ୍‌ ଅଛନ୍ତି ଅମିତାଭ ବଚ୍ଚନ, ଜାଣନ୍ତୁ ତାଙ୍କ ଡାଏଟ୍‌ ଓ ସ୍ୱାସ୍ଥ୍ୟର ରାଜ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.