ତେଲେଙ୍ଗାନା ସରକାରୀ ସ୍କୁଲରେ ମୂଷାଙ୍କ ଉତ୍ପାତ! ୧୦ ଛାତ୍ରୀଙ୍କୁ କାମୁଡ଼ି ଘାଇଲା କରି ପକାଇଲେ… ସୁରକ୍ଷିତ ପରିବେଶ ଦାବି କଲା ବିଜେପି

ତେଲେଙ୍ଗାନାର କାମାରେଡ୍ଡୀ ଜିଲ୍ଲାରୁ ଆଶ୍ଚର୍ଯ୍ୟ କରିଦେଲା ଭଳି ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ସରକାରୀ ବାଳିକା ଗୁରୁକୁଳ ଆବାସୀୟ ବିଦ୍ୟାଳୟରେ ପଢ଼ୁଥିବା ୧୦ ଛାତ୍ରୀଙ୍କୁ ମୂଷା କାମୁଡ଼ି ଦେଇଛି। ମୂଷା କାମୁଡ଼ିବା ଦ୍ୱାରା ଛାତ୍ରୀମାନେ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସମସ୍ତେ ସୁସ୍ଥ ହୋଇ ଫେରିଥିବା ଜଣାପଡ଼ିଛି।

ସେପଟେ ସ୍କୁଲ ଛାତ୍ରୀମାନଙ୍କୁ ମୂଷା କାମୁଡ଼ିବା ଘଟଣାକୁ ନେଇ ରାଜନୀତି ଆରମ୍ଭ ହୋଇ ଯାଇଛି। ବିଜେପି ଏହି ଅବସ୍ଥା ପାଇଁ ରାଜ୍ୟର ଟିଆର୍‌ଏସ୍‌ ସରକାରଙ୍କୁ ଖୁବ୍‌ ସମାଲୋଚନା କରିଛି। ସ୍କୁଲଗୁଡ଼ିକରେ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ସୁରକ୍ଷିତ ପରିବେଶ ପ୍ରଦାନ କରିବାକୁ ବିଜେପି ଦାବି କରିଛି।

କହି ରଖୁଛୁ, ଏହା ପୂର୍ବରୁ ମଧ୍ୟ ରାଜ୍ୟରେ ମୂଷା କାମୁଡ଼ିବାର ଅନେକ ଘଟଣା ସାମ୍ନାକୁ ଆସି ସାରିଛି। ଗତ ମାର୍ଚ୍ଚରେ ବାରଙ୍ଗଲର ମହାତ୍ମା ଗାନ୍ଧୀ ସରକାରୀ ହସ୍ପିଟାଲରେ ରୋଗୀମାନଙ୍କୁ ମୂଷା କାମୁଡ଼ି ଦେଇଥିଲା। ଏଠାରେ ମୂଷାମାନେ ଆଇସିୟୁ ଭିତରେ ପଶି ସେଠି ରୋଗୀମାନଙ୍କୁ କାମୁଡ଼ି ଦେଇଥିଲେ।

ସେହିପରି ଗତବର୍ଷ ଡିସେମ୍ବରରେ ମଧ୍ୟ ରଙ୍ଗରେଡ୍ଡୀ ଜିଲ୍ଲାର ଏକ ସରକାରୀ ଆବାସୀୟ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ମୂଷା କାମୁଡ଼ିବାର ଶିକାର ହୋଇଥିଲେ। ଏଠାରେ ୯ ଛାତ୍ରଙ୍କୁ ମୂଷା କାମୁଡ଼ିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.