ନିଜ ବନ୍ଧ୍ୟାକରଣ କରି ଭିଡିଓ ସେୟାର କଲେ କମେଡିଆନ୍‌, କାଟିବା ବେଳେ ଯନ୍ତ୍ରଣାରେ ହୋଇଗଲେ ଛଟପଟ; ଦେଖନ୍ତୁ ପୂରା ଦୃଶ୍ୟ

ବର୍ଦ୍ଧିତ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ସରକାର ଲୋକ ସଂଖ୍ୟା କମାଇବାକୁ ପୁରୁଷ ବନ୍ଧ୍ୟାକରଣ ଆରମ୍ଭ କରିଛନ୍ତି। କେତେକ ଦେଶରେ ଏହା ବାଧ୍ୟତାମୂଳକ ହୋଇଛି। ତେବେ ନିକଟରେ ଜଣେ ବ୍ୟକ୍ତି ବନ୍ଧ୍ୟାକରଣ କରି ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କର ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଜଣେ ବ୍ୟକ୍ତି ବନ୍ଧ୍ୟାକରଣ କରୁଥିବାର ଦେଖାଯାଇଛି। ଭିଡିଓରେ ଦେଖାଯାଇଛି, ଡାକ୍ତର ବନ୍ଧ୍ୟାକରଣ ପାଇଁ କାଟିବା ବେଳେ ସେ ଖୁବ୍‌ ଜୋରରେ ଚିଲ୍ଲାଉଛନ୍ତି।

ରିପୋର୍ଟ ମୁତାବକ, ନ୍ୟୁ ଜର୍ସିର ବାସିନ୍ଦା କମେଡିଆନ୍‌ ମାଇକ୍‌ ପ୍ରିଜେନ୍‌(୨୮) ନିକଟରେ ବନ୍ଧ୍ୟାକରଣ କରିଛନ୍ତି। ସେ ନିଜ ବନ୍ଧ୍ୟାକରଣ ପ୍ରକ୍ରିୟା ବେଳେ ଏକ ଭିଡିଓ କରି ସୋସିଆଲ ମିଡିଆ ଓ ଟିକ୍‌ଟକ୍‌ରେ ସେୟାର କରିଛନ୍ତି। ଏଥିରେ କାଟିବା ବେଳେ ସେ ଚିତ୍କାର କରୁଥିବାର ଦେଖାଯାଇଛି। ତେବେ ଏହି ବନ୍ଧ୍ୟାକରଣ ଅପରେସନ୍‌ ବେଳେ କମେଡିଆନ୍‌ ମାଇକ୍‌ ପ୍ରିଜେନ୍‌ ବେଶ୍‌ ସାହସିକତା ଦେଖାଇଛନ୍ତି। ଫଳରେ ଡାକ୍ତର ତାଙ୍କୁ ସାବାସୀ ଦେଉଥିବାର ଦେଖିବାକୁ ମିଳିଛି।

ଦେଖନ୍ତୁ ଭିଡିଓ:

 

View this post on Instagram

 

A post shared by Mike Pridgen (@mikepridgencomedy)

କମେଡିଆନ୍‌ ମାଇକ୍‌ ପ୍ରିଜେନ୍‌ ଲୋକଙ୍କୁ ବନ୍ଧ୍ୟାକରଣ ପାଇଁ ଉତ୍ସାହିତ କରିବା ପାଇଁ ନିଜ ବନ୍ଧ୍ୟାକରଣର ଷ୍ଟେପ୍‌ ବାଇ ଷ୍ଟେପ୍‌ ଭିଡିଓ କରି ଟିକ୍‌ଟକ୍‌ରେ ସେୟାର କରିଛନ୍ତି। ଭାରତରେ ଟିକ୍‌ଟକ୍‌ ବ୍ୟାନ୍‌ ଥିବାରୁ ଏହି ଭିଡିଓକୁ ସେ ଅନ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ମାଇକ୍‌ ପ୍ରିଜେନ୍‌ ଏହାର ଏକ ଭିଡିଓକୁ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି। ଭିଡିଓରେ ବନ୍ଧ୍ୟାକରଣ ପ୍ରକ୍ରିୟା କେତେ କଷ୍ଟଦାୟକ ତାହା ଦେଖାଇଛନ୍ତି। ଏହି ଭିଡିଓକୁ ଇତି ମଧ୍ୟରେ ୨୦ ଲକ୍ଷରୁ ଅଧିକ ଥର ଦେଖା ସରିଲାଣି। ଲୋକମାନେ ଏଥିରେ ସକାରାତ୍ମକ ରେସ୍‌ପନ୍ସ ଦେଉଥିବା ଦେଖାଯାଇଛି।

Also Read: ନିଅଁ ଖୋଳିବା ବେଳେ ମିଳିଲା କୋଟି କୋଟି ଟଙ୍କାର ସୁନା ଗହଣା, ନିଜ ନିଜ ଭିତରେ ବାଣ୍ଟି ନେଇଯାଇଥିଲେ ୮ ଶ୍ରମିକ; କିନ୍ତୁ ତା’ପରେ…

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.