ମୃତ୍ୟୁ ଏମିତି ବି ଆସେ ! ଗୀତ ଗାଇ ଗାଇ ଷ୍ଟେଜରେ ହିଁ ଟଳି ପଡିଲେ ଜଣାଶୁଣା କଣ୍ଠଶିଳ୍ପୀ

ଜୟପୁର(କେନ୍ୟୁଜ୍);  ମନପସନ୍ଦର ଗୀତ ଗାଇଲେ ଆଉ ଗୀତ ଗାଉଥିବା ଅବସ୍ଥାରେ ହିଁ ଷ୍ଟେଜ ଷ୍ଟେଜ ଉପରେ ଟଳି ପଡିଲେ ଜଣାଶୁଣା କଣ୍ଠଶିଳ୍ପୀ।  ମାତ୍ର ୧୦ମିନଟ ବ୍ଯବଧାନରେ ଘଟିଗଲା ଅଘଟଣ, ଯାହାକି ଶତାଧିକ ଦର୍ଶକଙ୍କ ମନରେ କୋହ ଭରିଦେଲା। ଦର୍ଶକଙ୍କ ଡିମାଣ୍ଡରେ ମନପସନ୍ଦର ଗୀତ ଗାଉଥିଲେ ଜୟପୁରର ଜଣାଶୁଣା କଣ୍ଠଶିଳ୍ପୀ ତଥା ଦ୍ବିତୀୟ ଅକ୍ଷୟ ମହାନ୍ତି ଭାବେ ଜଣାଶୁଣା ଗାୟକ ମୁରଲୀ ମହାପାତ୍ର। କିଏ ଜାଣିଥିଲା ତାଙ୍କର ଯାଯାବର ଗୀତ ଶେଷ ଗୀତ ହୋଇଯିବ? ସ୍ବର୍ଗତ ଅକ୍ଷୟ ମହାନ୍ତିଙ୍କ ଗୀତ ସବୁବେଳେ ସମସ୍ତ ସାଂସ୍କୃତିକ କାର୍ଯ୍ଯକ୍ରମରେ ଗାଉଥିବା ଯାଯାବର ଗୀତ ଆଜି ଦର୍ଶକଙ୍କ ସାମ୍ନାରେ ଶେଷ ଗୀତ ହୋଇଗଲା। ଏପରି ହୃଦୟ ବିଦାରକ ଘଟଣା ଜୟପୁର ସହରରେ ଘଟିଛି।  ଜୟପୁରର ଅକ୍ଷୟ ମହାନ୍ତି ଭାବେ ପରିଚିତ ବରିଷ୍ଠ କଣ୍ଠଶିଳ୍ପୀ ମୁରଲୀ ମହାପାତ୍ରଙ୍କ ହୃଦଘାତରେ ମୃତ୍ୟୁ ହୋଇଛି।

 

ଚଳିତବର୍ଷ ଦଶହରାକୁ ନେଇ ଗାଠୁ ସହର ସବୁଠି ଉତ୍ସବ ମୁଖର। ସେହିକ୍ରମରେ ଆଜି ସପ୍ତମୀ ଅବସରରେ ସହରର ରାଜନଗର ଠାରେ ଜୟପୁର କଳାକାରଙ୍କ  ଦ୍ବାରା କାର୍ଯ୍ଯକ୍ରମ ପରିବେଷଣ  ଚାଲିଥିଲା। ପ୍ରଥମ ତିନୋଟି ଗୀତ ପରେ ୪ ନମ୍ବର ଗୀତ ଗାଇବା ପାଇଁ ଷ୍ଟେଜ୍‌ ଆସି ଗୀତ ଗାଇବା ପୂର୍ବରୁ ନିଜେ ଅସୁସ୍ଥ ଥିବା କହିଥିଲେ ଓ  ଗୀତ ଗାଇବାରେ ଭୁଲ୍‌ ଥିଲେ ଦର୍ଶକେ କ୍ଷମା କରିବେ କହି ସ୍ବର୍ଗତ ଅକ୍ଷୟ ମହାନ୍ତିଙ୍କ ଚର୍ଚ୍ଚିତ ଯାଯାବର ଗୀତ ଗାଇଥିଲେ। ଏହି ଗୀତରେ ମଧ୍ୟ ଦର୍ଶକ ବି ଝୁମିଥିଲେ।  ଏପରିକି ଗୀତ ଗାଇବା ବେଳେ ଷ୍ଟେଜରେ ଆଉ ଜଣେ କଣ୍ଠଶିଳ୍ପୀ ଗୀତ ଗାଉଥିଲେ। ମୁରଲୀ ମହାପାତ୍ର ପଛରେ ଠିଆ ହୋଇ କଣ୍ଠଶିଳ୍ପୀଙ୍କ ଗୀତରେ ଝୁମୁଥିଲେ ତାପରେ ଯାଇ ଷ୍ଟେଜରେ ଥିବା ଚେୟାରରେ ବସିବାର କିଛି ସମୟ ପରେ ଟଳିପଡ଼ିଥିଲେ । ତୁରନ୍ତ ତାଙ୍କୁ  ପୋଲିସ ପେଟ୍ରୋଲିଂ ଜିପରେ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ନିଆ ଯାଇଥିଲା। ସେଠାର ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ। ଏପରି ହୃଦୟ ବିଦାରକ ଘଟଣାରେ ସାରା ସହର ସ୍ତବ୍ଧ ହୋଇଥିବାବେଳେ ସାଧାରଣ ଲୋକ ଓ କଳାକାରଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ସେପଟେ ସ୍ବର୍ଗତ ମୁରଲୀ ମହାପାତ୍ର କୋରାପୁଟ ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କ କାର୍ଯ୍ଯାଳୟର କିରାଣି ଭାବେ କାର୍ଯ୍ୟରତ ଥିଲେ। ହେଲେ ଗୀତ ଗାଇବା ତାଙ୍କର ନିଶା ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.