ଯମ ଗ୍ରହର ମାନ୍ୟତା କେମିତି ଦିଆଗଲା ଆଉ ନାମକରଣ କିପରି ହେଲା

ଆମେ ବହିରେ ପଢିଛେ ଆଉ ବହୁ ପୂର୍ବରୁ ଜାଣିଛେ କି ପ୍ଲୁଟୋ ସୌରମଣ୍ଡଳର ସବୁଠୁ ଛୋଟ ଓ ସବୁଠୁ ଦୂର ଗ୍ରହ । ଏହାକୁ ସୌରମଣ୍ଡଳର ନବମ ଗ୍ରହର ମାନ୍ୟତା ମିଳିଛି । କିନ୍ତୁ କଣ ଆପଣ ଜାଣନ୍ତି କି ପ୍ଲୁଟୋର ପରିଚୟ କିପରି ହେଲା ଆଉ ପ୍ଲୁଟୋର ନାମକରଣ କିଏ କଲା । ଏ ସମ୍ପର୍କରେ ଆପଣ ଯଦି ଜାଣିନାହାନ୍ତି ତେବେ ଆମେ ଆଜି ଆପଣଙ୍କୁ କହିବୁ କି ପ୍ଲୁଟୋର ଇତିହାସ କଣ ।

ପ୍ଲୁଟୋକୁ ପରିଚୟ ମିଳିଥିଲା ୯୨ବର୍ଷ ପୂର୍ବେ ୧୯୩୦ରେ । କିନ୍ତୁ ଏମିତି ବି ଦିନ ଆସିଲା ଯେବେ ଏହାର ପରିଚୟକୁ ଛଡାଇ ନିଆଗଲା । ୨୬ଅଗଷ୍ଟ ୨୦୦୬ରେ ଐତିହାସିକ ତାରିଖ ଥିଲା ଯେବେ ଇଣ୍ଟରନ୍ୟାସନାଲ ଏଷ୍ଟ୍ରୋନୋମିକଲ ୟୁନିଅନ ଗ୍ରହର ପରିଭାଷା ବଦଳିଗଲା ଆଉ ପ୍ଲୁଟୋ ଠାରୁ ନବମ ଗ୍ରହ ହେବାର ମାନ୍ୟତାକୁ ଛଡାଇ ନିଆଗଲା ।

ଏହିଭଲି ଭାବେ ସୌରମଣ୍ଡଳରେ କେବଳ ୮ଟି ଗ୍ରହକୁ ମାନ୍ୟତା ଦିଆଗଲା । ଏହି ସ୍ଥାନ ଯିବା ପରେ ପ୍ଲୁଟୋକୁ ବାହାର ଗ୍ରହ ଭାବରେ ନିଷ୍ପତ୍ତି ନିଆଗଲା । ପ୍ଲୁଟୋ ଏକ ଏଭଳି ଗ୍ରହ ଯାହାକୁ ସଂଗେ ସଂଗେ ରିସର୍ଚ୍ଚ ସମୟରେ ହିଁ ମାନ୍ୟତା ମିଳିଯାଇଥିଲା । ୧୯୩୦ରେ ଏହାକୁ ଇଣ୍ଟରନ୍ୟାସନାଲ ଏଷ୍ଟ୍ରୋନୋମିକାଲ ୟୁନିଅନ ନବମ ଗ୍ରହର ସ୍ଥାନ ଦେଇଦେଇଥିଲା ।

କିନ୍ତୁ ଏ ଘଟଣା ପଛର କାରଣ କଣ । କାହିଁକି ଏହି ଗ୍ରହର ମାନ୍ୟତାକୁ ଦିଆୟାଇ ବି ଛଡାଇ ନିଆଗଲ । ଆଉ ଏଥିରେ ସବୁଠୁ ବଡ କଥା ହେଉଛି ୯୨ବର୍ଷ ପୂର୍ବର ଏହି ଗ୍ରହର ନାମକରଣ କିଏ କରିଥିଲେ ।

୧୯୯୦ଦଶକରେ ଜ୍ୟୋତିର୍ବିଜ୍ଞାନୀଙ୍କୁ ସୌରମଣ୍ଡଳରେ ଏଭଳି ଅନେକ ଜିନିଷ ମିଳିବାକୁ ଲାଗିଲା ଯାହା ପ୍ଲୁଟୋ ଭଳି ଥିଲା । ଯାହା ଫଳରେ ଆହୁରି ଅନେକ ପ୍ରସଙ୍ଗ ସାମନାକୁ ଆସିଲା କି ସୌରମଣ୍ଡଳର ଗ୍ରହମାନଙ୍କ ମଧ୍ୟରେ କଣ ପରିଭାଷା ରହିବା ଆବଶ୍ୟକ । କିଛି ବୈଜ୍ଞାନିକ ଏମିତି ବି ଥିଲେ ଯେଉଁମାନେ ତର୍କ କରିଥିଲେ କି ପ୍ଲୁଟୋ ବହୁତ ଛୋଟ ଅଟେ । ଚନ୍ଦ୍ର ଠାରୁ ବି ଛୋଟ । ଏଥିପାଇଁ ଏହାକୁ ସୌରମଣ୍ଡଳର ଗ୍ରହ ମାନିବା ଉଚିତ ନୁହେଁ । କିନ୍ତୁ ଏହି ଯୁକ୍ତିକୁ ସମାପ୍ତ କରିବା ପାଇଁ ବୈଜ୍ଞାନିକମାନେ ଏକ କନଫରେନ୍ସର ଆୟୋଜନ କରିଥିଲେ ।

୨୦୦୬ରେ ଚେକ ରିପବ୍ଲିକର ରାଜଧାନୀ ପ୍ରାଗରେ ଅଢେଇ ହଜାର ଜ୍ୟୋତିର୍ବିଜ୍ଞାନୀ ଏକାଠି ହେଲେ ଓ ଗ୍ରହକୁ ନୂଆ ଭାବରେ ପରିଭାଷିତ କରାଗଲା । କୌଣସି ଗ୍ରହକୁ ସୌରମଣ୍ଡଳ ଗ୍ରହ କେବେ କୁହାଯିବ ଏଥିପାଇଁ ୩ଟି ମାନକ ନିର୍ଣ୍ଣୟ କରାଗଲା । ପ୍ରଥମରେ କୌଣସି ଗ୍ରହର, ସୂଯ୍ୟ ପରିକ୍ରମା କରିବା ଅନିର୍ବାଯ୍ୟ । ଦ୍ୱିତୀୟରେ କୌଣସି ବି ଗ୍ରହକୁ ଅତି କମରେ କେତେ ବଡ ହେବା ଜରୁରୀ ତାର ମାପଦଣ୍ଡ ପୂରଣ କରିବା, ଆଉ ତୃତୀୟରେ ତାହା ଅନ୍ୟ ଆଷ୍ଟ୍ରୋଏଡ ଠାରୁ ଅଲଗା ହୋଇ ନିଜେ ଏକ ସ୍ୱତନ୍ତ୍ର କକ୍ଷ ତିଆରି କରିପାରିବା । ଏଭଳି ତିନିଟି ମାନକ ନିର୍ଣ୍ଣୟ ପୂରଣ କରିପାରିଲେ ତାକୁ ସୌରମଣ୍ଡଳର ଗ୍ରହ କୁହାଯିବ ।

ତିନିଟି ସର୍ତ୍ତକୁ ମାନକ ରୂପରେ ସ୍ଥାନିତ କରିବା ପାଇଁ ମତଦାନ ମଧ୍ୟ ନିଆଗଲା । ଅଧିକାଂଶ ଜ୍ୟୋତିର୍ବିଜ୍ଞାନୀ ଏହି ତିନିଟି ମାନକ ଉପରେ ମୋହର ଲଗାଇଲେ । କିନ୍ତୁ ଏହି ତିନୋଟି ମାନକର ସର୍ତ୍ତ ପୂରଣ କରିପାରିଲାନି ପ୍ଲୁଟୋ । ଏହିଭଳି ଭାବରେ ଏହାର ସ୍ଥାନକୁ ଛଡାଇ ନିଆଗଲା ।

ଏହି ଘଟଣା ପରେ ପରେ ଅନେକ ବର୍ଷ ପରେ ପୁଣିଥରେ ସେହି ସମାନ ମାନ୍ୟତା ଦେବାର ପ୍ରସଙ୍ଗ ଉଠିବାକୁ ଲାଗିଲା । କିଛି ବୈଜ୍ଞାନିକମାନେ ଏହା କହିବାକୁ ଲାଗିଲେ କି କଣ, ପ୍ଲୁଟୋକୁ ନବମ ଗ୍ରହର ମାନ୍ୟତା ଛଡାଇନେବା ଭୁଲ ଥିଲାକି । ଏଥିପାଇଁ ଇଣ୍ଟରନ୍ୟାସନାଲ ଏଷ୍ଟ୍ରୋନୋମିକାଲ ୟୁନିଅନର ପରିଭାଷାକୁ ରଦ୍ଦ କରି ଏହାକୁ ପୁଣିଥରେ ସେହି ସ୍ଥାନ ଦିଆଯାଉ । କିନ୍ତୁ ବର୍ତ୍ତମାନ ଏଯାଏଁ ଏହା ସମ୍ଭବ ହୋଇନାହିଁ ।

ଆମେରିକା ବୈଜ୍ଞାନିକ ଫ୍ଲାଇଡ ଡବ୍ଲୁ ଟାମବାଙ୍ଗ ୧୯୩୦ରେ ପ୍ଲୁଟୋ ଉପରେ ରିସର୍ଚ୍ଚ କରିଥିଲେ । କିନ୍ତୁ ପ୍ଲୁଟୋର ନାମକରଣ ୧୧ବର୍ଷର ଝିଅ କରିଥିଲା । ଝିଅଟିର ନାମ ଥିଲା ବେନେଶିଆ ବର୍ଣ୍ଣେ ଓ ବେନେସିଆ ଅକ୍ସଫୋର୍ଡ ସ୍କୁଲ ଅଫ ଲଣ୍ଡନରେ ଇଲେଭେନ୍ଥ ଷ୍ଟୁଡେଣ୍ଟ ଥିଲେ । ୧୯୧୮ରେ ଜନ୍ମ ନେଇଥିବା ବେନେସିଆ ବର୍ଣ୍ଣେ ପ୍ଲୁଟୋର ନାମକରଣ କଲେ ଓ ୨୦୦୯ରେ ଦୁନିଆରୁ ବିଦାୟ ନେଇଥିଲେ ବେନେସିଆ ।

ଯେତେବେଳେ ନାମକରଣର ସମୟ ଆସିଲା ସେତେବେଳେ ବୈଜ୍ଞାନିକମାନେ ଲୋକଙ୍କଠାରୁ ଏହାର ନାମ ରଖିବାକୁ କହିଲେ । ଏମିତିରେ ବେନେସିଆ ପ୍ଲୁଟୋର ନାମକରଣ କରିବା ସହ କହିଥିଲେ କି ରୋମରେ ଅନ୍ଧାରର ଦେବତାଙ୍କୁ ପ୍ଲୁଟୋ କହନ୍ତି । ଆଉ ଏହି ଗ୍ରହ ସୌରମଣ୍ଡଳରେ ଅନ୍ଧାରରେ ଚକ୍କର କାଟେ ବା ସବୁବେଳେ ଅନ୍ଧାରରେ ଘୂରି ବୁଲୁଥାଏ । ଏଥିପାଇଁ ପ୍ଲୁଟୋ ନାମ ରଖିବା ଠିକ ହେବ । ଆଉ ଶେଷରେ ଏହି ନାମ ଉପରେ ମୋହର ଲାଗିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.