ମଧ୍ୟପ୍ରଦେଶର ଓମକାରେଶ୍ୱର ଜ୍ୟୋତିର୍ଲିଙ୍ଗ ଉପରେ ଜଳଲାଗି କରୁଛନ୍ତି ହଜାର ହଜାର କାଉଡିଆ ଭକ୍ତ

ଭାରତବର୍ଷର ବିିଭିର୍ଣ୍ଣ ସ୍ଥାନରେ ଅନେକ ଶୈବପୀଠ ରହିଛି। ସେଥିମଧ୍ୟରୁ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗଙ୍କ ଅବସ୍ଥାନ ଖୁବ ସ୍ୱତନ୍ତ୍ର। ଶିବପୁରାଣ ମତରେ ଭାରତର ବିଭିର୍ଣ୍ଣ ସ୍ଥାନରେ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ରହିଛି ଯାହାର ସଂଖ୍ୟା ହେଉଛି ୧୨ଟି। ଏହି ୧୨ଟି ଶୈବପୀଠରେ ଦେବଦେବ ମହାଦେବ ଜ୍ୟୋତି ସ୍ୱରୂପ ବିଦ୍ୟମାନ ରହିଥିବା ବିଶ୍ଵାସ କରାଯାଏ । ସେଥିମଧ୍ୟରୁ ମଧ୍ୟପ୍ରଦେଶର ଖଣ୍ଡବା ଜିଲ୍ଲାର ମାନଧାତା ପର୍ବତ ବା ଶିବପୁରୀ ପର୍ବତ ଶିଖରରେ ବିଦ୍ୟମାନ ଓମକାରେଶ୍ୱର ଜ୍ୟୋତିର୍ଲିଙ୍ଗ ଅନ୍ୟତମ ଏହା ବାରଟି ଜ୍ୟୋତିର୍ଲିଙ୍ଗ ମଧ୍ୟରେ ଚତୁର୍ଥ ସ୍ଥାନରେ ରହିଛି। ପବିତ୍ର ନର୍ମଦା ନଦୀ ଘେରି ରହିଥିବା ପର୍ବତ ଶିବପୁରୀରେ ବାବା ଅବସ୍ଥାନ କରିଛନ୍ତି ।

ମଧ୍ୟପ୍ରଦେଶର ଖଣ୍ଡବା ଜିଲ୍ଲାର ପବିତ୍ର ନର୍ମଦା ନଦୀର କୂଳରେ ଅବସ୍ଥିତ ମାନ୍ଧତା ପର୍ବତ ବା ଶିବପୁରୀ ପର୍ବତ । ଏଠାରେ ବିରାଜିତ ବାବା ଓମକାରେଶ୍ୱର । ଏହି ଜ୍ଯୋର୍ତିଲିଙ୍ଗ ହେଉଛନ୍ତି ଦ୍‌ାଦଶ ଜ୍ଯୋର୍ତିଲିଙ୍ଗ ମଧ୍ୟରୁ ଅନ୍ୟତମ। । ଶିବପୁରୀ ପର୍ବତକୁ ଚାରିପାଖ ରେ ପୁଣ୍ଯ ତୋୟା ନର୍ମଦା ନଦୀ ଘେରିକରି ରହିଛି ।  ବାବାଙ୍କୁ ଦର୍ଶନ କରିବାକୁ ହେଲେ ଶ୍ରଦ୍ଧାଳୁ ମାନଙ୍କୁ ଝୁଲାପୋଲ ଦେଇ ଯିବାକୁ ପଡିଥାଏ ଏବଂ ଡଙ୍ଗାରେ ନର୍ମଦା ନଦୀ ପାର ହୋଇ ଯିବାକୁ ପଡିଥାଏ | ଏଠାର ପ୍ରକୃତିକ ସୌନ୍ଦର୍ଯ୍ୟ ବେଶ ମନୋହର। କୁଳୁକୁଳୁ ନାଦ ଦେଇ ବହିଯଉଥିବା ମାତା ନର୍ମଦା ଏବଂ ଶିବପୁରୀ ପର୍ବତ ର ପ୍ରାକୃତିକ ସୌନ୍ଦର୍ଜ୍ଯ ଶ୍ରଦ୍ଧାଳୁ ମାନଙ୍କୁ ବେଶ ବିମୋହିତ କରିଥାଏ ।

ପୁରାଣ କଥା ଅନୁଯାଇ ଭଗବାନ ରାମଚନ୍ଦ୍ରଙ୍କ ପୂର୍ବଜ ମାନ୍ଧାତା ଶିବ ଶଙ୍କରଙ୍କୁ ପ୍ରଗାଢ ଭକ୍ତି କରୁଥିଲେ ଏବଂ ଶିବ ଶଙ୍କରଙ୍କୁ ପାଇବା ପାଇଁ ଘୋର ତପଶ୍ଯା କରିଥିଲେ ମାନ୍ଧାତାଙ୍କ ତପଶ୍ଯାରେ ସନ୍ତୁଷ୍ଠ ହୋଇ ମହାଦେବ ଶିବ ତାଙ୍କୁ ଦର୍ଶନ ଦେଇଥିଲେ । ମହାଦେବଙ୍କୁ ସବୁଦିନ ପାଇଁ ପାଖରେ ପାଇବାକୁ ଇଚ୍ଛା କରିବାରୁ ମହାଦେବ ଶିବ ଜ୍ୟୋତିର୍ଲିଙ୍ଗ ସ୍‌ୱରୂପ ଏହିଠାରେ ଓମକାରେଶ୍ୱର ନାମରେ ସ୍ଥାପିତ ହୋଇଥିଲେ | ବର୍ଷର ବାରମାସ ପ୍ରତେକ ସମୟରେ ଏହି ଶିବକ୍ଷେତ୍ରକୁ ଭାରତର କୋଣ ଅନୁକୋଣ ରୁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ଗହଳି ଲାଗିରହିଥାଏ । ବିଶେଷ ଭାବରେ ଶ୍ରାବଣ ମାସରେ କାଉଡି ଭକ୍ତମାନେ ହଜାର ହଜାର ସଂଖ୍ୟାରେ ଏଠାକୁ ଆସି ନର୍ମଦା ନଦୀରୁ ଜଳ ନେଇ ବାବାଙ୍କୁ ଜଲଲାଗି କରିଥାନ୍ତି।

ଓମକାରେଶ୍ୱର ପୀଠକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ସୁବ୍ୟବସ୍ଥା କରାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ଭକ୍ତମାନଙ୍କୁ ବ୍ଯରିକେଟ ମାଧ୍ୟମରେ ଧାଡିରେ ଯିବାକୁ ପଡିଥାଏ । ବାବଙ୍କର ପ୍ରିୟ ଗୋଲାପ ଫୁଲ,ବେଲପତ୍ର କୁ ଶ୍ରଦ୍ଧାଳୁ ମାନେ ଶ୍ରଦ୍ଧାର ସହକାରେ ଚଢାଇଥାନ୍ତି । ବାବଙ୍କ ପାଖରେ ପ୍ରସାଦ ଭାବରେ ଲଡୁ ଏବଂ ପେଡା ଭୋଗ ଲଗାଯାଇଥାଏ । ଜ୍ୟୋତିର୍ଲିଙ୍ଗ ଦର୍ଶନ କରିସାରିବା ପରେ ଶ୍ରଦ୍ଧାଳୁ ମାନେ ପୁଣ୍ଯତୋୟା ନର୍ମଦା ନଦୀରେ ନୌକାବିହାର କରିଥାନ୍ତି ।

ନର୍ମାନଦୀରେ ଏକ ସ୍‌ତନ୍ତ୍ର ପ୍ରକାରର ପଥର ମିଳିଥାଏ ଏହି ପଥରରେ ଶିବଲିଙ୍ଗ ତିଆରି କରାଯାଇଥାଏ । ବିଶ୍ଵାଶ ରହିଛି ଯେ ଏହି ନର୍ମଦା ନଦୀରୁ ମିଳୁଥିବା ପଥରରେ ର୍ନିମିତ ଶିବଲିଙ୍ଗ ଜୀବନ୍ତ ହୋଇଥାନ୍ତି । ଭାରତର ବିିଭିର୍ଣ୍ଣ ରାଜ୍ଯରୁ ଆସିଥିବା ଶ୍ରଦ୍ଧାଳୁ ଏହି ଶ୍ରାବଣ ମାସରେ ନର୍ମଦା ନଦୀର ଘାଟରୁ ଜଳନେଇ ବାବାଙ୍କୁ ଜଳାଭିଷେକ କରିଥାନ୍ତି , ନର୍ମଦା ନଦୀର ଜଳରେ ଶ୍ରାବଣ ମାସରେ ବାବାଙ୍କୁ ଜଳାଭିଶେକ କଲେ ସମସ୍ତ ମନକାମନା ପୂରଣ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.