ରଣବୀରଙ୍କ ପରେ ଏହି ଅଭିନେତା କଲେ ନ୍ୟୁଡ୍ ଫଟୋଶୁଟ୍, ଫଟୋ ଉଠାଇଲେ ପତ୍ନୀ ଜ୍ୱାଲା ଗୁଟ୍ଟା
ସୋସିଆଲ ମିଡିଆରେ ଏବେ ରଣବୀର ସିଂହ ନ୍ୟୁଡ୍ ଫଟୋଶୁଟ୍ କୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି। କ୍ୟାମେରା ସାମ୍ନାରେ ସଂପୂର୍ଣ୍ଣ ନିବସ୍ତ୍ର ହୋଇ କେବଳ ଫ୍ୟାନ୍ସଙ୍କ ନୁହେଁ ବରଂ ସମସ୍ତ ସେଲିବ୍ରିଟିଙ୍କୁ ଚକିତ କରିଦେଇଥିଲେ। ତାଙ୍କର ଫଟୋ ସୋସିଆଲ୍ ମିଡିଆରେ ଖୁବ୍ ଭାଇରଲ ହୋଇଥିଲା। ଯାହା ପରେ ରଣବୀରଙ୍କୁ ଖୁବ୍ ଟ୍ରୋଲ୍ କରାଯାଇଥିଲା। ଏହାକୁ ନେଇ ଅନେକ ମିମ୍ସ ମଧ୍ୟ ଦେଖିବାକୁ ମିଳିଛି । ହେଲେ ବର୍ତ୍ତମାନ ରଣବୀରଙ୍କ ପରେ ତାମିଲ ଅଭିନେତା ବିଷ୍ଣୁ ବିଶାଲ ମଧ୍ୟ ନ୍ୟୁଡ୍ ଫଟୋ ସେୟାର କରିଛନ୍ତି।
ତାମିଲ ଫିଲ୍ମ ଷ୍ଟାର ବିଷ୍ଣୁ ବିଶାଲ ରଣବୀର ସିଂଙ୍କ ମାର୍ଗରେ ଚାଲୁଛନ୍ତି। ଆଉ ସୋସିଆଲ ମିଡିଆରେ ଏହି ଫଟୋ ଭାଇରଲ ହେବାରେ ଲାଗିଛି। ବିଷ୍ଣୁ ବିଶାଲ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଏକ ବିଛଣାରେ ଶୋଇଛନ୍ତି । ବିଭିନ୍ନ ଷ୍ଟାଇଲ୍ରେ ପୋଜ୍ ଦେଉଛନ୍ତି। ବିଷ୍ଣୁଙ୍କ ଏହି ଫଟୋ ତାଙ୍କ ପତ୍ନୀ ତଥା ବ୍ୟାଡମିଣ୍ଟନ ଖେଳାଳି ଜୱାଲା ଗୁଟ୍ଟା ନେଇଛନ୍ତି। କ୍ୟାପସନରେ ଲେଖିଛନ୍ତି- ‘ଠିକ୍, ଟ୍ରେଣ୍ଡରେ ସାମିଲ୍ … ଯେତେବେଳେ ପତ୍ନୀ ଜୱାଲା ଗୁଟ୍ଟା ଫଟୋଗ୍ରାଫର ହେବେ।’
Well… joining the trend !
P.S
Also when wife @Guttajwala turns photographer… pic.twitter.com/kcvxYC40RU— VISHNU VISHAL (VV) (@TheVishnuVishal) July 23, 2022
ସୂଚନାଯୋଗ୍ୟ, ରଣବୀର ସିଂ ପେପର ମାଗାଜିନ ପାଇଁ ଏକ ଫଟୋସୁଟ କରିଥିଲେ। ତୁର୍କୀ କାର୍ପେଟରେ ପୋଜ୍ ଦେଇଥିଲେ। କିଛି ଫଟୋରେ ସେ ବସିଥିବାର ନଜର ଆସିଥିଲେ, ତ ଆଉ କେଉଁଥିରେ ସେ ଶୋଇଥିଲେ। ଏକ ସାକ୍ଷାତକାରରେ ରଣବୀର କହିଥିଲେ କି ଏହା ତାଙ୍କର କାର୍ଯ୍ୟ ଏବଂ ଫ୍ୟାଶନ । ରଣବୀର ତାଙ୍କ ଫଟୋ ସେୟାର କରି କହିଥିଲେ କି ତାଙ୍କ ପାଇଁ ଏହା ବହୁତ ସହଜ । ସେ ଏକ ହଜାର ଲୋକଙ୍କ ସାମ୍ନାରେ ନେକେଡ୍ ହୋଇପାରିବେ।
Ithey heroins panna chance kaga panra nu solvanga 🤐
— 𝓣𝓱𝓪𝓵𝓪𝓹𝓪𝓽𝓱𝔂𝓥𝓲𝓳𝓪𝔂 7️⃣ (@Vijayal20676054) July 23, 2022
ରଣବୀରଙ୍କ ଏହି ଫଟୋଶୁଟରେ ବଲିଉଡର ଅନେକ ସେଲିବ୍ରିଟି ନିଜର ପ୍ରତିକ୍ରିୟା ଦେଇଥିଲେ। ପ୍ରିୟଙ୍କା ଚୋପ୍ରା, ମସାବା ଗୁପ୍ତା ପ୍ରମୁଖ କମେଣ୍ଟ ଦେଇଛନ୍ତି।