ଅଙ୍ଗଦାନ ପାଇଁ ସମ୍ମତି ପ୍ରଦାନ କରିଥିବା ଅଙ୍ଗଦାତାଙ୍କୁ ଅଙ୍ଗୋତ୍ସର୍ଗ ସମ୍ମାନ -୨୦୨୨ରେ ସମ୍ମାନିତ କଲା ରାଜ୍ୟ କଳାକାର ମହାସଂଘ

ବରଗଡ଼(କେନ୍ୟୁଜ): ଆଜି ମଧ୍ୟ ମଣିଷ ଭିତରେ ବଞ୍ଚିଛି ମଣିଷ ପଣିଆ। ଜଣେ ମଣିଷର ଜୀବନ ବଞ୍ଚାଇବ ଠାରୁ ଅଧିକ ପୁଣ୍ୟ କାମ କିଛି ନାହି ବୋଲି କୁହାଯାଏ । ମାନବ ସମାଜର କଲ୍ୟାଣ ପାଇଁ ଶରୀର ଓ ଅଙ୍ଗଦାନଠାରୁ ବଡ଼ ଆଉ କିଛି ନାହିଁ ବୋଲି ମଧ୍ୟ ଜଣାଯାଏ । ଏହା ଦ୍ୱାରା ମଣିଷ ମରି ମଧ୍ୟ ଅନ୍ୟ ମାଧ୍ୟମରେ ଜୀବିତ ରୁହେ। ଏହି ମହନୀୟ ଦାନ ଜଣେ ସାଧାରଣ ମଣିଷକୁ ସର୍ବଦା ଜୀବନ୍ତ କରି ରଖିଥାଏ। ଚିକିତ୍ସା ବିଜ୍ଞାନରେ ଉନ୍ନତି ସତ୍ତ୍ବେ ବହୁଦିନ ପର୍ଯ୍ୟନ୍ତ ଆମ ସମାଜ ସହ ଏହା ଏକ କୁପ୍ରଥା ଭାବେ ବିବେଚିତ ହେଉଥିଲା। ବିଭିନ୍ନ କାରଣ ପାଇଁ ସମସ୍ତଙ୍କ ପାଖରେ ଏହା ଗ୍ରହଣୀୟ ନଥିଲା। ସମୟକ୍ରମେ ଅଙ୍ଗଦାନ ପ୍ରକ୍ରିୟାରେ ଅନେକ ପରିବର୍ତ୍ତନ ଆସିଛି ସତ। ତେବେ ଏଥିପାଇଁ ଆଇନଗତ ପ୍ରତିବନ୍ଧକ ରହିଛି। ଯାହା ଦ୍ୱାରା ଅନେକ ଲୋକଙ୍କ ଜୀବନ ବଞ୍ଚିପାରୁଛି । ଏହି ଅଙ୍ଗଦାନ ପ୍ରିକ୍ରିୟାରେ ବଡ ଭୁମିକା ଗ୍ରହଣ କରିଥାନ୍ତି ଏହି ମହାନ ବ୍ୟକ୍ତି ମାନେ। ଏପରି କାର୍ଯ୍ୟ ଅଙ୍ଗଦାନ କରି ଅନ୍ୟ ଜୀବନ ବଞ୍ଚାଇ ପ୍ରେରଣା ଉତ୍ସ ହୋଇଥାଏ।’

56

ଅଙ୍ଗଦାନର ମହତ୍ତ୍ୱକୁ ବୁଝି ଅଙ୍ଗଦାନ କରିବାକୁ ସମ୍ମତି ପ୍ରଦାନ କରି ଓଡିଶା ରାଜ୍ୟ କଳାକାର ମହାସଂଘ ଗତକାଲି ଦିନ ୧୧ ଘଟିକାରେ ଆଗାମୀ ଦିନରେ ଅଙ୍ଗଦାତାଙ୍କ ସମ୍ମାନର୍ଥେ ଅଙ୍ଗୋତ୍ସର୍ଗ ସମ୍ମାନ -୨୦୨୨ ୧ମ ଅଧିବେଶନ ଉଦଯାପନୀ ଉତ୍ସବର ଆୟୋଜନ କରିଥିଲେ। ଏହି ପରିପ୍ରେକ୍ଷୀରେ ସଭାପତି ଚୈତନ୍ୟ ପାଇକ ଏହି କାର୍ଯ୍ୟକ୍ରମର ସଭାପତିତ୍ୱ କରିଥିଲେ । ଏଥିରେ ଉଦଘାଟକ ଓ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମଧୁସୂଦନ ପାଢ଼ୀ , ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଂସ୍କୃତି ବିଭାଗର ଡ଼.ଉମାକାନ୍ତ ଶତପଥୀ , ପଦ୍ମଶ୍ରୀ ଡ଼. ଉତ୍ସବି ଚରଣ ଦାସ , ଚଇତି ନୃତ୍ୟୁ ଗୁରୁ ଡ଼. ବିଭୁତି ଭୂଷଣ ନାୟକ, ଷ୍ଟେଟ ଅରଗାନ ଟିସୁ ପ୍ରତ୍ୟାରୋପଣ ସଂଗଠନ ଡ଼ . ନିଶିକ ମହାନ୍ତି, ଶ୍ରୀଯୁକ୍ତ ଚନ୍ଦ୍ରଶେଖର ବାଗ, ସମାଜ ସେବୀ ଶ୍ରୀଯୁକ୍ତ ଯଜ୍ଞଶିଷ ମହାପାତ୍ର ଓ ରୋଟାରି ସଭାପତି ସମରେନ୍ଦ୍ର ପଣ୍ଡା ଆଦି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.