୪୦ କୋଟିର ଡ୍ରେସ ବି ଲୁଚାଇ ପାରିଲାନି ଉର୍ବଶୀଙ୍କ ଦେହ, ଘାଇଲା କଲେ ପ୍ରଶଂସକଙ୍କୁ
ନିଜର ଷ୍ଟାଇଲିଶ ଓ ବୋଲ୍ଡ ଲୁକ୍ରେ ପ୍ରଶଂସକଙ୍କ ହୃଦୟ ଉପରେ ରାଜୁତି କରୁଥିବା ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ଦାମୀ ଡ୍ରେସର ଲୁକ୍ ଆପଣଙ୍କୁ ଘାଇଲା କରିଦେଇ ପାରନ୍ତି । ବଲିଉଡର ଷ୍ଟାଇଲିସ ଅଭିନେତ୍ରୀଙ୍କ ମଧ୍ୟରୁ ଉର୍ବଶୀ ଜଣେ । ଉର୍ବଶୀ ତାଙ୍କର ବୋଲ୍ଡ ଫଟୋକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ଉର୍ବଶୀ ଗତ ଦିନରେ ଏମିତି ଦାମୀ ଡ୍ରେସ ପିନ୍ଧି ଫଟୋ ପୋଜ ଦେଇଛନ୍ତି ଯେ ତାଙ୍କୁ ଦେଖିଲେ ଯେ କେହିର ବି ହୋଷ ଉଡିଯିବ । ଆସନ୍ତୁ ଦେଖିବା ଉର୍ବଶୀଙ୍କ ଏହି ଦାମୀ ଲୁକ୍ ।
ଉର୍ବଶୀ ରୌତେଲା ଫିଲ୍ମ ଫେୟାରରେ ରେଡ କାର୍ପେଟ ଉପରେ ନୀଳ ରଂଗର ଡ୍ରେସ ପିନ୍ଧି ଏହି ପୋଜ୍ ଦେଇଛନ୍ତି । ଉର୍ବଶୀଙ୍କ ଏହି ଡ୍ରେସର ମୂଲ୍ୟ ୬୦ ଲକ୍ଷ ଟଙ୍କା । ଏହାକୁ ଡିଜାଇନ କରିଥିଲେ ମାଇକେଲ୍ କିନକୋ ।
ମାଇକେଲ୍ କିନକୋଙ୍କ ଦ୍ୱାରା ଡିଜାଇନ କରାଯାଇଥିବା ଏହି ଗାଉନ ଉର୍ବଶୀ ର୍ୟାମ୍ପରେ ପିନ୍ଧିଥିଲେ । ଏହି ଗାଉନର ମୂଲ୍ୟ ୪୦ ଲକ୍ଷ ଟଙ୍କା ।
ନିଜର ବନ୍ଧୁ ମୁସ୍କାନ ଗୋସ୍ୱାମୀଙ୍କ ବିବାହ ଉତ୍ସବରେ ଉର୍ବଶୀ ଡିଜାଇନର ଆଶା ଗୋସ୍ୱାମୀଙ୍କ ଦ୍ୱାରା କରାଯାଇଥିବା ରାଜସ୍ଥାନୀ ପଟୋଲା ଶାଢ଼ୀ ପିନ୍ଧିଥିଲେ ,ଯାହାର ମୂଲ୍ୟ ଥିଲା ୫୮ ଲକ୍ଷ ଟଙ୍କା ।
ଆରବ ଫେସନ ଓ୍ଵିକ ଅବସରରେ ଅନୁଷ୍ଠିତ ଏକ ର୍ୟାମ୍ପ ଶୋ’ ରେ ଉର୍ବଶୀ ପିନ୍ଧିଥିଲେ ଏହି ଡ୍ରେସଟି । ଯେଉଁଥିରେ ସୁନା ଓ ହୀରା ଲଗାଯାଇଥିଲା । ଏହି ଗାଉନକୁ ଦୁବାଇର ଏକ ଡିଜାଇନର Ferne One Amanto ପ୍ରସ୍ତୁତ କରିଥିଲେ । ଏହି ଗାଉନର ମୂଲ୍ୟ ଥିଲା ୪୦ କୋଟି ଟଙ୍କା ।
କିସୀ ବିବାହ ଉତ୍ସବରେ ଉର୍ବଶୀ ଟ୍ରାଡିସନାଲ ଲୁକ୍ରେ ଏକ ଶାଢ଼ୀ ପିନ୍ଧିଥିଲେ । ଯାହାର ମୂଲ୍ୟ ଥିଲା ୫୮ ଲକ୍ଷ ଟଙ୍କା ।