ବାଇକ ଟାୟାରରେ ପ୍ରେସର କେତେ ରହିବା ଉଚିତ, ଜଲଦି ଜାଣନ୍ତୁ ନଚେତ ପରେ ହେବେ ହଇରାଣ

ଆପଣଙ୍କ ବାଇକ ରାସ୍ତାରେ ଆପଣଙ୍କୁ ଧୋକା ନ ଦେଉ, ଏଥିପାଇଁ ବାଇକର କେୟାର କରିବା ବହୁତ ଜରୁରୀ। ଯେଉଁ ଜିନିଷ ଉପରେ ଆମକୁ ନିୟମିତ ରୂପରେ ଧ୍ୟାନ ରଖିବା ଉଚିତ ସେଥିମଧ୍ୟରୁ ଗୋଟିଏ ହେଉଛି ଟାୟାରର ପ୍ରେସର। ବାଇକର ଟାୟାର ପ୍ରେସର ନା କେବଳ ଏହାର ମାଇଲେଜକୁ ପ୍ରଭାବ ପକାଇଥାଏ ବରଂ ଏହାଦ୍ୱାରା ଦୁର୍ଘଟଣା ବି ଘଟିପାରେ। ବାଇକର ଟାୟାରରେ ଏୟାର ପ୍ରେସର କମ୍‌ ହେବା କ୍ଷତିକାରକ ହୋଇଥାଏ ଅଧିକ ହେବା ମଧ୍ୟ କ୍ଷତିକାରକ ହୋଇଥାଏ। ଏଥିପାଇଁ ସବୁ ବାଇକ ଚାଳକଙ୍କୁ ଏହା ଜାଣିବା ନିହାତି ଆବଶ୍ୟକ ଯେ ଟାୟାରରେ କେତେ ପ୍ରେସର ରହିବା ଉଚିତ। ଏହାକୁ ନେଇ ଆଜି ଆମେ ଆପଣଙ୍କ ପାଇଁ ଏହି ଭିଡିଓ ଆଣିଛୁ। ଯାହାଦ୍ୱାରା ଆପଣ ଟାୟାର ପ୍ରେସରକୁ ନେଇ ମନରେ ଥିବା ସବୁ ପ୍ରଶ୍ନର ଉତ୍ତର ଜାଣିପାରିବେ।

ଏମିତି ତ ଟାୟାରରେ କେତେ ପ୍ରେସର ରହିବା ଉଚିତ, ଏହା ବାଇକର କଣ୍ଡିସନ୍‌ ଉପରେ ନିର୍ଭର କରିଥାଏ। ପ୍ରଥମ କଣ୍ଡିସନ୍‌ ହେଉଛି ଆପଣ କେଉଁଭଳି ଯାଗାରେ ଡ୍ରାଇଭ୍‌ କରୁଛନ୍ତି। ଦ୍ୱିତୀୟ ହେଉଛି ଆପଣ କେତେ ଓଜନ ନେଇ ବାଇକ୍‌ ଚଲାଉଛନ୍ତି। ଏହାବାଦ ବାଇକର ଟାୟାର ସାଇଜ୍‌ ଉପରେ ମଧ୍ୟ ଏୟାର ପ୍ରେସର ନିର୍ଭର କରିଥାଏ। ଯଦି ଆପଣଙ୍କ ବାଇକରେ ଟାୟାର ଏବଂ ଟ୍ୟୁବ୍‌ କ୍ୱାଲିଟୀ ଭଲ ନାହିଁ, ତାହେଲେ ଅଧିକ ପ୍ରେସରରେ ଟ୍ୟୁବ୍‌ ଫାଟି ଯିବାର ମଧ୍ୟ ଡର ରହିଥାଏ।

ଟାୟାରରେ କେତେ ପ୍ରେସର ରଖିବା ପରଫେକ୍ଟ ଜାଣନ୍ତୁ

ତେବେ ସବୁକିଛି ପରେ ଅଧିକାଂଶ ବାଇକର ଟାୟାରରେ ଏକ ଆଭରେଜ୍‌ ପ୍ରେସର ରହିବା ନିହାତି ଜରୁରୀ। ସାଧାରଣତଃ ବାଇକର ଆଗ ଟାୟାରରେ ପ୍ରେସର ୨୨ପିଏସଆଇରୁ ନେଇ ୨୯ ପିଏସଆଇ ପର୍ଯ୍ୟନ୍ତ ରହିପାରେ। ଏହିଭଳି ଭାବେ ପଛ ଟାୟାରରେ ପ୍ରେସର ୩୦ପିଏସଆଇ ରୁ ନେଇ ୩୫ ପିଏସଆଇ ପର୍ଯ୍ୟନ୍ତ ହୋଇପାରେ। ପଛ ଟାୟାରରେ ପ୍ରେସର ଏଥିପାଇଁ ଅଧିକ ରଖାଯାଏ କାରଣ ତାଉପରେ ଅଧିକ ଲୋଡ ପଡିଥାଏ। ଯଦିଓ ଅଲଗା ଅଲଗା ପରିସ୍ଥିତି ହିସାବରେ ଏୟାର ପ୍ରେସର ୨ ରୁ ୪ ଅଙ୍କ ଉପର ତଳ ହୋଇପାରେ। ଯଦି ଆପଣଙ୍କୁ ଏବେ ସୁଦ୍ଧା ବାଇକକୁ ନେଇ କନଫ୍ୟୁଜନ୍‌ ରହିଛି, ତେବେ ମନରେ ଆସୁଥିବା ସବୁ ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ଆପଣ ବାଇକ ସହିତ ମିଳୁଥିବା ମାନୁଆଲ ବୁକରେ ଏହାକୁ ନେଇ ଚେକ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.