‘ସୁପରଷ୍ଟାର ସିଙ୍ଗର ୨’ଟାଇଟଲ ବାଜିମାରିନେଲେ ମହମ୍ମଦ ଫୈଜ, ଜିତିଲେ ଟ୍ରଫି ସହିତ ୧୫ ଲକ୍ଷ ଟଙ୍କା
ରିଆଲିଟି ଶୋ ‘ସୁପରଷ୍ଟାର ସୁଙ୍ଗର ୨’ର ବିଜେତା ହୋଇଛନ୍ତି ୧୪ ବର୍ଷୀୟ ମହମ୍ମଦ ଫୈଜ। ଟାଇଟଲ ନିଜ ନାମରେ କରିବା ସହିତ ୧୫ ଲକ୍ଷ ଟଙ୍କା ପୁରସ୍କାର ରାଶି ମଧ୍ୟ ପାଇଛନ୍ତି। ଫୈଜଙ୍କୁ ସୋସିଆଲ ମିଡିଆରେ ଲୋକେ ଶୁଭେଚ୍ଛା ଜଣାଚନ୍ତି। ଟ୍ରଫି ଧରି ଫୈଜ ବେଶ୍ ଖୁସି ଥିବା ଦେଖିବାକୁ ମିଳିଛନ୍ତି। ଆଉ ଫୈଜ ନିଜ ବିଜୟର ଶ୍ରେୟ ନିଜ ମା’କୁ ଦେଇଛନ୍ତି।
ଏହି ଶୋରେ ବିଭିନ୍ନ ଶୈଳୀର ଗୀତ ଗାଇ ଫ୍ୟାନ୍ସଙ୍କ ହୃଦୟ ଜିତିଥିଲେ ଫୈଜ। ସୁଫି ଠାରୁ ଆରମ୍ଭ କରି ଗଜଲ ଏବଂ ରୋମାଣ୍ଟିକ ଗୀତ ଗାଇଛନ୍ତି ଫୈଜ। ୯ମ ଶ୍ରେଣୀରେ ପଢୁଥିବା ଫୈଜ ପାଠ ପଢିବା ସହିତ ଗୀତକୁ ମଧ୍ୟ ନିଜ ପ୍ୟାଶନ ଭାବେ ଆଗକୁ ନେବାକୁ ଚାହୁଁଛନ୍ତି। ତେବେପାଠ ହେଉ ଅବା ଗୀତ ଗାଇବା ସବୁଥିରେ ଜଡିତ ରହିବାକୁ ଚାହୁଁଚନ୍ତି ଫୈଜ। ମହମ୍ମଦ ଫୈଜ ସୁପରଷ୍ଟାର ସିଙ୍ଗର-୨ରେ ଜଷ୍ଟିନ୍ ବିବର ଭାବରେ ବେଶ୍ ଜଣାଶୁଣା । ତାଙ୍କର ଆକର୍ଷଣୀୟ ସ୍ଵର ପାଇଁ ହଜାର ହଜାର ଦର୍ଶକଙ୍କ ହୃଦୟରେ ସ୍ଥାନ ସୃଷ୍ଟି କରିଛନ୍ତି।
ଗ୍ରାଣ୍ଡ ଫାଇନାଲରେ ପହଂଚିଥିବା ଟପ୍-୬ ଫାଇନାଲିଷ୍ଟରେ ଫୈଜ , ମଣି, ଆର୍ଯ୍ୟାନନ୍ଦ, ପ୍ରାନଜଲ, ରିତୁରାଜ ଏବଂ ସାୟିଶାଙ୍କୁ ହରାଇଛନ୍ତି। ଶୋ’ ବିଜେତା ମହମ୍ମଦ ଫୈଜ ଟ୍ରଫି ସହିତ ସେ ୧୫ ଲକ୍ଷ ଟଙ୍କା ନଗଦ ପୁରସ୍କାର ମଧ୍ୟ ପାଇଥିଲେ। ମହମ୍ମଦ ଫୈଜ ପୂର୍ବରୁ ୨୦୧୮ ରେ ‘ଲଭ୍ ମି ଇଣ୍ଡିଆ କିଡ୍ସ’ ଏବଂ ‘ସରେଗାମା ପା ଲିଟିଲ୍ ଚାମ୍ପିଅନ୍’ ର ରନର୍ସ ଅପ୍ ହୋଇଥିଲେ।
Mohd. Faiz बने “Superstar Singer Season 2 Winner” | Superstar Singer Season 2 | Winning Moment – https://t.co/OvB1eLqZxl pic.twitter.com/lCWgVWPVvK
— Xpress Info (@XpressNewsinfo) September 4, 2022
ଶୋ ଜିତିବା ପରେ ମହମ୍ମଦ ଫୈଜ କହିଛନ୍ତି, ମୋ ବାପା ଦେଶ ବାହାରେ ରୁହନ୍ତି। ମୁଁ ତାଙ୍କ ସହିତ କଥା ହୋଇ ବହୁତ ଖୁସି। ମୋ ମା’ ଏବଂ ଭଉଣୀ ମୁଁ ଟାଇଟଲ ଜିତିବା ପରେ ବହୁତ କାନ୍ଦିଥିଲେ। କେବଳ ସେତିକି ନୁହେଁ, ମୁଁ ମୋ ପରିବାର ଏବଂ ଆଖପାଖର ଲୋକେ ମୋ ବିଜୟରେ ବହୁତ ଖୁସି ହୋଇଛନ୍ତି। ମୁଁ ନିଜକୁ ପ୍ରସ୍ତୁତ କରିବା ପାଇଁ କିଛି ମାସ ହେଲାଣି ଶାନ୍ତ ରହିବାକୁ ଚେଷ୍ଟା କରୁଥିଲି। କୌଣସି ପ୍ରକାରର ଚାପକୁ ମୋ ପାଖକୁ ଆସିବାକୁ ଦେଉନଥିଲି। ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି । ବିଶ୍ଵାସ କରିପାରୁ ନାହିଁ ମୋର ଏହି ଆଶ୍ଚର୍ଯ୍ୟନକ ଯାତ୍ରା ଶେଷ ହୋଇଛି । ସସମସ୍ତ ଜଜ୍ଙ୍କ ଠାରୁ ବହୁତ କିଛି ଶିଖିବାକୁ ମିଳିଛି । ଆଗକୁ ମଧ୍ୟ ମିଳିବ ।
Singer Mohammad Faiz from Team Arunita is the WINNER of the Superstar Singer 2. I am happy that my most fav Arunita & Faiz won the show❤️ pic.twitter.com/6rdY20R8NH
— #BiggBoss_Tak👁 (@BiggBoss_Tak) September 2, 2022
Also Read : ଅମିତାଭ-ରଶ୍ମିକାଙ୍କ ଫିଲ୍ମ ‘ଗୁଡବାଏ’ର ପ୍ରଥମ ପୋଷ୍ଟର ରିଲିଜ, ପରିବାରର ମହତ୍ତ୍ୱ କ’ଣ ଫିଲ୍ମରେ ଦେଖିବାକୁ ମିଳିବ