ବିଷାକ୍ତ ଗ୍ୟାସ୍‌ ଲିକ୍‌ ହୋଇ ଶତାଧିକ ଅସୁସ୍ଥ, ୫୦ରୁ ଅଧିକ ମହିଳା ହସ୍ପିଟାଲ୍‌ରେ ଭର୍ତ୍ତି

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଶିଳ୍ପାଞ୍ଚଳରେ ବିଷାକ୍ତ ଗ୍ୟାସ୍‌ ଲିକ୍‌ । ୧୨୧ରୁ ଅଧିକ କର୍ମଚାରୀ ଆହତ ଓ ଗୁରୁତର ଥିବା ୫୦ ଜଣ କର୍ମଚାରୀଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଆନ୍ଧ୍ରପ୍ରଦେଶ ଆକନ୍ନାପଲ୍ଲେ ଜିଲ୍ଲାରେ ଥିବା ଏକ ପୋଷାକ କାରଖାନାରେ ବିଷାକ୍ତ ଗ୍ୟାସ ଲିକ୍‌ ହୋଇଛି। ଗ୍ୟାସ୍‌ ଲିକ୍‌ ହେବା ଯୋଗୁ କମ୍ପାନୀରେ କାର୍ଯ୍ୟରତ କର୍ମଚାରୀ ହଠାତ ଅସୁସ୍ଥ ହୋଇପଡ଼ିଥିଲେ । ସେମାନେ ଅଣନିଶ୍ୱାସୀ ହେବା ସହ ସେମାନଙ୍କ ଆଖି ପୋଡ଼ିଥିଲା । ଏଥିସହ ବାରମ୍ବାର ବାନ୍ତି ମଧ୍ୟ ହୋଇଥିଲା । ସମସ୍ତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଜୁନ ୩ରେ ମଧ୍ୟ ଏଭଳି ଗ୍ୟାସ ଲିକ୍‌ ୫୦୦ରୁ ଅଧିକ ମହିଳା କର୍ମଚାରୀ ଅସୁସ୍ଥ ହୋଇପଡିଥିଲେ। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଆନ୍ଧ୍ରପ୍ରଦେଶ ଶିଳ୍ପମନ୍ତ୍ରୀ ଗୁଡିଭଦା ଅମରନାଥ। ଆଇସିଏମଆରକୁ ନମୂନା ପଠାଯାଇଛି।

ପୋଲିସ୍‌ ସୂଚନା ଅନୁସାରେ, ଏହି ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍ ଶିଳ୍ପାଞ୍ଚଳରେ ଏକ ପୋଷାକ କାରଖାନା, ପୋରସ୍‌ ଲାବ୍ରୋଟୋରୀ, ପିଭି ଲିମିଟେଡ୍ ସମେତ ୩ଟି କମ୍ପାନୀ ରହିଛି। ତେବେ ଲାବ୍ରୋଟୋରୀରୁ ଏହି ବିଷାକ୍ତ ଗ୍ୟାସ୍‌ ଲିକ୍‌ ହୋଇଥିବା ସନ୍ଦେହ କରାଯାଉଛି। ସୂଚନା ଅନୁସାରେ, ଗତ ୨ ମାସରେ ଏହା ଦ୍ୱିତୀୟ ଗ୍ୟାସ୍‌ ଲିକ୍‌ ଘଟଣା। ଗ୍ୟାସ୍‌ ଲିକ୍‌ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.