ହେଲମେଟ ଚେକିଂ ବେଳେ ଯୁବକକୁ  ପିଟିଲା ପୋଲିସ, ଗୁରୁତର ଅବସ୍ଥାରେ ଯୁବକ ରାଉରକେଲା ସ୍ଥାନାନ୍ତର

ବଣାଇ(କେନ୍ୟୁଜ୍): ସୁନ୍ଦରଗଡ ଜିଲ୍ଲା ବଣାଇ ଥାନାର କେନ୍ଦ୍ରିକଳା ନିକଟରେ ହେଲେମେଟ ଚେକିଂ ବେଳେ ଅଘଟଣ। ହେଲମେଟ ଚେକିଂ ବେଳେ ଦରେଇକଳାରୁ ବଣାଇକୁ ଆସୁଥିବା ଜଣେ ବ୍ୟକ୍ତି ପୋଲିସକୁ ଦେଖି ଗାଡ଼ି ବୁଲାଦେଇଥିଲେ। ଏତିକି ବେଳେ ଜଣେ ପୋଲିସ କର୍ମଚାରୀ ଠେଙ୍ଗାରେ ମୁଣ୍ଡକୁ ପାହାର ମାରିବାରୁ ଦରେଇକଳା ଗ୍ରାମର ସଂଗ୍ରାମ ସାହୁ ଗୁରୁତର ହୋଇପଡିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ବଣାଇ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଅତ୍ୟନ୍ତ ଗୁରୁତର ହବାରୁ ତାଙ୍କୁ ରାଉରକେଲା ସ୍ଥାନାନ୍ତରିତ କରାଗଲା । ଏନେଇ ଜନସାଧାରଣ ଥାନା ଘେରାଓ କରିବା ସହ ଦୋଷୀକୁ ଦଣ୍ଡ ଦେବା ସହ ଗୁରୁତର ଯୁବକକୁ  ଚିକିତ୍ସା କରିବା ଦାବି ନେଇ ରାସ୍ତା ଅବରୋଧ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.