ସ୍କୁଲ ଛାତ୍ରଛାତ୍ରୀ ଶ୍ରମିକ ଭାବେ କାମ କରିବା ଘଟଣା: ସ୍କୁଲ ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ କଲେ ଜିଲ୍ଲା ଶିକ୍ଷାଧିକାରୀ

ଯଜପୁର(କେନ୍ୟୁଜ୍):  ସ୍କୁଲ ଛାତ୍ରଛାତ୍ରୀ ଶ୍ରମିକ ଭାବେ କାମ କରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ। ସ୍କୁଲ ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ କଲେ ଜିଲ୍ଲା ଶିକ୍ଷାଧିକାରୀ। ଯାଜପୁର ଜିଲ୍ଲା ବଡ଼ଚଣା ଚାରିନଙ୍ଗଳ ପଞ୍ଚାୟତ ବାହାଦୂରନଗର ନୋଡାଲ ୟୁପି ସ୍କୁଲର ଛାତ୍ରମାନେ ପାଠ ପଢିବା ପରିବର୍ତ୍ତେ ଶ୍ରମିକ ପରି ସ୍କୁଲ ନିର୍ମାଣ କାମରେ ନିୟୋଜିତ ହୋଇଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ କେବଳ ଯାଜପୁର ଜିଲ୍ଲାରେ ଆଲୋଡନ ସୃଷ୍ଟି ହୋଇଥିଲା।

ଭିିଡିଓରେ ସ୍କୁଲ ପ୍ରଧାନଶିକ୍ଷକ ପ୍ରମୋଦ ଦାସ ଠିକାଦାର ସାଜି ଚେୟାରରେ ବସି ପିଲାଙ୍କ କାମର ତଦାରଖ କରୁଥିବା ଦେଖିବାକୁ ମିଳିଥିଲା। ଭିଡିଓ ଭାଇରାଲ ପରେ ଜିଲ୍ଲା ଶିକ୍ଷାଧିକାରୀ ସମ୍ପୃକ୍ତ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ନିଲମ୍ବିତ କରିଥିବା ନେଇ ବଡ଼ଚଣା ବ୍ଲକ ଶିକ୍ଷାଧିକାରୀଙ୍କୁ ଚିଠି କରିଥିଲେ। ପରେ ଚାରିନଙ୍ଗଳ ପଞ୍ଚାୟତ ବାହାଦୂରନଗର ନୋଡାଲ ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ପ୍ରମୋଦ ଦାସଙ୍କୁ ନିଲମ୍ବନ କରାଯାଇଛି।

 

 

Leave A Reply

Your email address will not be published.