ସ୍ୱାସ୍ଥ୍ୟ ପାଇଁ ଏହିପରି କିଛି ଜିନିଷକୁ ହାଇଲାଇଟ୍ କରାଯାଇଛି । ଯାହା ଆମ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ପ୍ରମାଣିତ ହୋଇପାରେ। ସେଥିମଧ୍ୟରୁ ଗୋଟିଏ ହେଉଛି ବାନାନା-ମିଲ୍କ ଶେକ୍। ତେବେ ଅଧିକାଶଂ ଲୋକେ ବିଶ୍ୱାସ କରନ୍ତି ଯେ ବାନାନା ମିଲ୍କ ଶେକ୍ ପିଇବା ଦ୍ୱାରା ପତଳା ଲୋକଙ୍କର ଓଜନ ବୃଦ୍ଧି ହୋଇଥାଏ । ତେବେ ଆସନ୍ତୁ ଜାଣିବା କେତେ ଲାଭ ଦାୟକ ଏହି ବାନାନା-ମିଲ୍କ ଶେକ୍ ।
କ୍ଷୀର ଏବଂ କଦଳୀକୁ ଏକାଠି ଖାଇବା ଦ୍ୱାରା ଆପଣଙ୍କୁ ସେହି ଫାଇଦା ମିଳେ ନାହିଁ ଯାହା କୁହାଯାଏ। ଆୟୁର୍ବେଦ ହେଉଛି ଆମ ଭାରତର ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର, ଯାହା ରୋଗକୁ ମୂଳରୁ ହଟାଇବାର ଚିକିତ୍ସାକୁ କହିଥାଏ। ଆୟୁର୍ବେଦ ଅନୁଯାୟୀ, କଦଳୀରେ ଫାଇବର ଏବଂ କ୍ଷୀରରେ କ୍ୟାଲସିୟମ ପରିମାଣ ଅଧିକ ରହିଥାଏ। ଯେଉଁଥିପାଇଁ ଆପଣ କଦଳୀ ଏବଂ କ୍ଷୀର ଏକାଠି ଖାଇ ପାରିବେ ନାହିଁ। ଏହାର ବ୍ୟବହାର ହରମୋନ୍ ଉପରେ ଗଭୀର ପ୍ରଭାବ ପକାଇଥାଏ।
ବାନାନା-ମିଲ୍କ ଶେକ୍ ମସ୍ତିଷ୍କ ଉପରେ ପକାଇଥାଏ ଖରାପ ପ୍ରଭାବ : ଆୟୁର୍ବେଦ ହେଉଛି ଆମ ଭାରତର ସବୁଠାରୁ ଶକ୍ତିଶାଳୀ ଶାସ୍ତ୍ର । ଯେଉଁଥିରେ ବିଶ୍ୱର ଅନେକ ରୋଗକୁ ମୂଳରୁ ଶେଷ କରିବାର ଉପଚାର କୁହାଯାଇଛି । ତେବେ ଏହି ଆୟୁର୍ବେଦ ଅନୁଯାଇ କଦଳୀରେ ଫାଇବର ମାତ୍ରା ଅଧିକ ରହିଥାଏବେଳେ କ୍ଷୀରରେ କ୍ୟାଲସିୟମର ପରିମାଣ ଅଧିକ ରହିଥାଏ । ଯେଉଁଥିପାଇଁ କଦଳୀ ଓ କ୍ଷୀରକୁ ଏକତ୍ର ଖିଆଯାଇ ନଥାଏ । ଏହାକୁ ଖାଇବା ଦ୍ୱାରା ଆମ ହରମୋନ ଉପରେ ଗଭୀର ପ୍ରଭାବ ପଡିଥାଏ ।
ଗର୍ଭବତୀ ମହିଳାଙ୍କର ହୋଇଥାଏ କ୍ଷତି : ଗର୍ଭଧାରଣ କରିବା ପରେ ନିଜ ପିଲାକୁ ସୁରକ୍ଷିତ ରଖିବା ପାଇଁ ମହିଳାମାନଙ୍କୁ କିଛି ଜିନିଷ ଖାଇବାକୁ ବାରଣ କରାଯାଇଥାଏ । ଏପରି ପରିସ୍ଥିତିରେ ଶିଶୁମାନଙ୍କର ଭଲ ଯତ୍ନ ପାଇଁ କଦଳୀ ଓ କ୍ଷାର ଖାଇବା ଉଚିତ୍ ନୁହେଁ । କାରଣ ଏହାକୁ ଖାଇବା ଦ୍ୱାରା ଶରୀରରେ ବିଶାକ୍ତ ପଦାର୍ଥ ପରିମାଣ ବୃଦ୍ଧି ପାଇଥାଏ । ଏଥି ସହିତ ଏହା ଅନେକ ରୋଗର ଆଶଙ୍କାକୁ ମଧ୍ୟ ବଢାଇ ଥାଏ । ଯାହାଫଳରେ ପିଲା ଉପରେ ଗଭିର ପ୍ରଭାବ ପଡିଥାଏ । ତେଣୁ ବାନାନା-ମିଲ୍କ ଶେକ୍ ଶରୀର ପାଇଁ କ୍ଷତିକାରକ ହୋଇଥାଏ ।