ରାୟଗଡ଼ା: ଝଂଜାବତୀ ନଦୀର ପ୍ରଖର ସ୍ରୋତରେ ଧୋଇଗଲା ଅସ୍ଥାୟୀ ପୋଲ

ରାୟଗଡ଼ା(କେନ୍ୟୁଜ୍): ରାୟଗଡ଼ାରେ ଭାସିଗଲା ଅସ୍ଥାୟୀ ପୋଲ । ଝଂଜାବତୀ ନଦୀର ପ୍ରଖର ସ୍ରୋତରେ ଧୋଇଗଲା ଅସ୍ଥାୟୀ ପୋଲ । ଫଳରେ ସଦର ବ୍ଲକ ପୋଡାମାରୀ-କୁମ୍ଭିକୋଟାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଉପର ମୁଣ୍ଡରେ ଗତକାଲି ରାତି ଠାରୁ ବର୍ଷା ଲାଗି ରହିଥିବାରୁ ଝଂଜାବତୀ ନଦୀର ପ୍ରଖରେ ସ୍ରୋତରେ ଧରାଶାୟୀ ହେଲା ଅସ୍ଥାୟୀ ପୋଲ ।

ଲଗାଣ ବର୍ଷା ହେଲେ ଯାତାୟତକୁ ନେଇ ବର୍ଷ ବର୍ଷ ଧରି ଚିନ୍ତାରେ ରୁହନ୍ତି ପୋଡାମାରୀ ଗାଁ ଲୋକେ । ଝଂଜାବତୀ ନଦୀ ଉପରେ ଏକ ବ୍ରିଜ ନିର୍ମାଣ ପାଇଁ ବାରମ୍ବାର ବ୍ଳକ ଠାରୁ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଗୁହାରୀ କରି ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି । ଗତ ଖରା ଦିନରେ ନିଜ ନିଜ ଭିତରେ ଚାନ୍ଦା ଆଦାୟ କରି ଗାଁ ଲୋକେ ନିର୍ମାଣ କରିଥିଲେ ଏହି ଅସ୍ଥାୟୀ ପୋଲ । ଆଜି ସକାଳୁ ଝଂଜାବତୀ ନଦୀରେ ପ୍ରଖର ଜଳ ପ୍ରବାହିତ ହେବାରୁ ଭୁଷୁଡି ଗଲା ପୋଲ । ଫଳରେ ଲୋକେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.