ପାର୍ଲିଆମେଣ୍ଟରେ ଜାରି ହେଲା ନୂଆ ନିୟମ, ସିଗାରେଟ କିଣିବା ଓ ଟାଣିବା ଉପରେ ଲାଗିଲା କଟକଣା

ନିଉଜିଲାଣ୍ଡରେ ଜାରି ହେଲା ନୂଆ ନିୟମ । ଏଣିକି ୧୮ ବର୍ଷରୁ ଉର୍ଦ୍ଧ୍ବ ବୟସର ହୋଇଥିଲେ ମଧ୍ୟ ଆଉ ଏଠାକାର ଅଧିବାସୀ ମାନେ ସିଗାରେଟ ଟାଣି ପାରିବେ ନାହିଁ କି କିଣି ମଧ୍ୟ ପାରିବେ ନାହିଁ । ନିଉଜିଲ୍ୟାଣ୍ଡରେ ନିକଟରେ ଜାରି ହୋଇଥିବା ନିୟମ ଅନୁଯାୟୀ ଆଗକୁ ସିଗାରେଟ କିଣିବା ଓ ବିକିବା ଉଭୟକୁ ବେଆଇନ ଭାବେ ଧରାଯିବ । ପ୍ରକୃତରେ ନିକଟରେ ନବଗଠିତ ମନ୍ତ୍ରୀ ପରିଷଦ ଆଗାମୀ ପିଢ଼ି କିପରି ନିଶାଗ୍ରସ୍ତ ନ ହୁଅନ୍ତୁ ସେନେଇ ଚେଷ୍ଟା କରିବେ ବୋଲି ଶପଥ ନେଇଛନ୍ତି । ଏହା ସହିତ ସିଗାରେଟ ତିଆରି ଉପରେ ବି ରୋକ ଲଗାଯିବ ବୋଲି ନିଷ୍ପତ୍ତି ନେଇଛନ୍ତି ।

ମଙ୍ଗଳବାର, ସରକାର ଦେଶକୁ ଧୂଆଁ ମୁକ୍ତ କରିବା ପାଇଁ ସଂସଦରେ ନୂଆ ନିୟମ ଜାରି କରାଯାଇଛି । ଏହା ସହିତ ସିଗାରେଟ କିଣିବା ନେଇ ବୟସ ମଧ୍ୟ ବଢ଼ାଇ ଦିଆଯାଇଛି । ଯାହା ଦ୍ୱାରା ଯୁବବର୍ଗ ମାନେ ଆଉ ସିଗାରେଟ କିଣିପାରିବେ ନାହିଁ । ନିଉଜିଲ୍ୟାଣ୍ଡ ପାର୍ଲିଆମେଣ୍ଟରେ ଜାରି ହୋଇଥିବା ଏହି ନୂଆ ନିୟମ ବିଶ୍ୱ ଇତିହାସରେ ପ୍ରଥମ ପଦକ୍ଷେପ ବୋଲି ଜଣାଯାଇଛି । ଏହା ସହିତ ସେଠାରେ ବୟସ ବଢାଇବା ସହିତ ସିଗାରେଟରେ ନିକୋଟିନର ମାତ୍ରା କମ କରିବା ନେଇ ବି ନିଷ୍ପତ୍ତି ନିଆଯାଇଛି । ଆଉ ଏହି ସିଗାରେଟ ଗୁଡିକୁ ନିର୍ଦ୍ଦିଷ୍ଟ ଦୋକାନ ଓ ସୁପରମାର୍କେଟ ଗୁଡିକରେ ଉପଲବ୍ଧ ହେବ ବୋଲି ଜଣାଯାଇଛି ।

ଆଉ ସବୁଠୁ ବଡ କଥା ହେଉଛି ଦେଶର ଅର୍ଦ୍ଧାଧିକ ଦଳ ଏହି ନିଷ୍ପତ୍ତି ସପକ୍ଷରେ ଅଛନ୍ତି । ସେଠିକାର ସରକାର ଆଶା ରଖିଛନ୍ତିକି ୨୦୨୫ ମସିହା ସୁଦ୍ଧା ୫ ପ୍ରତିଶତରୁ କମ ଜନସାଧାରଣ ସିଗାରେଟ ଟାଣୁଥିବେ । ଯେବେକି ମାଲେସିଆ ଉଭୟ ସିଗାରେଟ ଟାଣିବା ତଥା ତମାଖୁ ଜାତୀୟ ଜିନିଷର ବିକ୍ରି ଉପରେ ପ୍ରତିବନ୍ଧ ଲଗାଇଛନ୍ତି । ଏମିତିକି ଇ ସିଗାରେଟ ଉପରେ ବି ସେଠିକା ସରକାର ବ୍ୟାନ ଲଗାଇଛନ୍ତି । ୨୦୦୭ ମସିହା ପରେ ଜନ୍ମିତ କୌଣସି ବ୍ୟକ୍ତି ସିଗାରେଟ ବ୍ୟବହାର କରିପାରିବେ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.