ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ପାକିସ୍ତାନରୁ ଆସିଲା ରାକ୍ଷୀ । ପାକିସ୍ତାନରେ ରହୁଥିବା ମୋଦୀଙ୍କ ଭଉଣୀ କ୍ୱାମର ମୋସିନ୍ ସେଖ୍ ଏହି ରାକ୍ଷୀ ପଠାଇଛନ୍ତି । ଭାଇ ପାଇଁ ରାକ୍ଷୀ ପଠାଇବା ସହିତ ସେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । କ୍ୱାମର ମୋସିନ୍ ସେଖ୍ ନିଜେ ରେଶମୀ ରିବନରେ ଏହି ରାକ୍ଷୀ ବନାଇଛନ୍ତି ।
ତେବେ ଖୁବଶୀଘ୍ର ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ସବୁ ପ୍ରସ୍ତୁୁତି ଚଳାଇଥିବା କହିଛନ୍ତି । ଅଗଷ୍ଟ ୧୧ ତାରିଖରେ ପଡୁଥିବା ରାକ୍ଷୀ ବନ୍ଧନ ଉତ୍ସବ ଥିବା ବେଳେ ମୋଦୀ ପାକିସ୍ତାନ ଭଉଣୀଙ୍କ ରାକ୍ଷୀକୁ ନେଇ ଚର୍ଚ୍ଚା ହେଉଛି ।