ରାଜ୍ୟରେ ଆଗକୁ ମଧ୍ୟ ଜାରି ରହିବ ମାଗଣା ଟିକାକରଣ: ବିଜୟ ପାଣିଗ୍ରାହୀ

ଭୁବନେଶ୍ୱର (କେନ୍ୟୁଜ): ଡେଡଲାଇନ ସରିଥିଲେ ବି ଦିଆଯିବ ମାଗଣା ଟୀକା । ଜୁଲାଇ ୧୫ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୩୦ରେ ଶେଷ ହୋଇଥିବା ବି ଆଗକୁ ଚାଲିଛି ବୁଷ୍ଟର ଟୀକାକରଣ । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଏହି କ୍ରମରେ ୧୮ ରୁ ୫୯ ବୟସର ଲୋକଙ୍କୁ ମାଗଣାରେ ଟୀକା ଦିଆ ହେଉଥିଲା। ଏହି ଅବଧି ମଧ୍ୟରେ ଏକ କୋଟି ୨୧ ଲକ୍ଷ ୫୦ହଜାର ପ୍ରିକସନ ଡୋଜ ଟୀକା ଦିଆ ଯାଇଛି। ୬୦ ବର୍ଷରୁ ଊର୍ଦ୍ଧ୍ଵ ଲୋକଙ୍କୁ ମାଗଣା ଟୀକା ଆଗରୁ ଦିଆଯାଉଥିଲା। ସେମାନଙ୍କର ୪୫ ପ୍ରତିଶତ ଲୋକ ମଧ୍ୟ ଟୀକା ନେଇ ସାରିଛନ୍ତି। ୩୮ ପ୍ରତିଶତ ଲୋକ ପ୍ରିକସନ ଡୋଜ ନେଇ ସାରିଛନ୍ତି। ଯଦିବା ସେପ୍ଟେମ୍ବର ୩୦ରେ ମାଗଣା ଟିକାକରଣ ସରିଯାଇଛି ତଥାପି ଆଗକୁ ମାଗଣା ଟିକାକରଣ ଚାଲୁରହିବ।

ଆଗକୁ ପାର୍ବଣ ଆସୁଥିବାରୁ ଲୋକଙ୍କୁ ମଧ୍ୟ ସତର୍କ ରହିବାକୁ କୁହାଯାଉଛି । ସଂକ୍ରମଣ କମିଥିବାରୁ ପ୍ରଥମ ଓ ଦ୍ଵିତୀୟ ଡୋଜ ପାଇଁ ଲୋକଙ୍କ ଭିତରେ ଥିବା ଆଗ୍ରହ ଏବେ ବୁଷ୍ଟର ଡୋଜ କ୍ଷେତ୍ରରେ କ୍ରମଶ କମିଛି । ବୁଷ୍ଟର ଡୋଜ ଦେବାରେ ଓଡିଶା ସବୁ ରାଜ୍ୟ ଠାରୁ ଆଗୁଆ ରହିଛି । ମହଜୁଦ ରହିଥିବା ୩.୫ ଲକ୍ଷ ଟୀକା ସରିବା ପରେ କେନ୍ଦ୍ର ସରକାରଙ୍କ ତରଫରୁ ଯାହା ନିର୍ଦେଶ ଆସିବ ତାକୁ ନେଇ କାର୍ଯ୍ୟକାରୀ କରାଯିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.