‘ଚାନ୍ଦବାଲିର ଇତିହାସ, ସଂସ୍କୃତି ଓ ପ୍ରସିଦ୍ଧି’ ପୁସ୍ତକ ଉନ୍ମୋଚନ କଲେ ପର୍ଯ୍ୟଟନ ମନ୍ତ୍ରୀ

ଚାନ୍ଦବାଲି(କେନ୍ୟୁଜ୍): ଚାନ୍ଦବାଲି ବିଜୁ ସ୍ମୁତି ଭବନ ଠାରେ ପ୍ରଫେସର ଶାନ୍ତନୁ କୁମାର ମହାନ୍ତିଙ୍କ ରଚିତ ‘ଚାନ୍ଦବାଲିର ଇତିହାସ,ସଂସ୍କୃତି ଓ ପ୍ରସିଦ୍ଧି’ ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଅବକାରୀ ମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ଵିନୀ କୁମାର ପାତ୍ର ଯୋଗ ଦେଇ ଓଡ଼ିଶାର ପୂରାତନ ବନ୍ଦର ଚାନ୍ଦବାଲି ନଅଙ୍କ ଦୁର୍ଭିକ୍ଷ ସମୟରୁ ସୃଷ୍ଟି ଓ ଚାନ୍ଦବାଲିର ଇତିହାସ ଓଡିଶାରୁ ବଙ୍ଗ ଯାଏ ବ୍ୟାପିଛି ବୋଲି ବକ୍ତବ୍ୟ ରଖିଥିଲେ। ଏହାର ଇତିହାସକୁ ଆଜିର ଯୁବପିଢୀଙ୍କ ନିକଟରେ ପହଞ୍ଚାଇବାର ପ୍ରୟାସ କରିଥିବାରୁ ପ୍ରଫେସର ମହାନ୍ତିଙ୍କୁ ଅଶେଷ ଧନ୍ୟବାଦ ଦେଇଥିଲେ।

ଏହି ଉତ୍ସବରେ ମୁଖ୍ୟବକ୍ତା ଭାବେ ରେଭେନ୍ସା ବିଶ୍ଵବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଡଃ ନଟବର ଶତପଥୀ ଯୋଗ ଦେଇ ଆଗକୁ ଯିବାକୁ ହେଲେ ଇତିହାସକୁ ମନେ ରଖିବା ଉଚିତ୍ ବୋଲି ନିଜର ବକ୍ତବ୍ୟ ରଖିଥିଲେ । ଚାନ୍ଦବାଲିର ବିଧାୟକ ଡଃ ବ୍ୟୋମକେଶ ରାୟ ବରେଣ୍ୟ ଅତିଥି ଭାବେ ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚାନ୍ଦବାଲି ତହସିଲଦାର ସୁଶାନ୍ତ କୁମାର ସୂତାର, ଚାନ୍ଦବାଲି ବ୍ଲକର ବିଡିଓ ଜ୍ୟୋତିବିକାଶ ଦାସ, ପଞ୍ଚାୟତ ସମିତି ଅଧ୍ୟକ୍ଷା ମୀନତି ସୂତାର, ଶାନ୍ତିଲତା ସେଠୀ, ଅଧ୍ୟକ୍ଷା ଚାନ୍ଦବାଲି ଏନ୍.ଏ.ସି, ରୂପକ ବିହାରୀ ରାୟ ସମ୍ପାଦକ ଭଦ୍ରକ ପୂଜ୍ୟ ପୂଜା ସଂସଦ ଓ ପ୍ରକାଶକ କୃଷ୍ଣଚନ୍ଦ୍ର ନାୟକ ଏହି ସଭାରେ ଅତିଥି ଭାବେ ଯୋଗ ଦେଇଥିଲେ । ଚାନ୍ଦବାଲି ଅଂଚଳରୁ ଅନେକ ବୁଦ୍ଧିଜୀବି, ସାହିତ୍ୟିକ ଓ ଯୁବକ ଯୁବତୀ ମାନେ  ଏହି ସଭାରେ ଯୋଗ ଦେଇ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.