କଟକ ସଦର ଥାନା ପୋଲିସକୁ ସଫଳତା: ଧରାପଡ଼ିଲେ ଆନ୍ତଃ ରାଜ୍ୟ ଲୁଟେରା ଗ୍ୟାଙ୍ଗ୍‌, ମାଷ୍ଟରମାଇଣ୍ଡ ସମେତ ୪ ଗିରଫ

କଟକ(କେନ୍ୟୁଜ୍):ଆନ୍ତଃ ରାଜ୍ୟ ଲୁଟେରା ଗ୍ୟାଙ୍ଗ୍‌କୁ ଗିରଫ କରିଛି କଟକ ସଦର ଥାନା ପୋଲିସ । ପାଞ୍ଚଟି ଚାରି ଚକିଆ ଯାନ ଜବତ କରିବା ସହ ଦୁଇଟି ବାଇକ ଜବତ କରିଛି ପୋଲିସ । ଚୋରି ଗାଡି ଭିତରେ କିଛି ରାଜ୍ୟ ବାହାରର ଗାଡି ମଧ୍ୟ ରହିଛି। ଚାରି ଚକିଆ ଯାନ ଭିତରେ ଦୁଇଟି ପିକ୍‌ଅପ ଭ୍ୟାନ୍‌, ଦୁଇଟି କାର ଓ ଏକ ବୋଲେରୋ ଗାଡି ରହିଛି। ବିଭିନ୍ନ ଅଞ୍ଚଳରୁ ଲୁଟ ହୋଇଥିବା ମୋଟ ୬୨ ଗ୍ରାମ ସୁନା ଅଳଙ୍କାର ମଧ୍ୟ ଜବତ ହୋଇଛି। ଏହି ଗ୍ୟାଙ୍ଗ୍‌ର ମାଷ୍ଟର ମାଇଣ୍ଡ ସମେତ ଚାରି ଅଭିଯୁକ୍ତଙ୍କୁ ଗିରଫ କରିଛି ସଦର ଥାନା ପୋଲିସ ।

ଗ୍ୟାଙ୍ଗ୍‌ର ମୁଖ୍ୟ ଜୁମା ଅଲିଆସ ଅବଦୁଲ ରଜାକ ଜଣେ ଦୁର୍ଦ୍ଦାନ୍ତ ପେଶାଦାର ଅପରାଧି ବୋଲି କଟକ ଡିସିପି ସୂଚନା ଦେଇଛନ୍ତି। ଅଭିଯୁକ୍ତ ଜୁମାର ଘର କୋରାପୁଟ ଜିଲ୍ଲାରେ ବୋଲି ଜଣାପଡିଛି। ତା ନାଁ ରେ ପୂର୍ବରୁ ୧୭ ଟି ମାମଲା ରହିଥିବା ପୋଲିସ କହିଛି। ଏହି ମାମଲାଗୁଡିକ ଭିତରେ ନିଶ୍ଚିନ୍ତକୋଇଲି ଅଞ୍ଚଳରେ ଘଟିଥିବା ଏକ ପୋକସୋ ଆକ୍ଟ ସମ୍ପର୍କିତ ମାମଲା ରହିଥିବା ଡିସିପି ସୂଚନା ଦେଇଛ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.