କେବଳ ଶିବଲିଙ୍ଗ ରଖି ପୂଜା କରୁଛନ୍ତି କି, ତେବେ ଅଶୁଭ କରିବା ପୂର୍ବରୁ ପଢ଼ନ୍ତୁ ନିଶ୍ଚୟ

ଘରେ ନକରାତ୍ମକତା ଏବଂ ପବିତ୍ରତା ବଜାୟ ରଖିବା ପାଇଁ ଦେବୀ-ଦେବତାଙ୍କ ଫଟୋ ଏବଂ ମୂର୍ତ୍ତି ରଖିବାର ପରମ୍ପରା ରହିଛି। ବିଶ୍ବାସ ରହିଛି ଯେ ଭଗବାନଙ୍କ ସହ ଜଡ଼ିତ ପ୍ରତୀକ ଚିହ୍ନ,ମୂର୍ତ୍ତି,ଫଟୋ ଦର୍ଶନ କରିବା ଦ୍ବାରା ମନ ଶାନ୍ତ ରହିଥାଏ ଏବଂ ମନରୁ ନକରାତ୍ମକ ବିଚାର ନାଶ ହୋଇଥାଏ।

ଶିବପୁରାଣରେ କୁହାଯାଇଛି ଯେ ଶିବଙ୍କ ଇଚ୍ଛାରେ ହିଁ ଏହି ସମ୍ପୂର୍ଣ୍ଣ ସୃଷ୍ଟିର ରଚନା ବ୍ରହ୍ମାଙ୍କ ଦ୍ବାରା କରାଯାଇଛି। ଏହି କାରଣରୁ ଅନେକ ଲୋକ ଘରେ ଶିବଲିଙ୍ଗ ଏବଂ ଶିବଙ୍କ ଫଟୋ କିମ୍ବା ମୂର୍ତ୍ତି ରଖିଥାନ୍ତି।

ଘରେ ଶିବଲିଙ୍ଗ ସହ ମାତା ପାର୍ବତୀ,ଗଣେଶ,କାର୍ତ୍ତିକେୟ ସ୍ବାମୀ ଏବଂ ନନ୍ଦିଙ୍କ ପ୍ରତିମା କିମ୍ବା ଫଟୋ ମଧ୍ୟ ନିଶ୍ଚୟ ରଖନ୍ତୁ। ପ୍ରତିଦିନ ସକାଳେ-ସନ୍ଧ୍ୟାରେ ଶିବ ପରିବାରର ପୂଜା ଏକାଠି କରନ୍ତୁ। ଦୀପ ଜଳାଇ ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ।

sivaଶିବ ପରିବାରର ପୂଜା କରିବା ଦ୍ବାରା ପରସ୍ପର ମଧ୍ୟରେ ପ୍ରେମ ବଜାୟ ରହିଥାଏ। ଯେଉଁଠାରେ ଶିବଙ୍କ ଫଟୋ କିମ୍ବା ମୂର୍ତ୍ତି ଲାଗିଥିବ ସେଠାରେ ପରିଷ୍କାର ପରିଚ୍ଛନ୍ନତା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ।

ଶିବଙ୍କ ନିବାସ ସ୍ଥାନ କୈଳାସ ପର୍ବତକୁ କୁହାଯାଇଛି। ଏହି ପର୍ବତ ଉତ୍ତର ଦିଗରେ ରହିଛି। ଏହି କାରଣରୁ ଶିବଙ୍କ ମୂର୍ତ୍ତି କିମ୍ବା ଫଟୋ ଉତ୍ତର ଦିଗରେ ଲଗାଇବା ଉଚିତ୍।

ଯଦି ଆପଣ ଧ୍ୟାନ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଧ୍ୟାନରେ ବସିଥିବା ଶିବଙ୍କ ଦର୍ଶନ ପ୍ରତିଦିନ କରିବା ଉଚିତ୍। ଏପରି ସ୍ବରୂପ ଦର୍ଶନ କରିବା ଦ୍ବାରା ମନ ଶାନ୍ତ ରହିଥାଏ ଏବଂ ଧ୍ୟାନରେ ମନ ଲାଗିଥାଏ।

ଶିବଙ୍କ ଏପରି ମୂର୍ତ୍ତି କିମ୍ବା ଫଟୋ ଲଗାଇବା ଉଚିତ୍ ଯେଉଁଥିରେ ସେ ପ୍ରସନ୍ନ ଦେଖାଯାଉଥିବେ। ନନ୍ଦି ଉପରେ ବିରାଜିତ ହୋଇଥିବେ ଏବଂ ଧ୍ୟାନରେ ବସିଥିବେ। ଏପରି ସ୍ବରୂପ ଦର୍ଶନ କରିବା ଦ୍ବାରା ସକରାତ୍ମକତା ବଢ଼ିଥାଏ। ଶିବଙ୍କ କ୍ରୋଧିତ ସ୍ବରୂପକୁ ଦର୍ଶନ କରିବା ଦ୍ବାରା ଆମ ସ୍ବଭାବ ମଧ୍ୟ କ୍ରୋଧି ହୋଇପାରେ।

 

Leave A Reply

Your email address will not be published.