ଇଣ୍ଡିଆନ ନେଭିରେ ନିଯୁକ୍ତି ପାଇବାକୁ ଆଗ୍ରହୀ ଅଛନ୍ତିକି, ତେବେ ତୁରନ୍ତ କରନ୍ତୁ ଆବେଦନ

ଇଣ୍ଡିଆନ ନେଭି କିମ୍ବା ଭାରତୀୟ ନୌସେନାରେ ଅଗ୍ନିପଥ ସ୍କିମର ସିନିୟର ସେକେଣ୍ଡାରୀ ରିକ୍ରୁଟି (SSR)ର ହଜାର ହଜାର ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ କୁଲାଈ ୧୫ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଅନଲାଇନ ଜରିଆରେ ଆବେଦନ କରାଯାଇପାରିବ । ଏହି ଭର୍ତ୍ତି ପାଇଁ ସର୍ବନିମ୍ନ ଆୟୁସୀମା ୧୭.୫ ବର୍ଷ ରଖାଯାଇଥିବା ବେଳେ ସର୍ବାଧିକ ବୟସ ୨୩ ବର୍ଷ ରଖାଯାଇଛି । ଆଉ ଖୁବ ଶୀଘ୍ର ଲିଖିତ ପରୀକ୍ଷା ପାଇଁ ଡକାଯିବ । ଏଥିପାଇଁ ଆବେଦନକାରୀଙ୍କୁ ଆଡମିଟ କାର୍ଡ ଜାରି କରାଯିବ । ଏହା ସହିତ ଜଡିତ ଅଧିକ ତଥ୍ୟ ପାଇବା ପାଇଁ ଆଶାୟୀ ମାନଙ୍କୁ ନୌସେନା ୱେବସାଇଟକୁ ଯାଇ ନୋଟିଫିକେସନ ଦେଖିପାରିବେ । ଯଦି ଆପଣ ସରକାରୀ ଚାକିରୀ ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ଆପଣଙ୍କ ପାଇଁ ଏହି ଦିନ ନିଶ୍ଚିତ ସହଜ ହେବ ।

ନେଭି ଅଗ୍ନିବୀର ଏସଏସଆର ଓ ଏମଆର ଭର୍ତ୍ତି ପ୍ରକ୍ରିୟା ଅନ୍ତର୍ଗତ ଶାମିଲ ହେବା ପାଇଁ ପରୀକ୍ଷାର୍ଥିଙ୍କୁ ଲିଖିତ ପରୀକ୍ଷା, ଫିଜିକାଲ ଫିଟନେସ ଟେଷ୍ଟ, ଫିଜିକାଲ ଏଫଇସିଏନସି ଟେଷ୍ଟ ଓ ସ୍ୱାସ୍ଥ୍ୟ ପରୀକ୍ଷଣ ପ୍ରକ୍ରିୟା ଦେଇ ଯିବାକୁ ହେବ ।

ନେଭିରେ ଅଗ୍ନିପଥ ସ୍କିମ ଜରିଆରେ ଏସଏସଆର ଅଗ୍ନିବୀର ପଦରେ ନିଯୁକ୍ତି ପାଇଁ ଆଇଏନଏସ ଚିଲିକାରେ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଏହି ଟ୍ରେନିଙ୍ଗ ପାଇଁ ନଭେମ୍ବର ୨୨
ତାରିଖରୁ ଟ୍ରେନିଙ୍ଗ ଆରମ୍ଭ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.